IND vs SL: ବିସ୍ଫୋରକ ଢଙ୍ଗରେ ଶତକ ମାରିବା ପରେ ସୂର୍ଯ୍ୟକୁମାର ଦେଲେ ହୃଦୟସ୍ପର୍ଶୀ ବୟାନ, ଏହି ବିଶେଷ ବ୍ୟକ୍ତିଙ୍କୁ ଦେଲେ ଶ୍ରେୟ

କ୍ରିକେଟ୍ ଖବର : ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -20 ମ୍ୟାଚରେ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ତାଙ୍କ ଦ୍ରୁତ ବ୍ୟାଟିଂରେ ପୁଣି ଥରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ଖେଳ ଜିତିବା ପାଇଁ ସେ ଏକ ଶତକୀୟ ଇନିଂସ ସ୍କୋର କରିଥିଲେ ସେ।
ତାଙ୍କର ଶତକ କାରଣରୁ ଆୟୋଜକ ପାଣ୍ଡ୍ୟାବାହିନୀ ଏହି ମ୍ୟାଚ ଜିତିବା ସହିତ ସିରିଜ୍ ଜିତିବା ପାଇଁ ସକ୍ଷମ ହୋଇଥିଲେ। ଏଥି ସହିତ ତାଙ୍କର ଏହି ଅବଦାନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ତେବେ ଆସନ୍ତୁ ଜାଣିବା ଏହି ପୁରସ୍କାର ପାଇବା ପରେ ସେ କ’ଣ କହିଥିଲେ...
ପୁରସ୍କାର ପାଇବା ପରେ ଏହି ବୟାନ୍ ଦେଲେ ସୂର୍ଯ୍ୟ:
ପ୍ଲେୟାର ଅଫ୍ ଦି ମ୍ୟାଚ ର ପୁରସ୍କାର ପାଇବା ପରେ ସୂର୍ଯ୍ୟକୁମାର ଯାଦବ ବହୁତ ଖୁସି ମନେ ହେଉଥିଲେ। ଏଥିସହ ସେ ତାଙ୍କ ବିସ୍ଫୋରକ ପ୍ରଦର୍ଶନର ଶ୍ରେୟ ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ପାଇଁ ଅଭ୍ୟାସ ସମୟ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଡ଼ିଆରେ କରିବାକୁ ଚାହୁଁଥିବା ସମସ୍ତ କାର୍ଯ୍ୟ ମୁଁ ଅଭ୍ୟାସ ସମୟରେ କରିଥାଏ।
ସେ ଆହୁରି ବି କହିଛନ୍ତି ଯେ, କିଛି ସଟ ଅଛି ଯାହା ବିଷୟରେ ମୁଁ ପୂର୍ବରୁ ଚିନ୍ତା କରିଥାଏ, କିନ୍ତୁ ଅନେକ ଶଟ ଏମିତି ବି ଅଛି ଯାହାକୁ ମୁଁ ବିଭିନ୍ନ ବୋଲରଙ୍କ ବିପକ୍ଷରେ ବ୍ୟବହାର କରେ। କୋଚ୍ ରାହୁଲ୍ ଦ୍ରାବିଡ ମୋତେ କେବଳ ମ୍ୟାଚ ଉପଭୋଗ କରିବାକୁ ଦିଅନ୍ତି। ସେ ମୋତେ ଉପଭୋଗ କରିବାକୁ ଏବଂ ନିଜକୁ ପ୍ରକାଶ କରିବାକୁ କୁହନ୍ତି। "
ଆହୁରି ପଢ଼ନ୍ତୁ: IND vs SL: "ମୁଁ ଫ୍ୟାନ ହୋଇଗଲି..." ସିରିଜ୍ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଲେ କ୍ୟାପଟେନ୍ ପାଣ୍ଡ୍ୟା