IND vs SL: "ମୁଁ ଫ୍ୟାନ ହୋଇଗଲି..." ସିରିଜ୍ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଲେ କ୍ୟାପଟେନ୍ ପାଣ୍ଡ୍ୟା

  1. Home
  2. T20 Cricket

IND vs SL: "ମୁଁ ଫ୍ୟାନ ହୋଇଗଲି..." ସିରିଜ୍ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଲେ କ୍ୟାପଟେନ୍ ପାଣ୍ଡ୍ୟା

Hardik pandya


କ୍ରିକେଟ ଖବର: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -20 ସିରିଜ୍ ଜିତିଛି। ଭାରତୀୟ ଦଳ ଏହି ସିରିଜକୁ 2-1 ରେ ଜିତି ନେଇଛି। ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଠାରୁ ପରାଜୟର ସମ୍ମୁଖୀନ ହେବା ପରେ ଆୟୋଜକ ଟିମ୍ ଇଣ୍ଡିଆ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚକୁ 91 ରନରେ ଜିତିଲା। ତେବେ ଏହି ବିଜୟରେ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ବହୁତ ଖୁସିଥିଲେ। ସେ ପୋଷ୍ଟ ମ୍ୟାଚ ଉପସ୍ଥାପନା ସମୟରେ ସୂର୍ଯ୍ୟ କୁମାର ଯାଦବଙ୍କ ସହିତ ଏହି ଦୁଇ ଜଣ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। 

ସୂର୍ଯ୍ୟଙ୍କ ଇନିଂସକୁ ପ୍ରଶଂସା କରି ହାର୍ଦ୍ଦିକ କହିଛନ୍ତି “ମୁଁ ଭାବୁଛି ସୂର୍ଯ୍ୟ ବ୍ୟାଟିଂ କରୁଥିବା ପ୍ରତ୍ୟେକଟି ବିସ୍ଫୋରକ ଇନିଂସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖାସ୍ କରି ଆଜିର। ସେ କେବଳ ଆମକୁ କହୁଛନ୍ତି ଯେ ବ୍ୟାଟିଂ କରିବା କେତେ ସହଜ ଦେଖନ୍ତୁ। ଯଦି ମୁଁ ତାଙ୍କୁ ବୋଲିଂ କରିଥାନ୍ତି, ମୁଁ ତାଙ୍କର ବ୍ୟାଟିଂ ଦେଖି ନିରାଶ ହୋଇଥାନ୍ତି। ସତରେ ସେ ଖୁବ୍ ଭଲ ଶତକୀୟ ଇନିଂସ ଖେଳିଲେ।"

Hardik and surya

ପାଣ୍ଡ୍ୟା ଆହୁରି ବି କହିଛନ୍ତି ଯେ,"ରାହୁଲ ତ୍ରିପାଠୀ ଚମତ୍କାର ପ୍ରଦର୍ଶନ କରିଥିଲେ। ତା’ପରେ ସୂର୍ଯ୍ୟ ତାଙ୍କ କାର୍ଯ୍ୟ କରିଥିଲେ। ଆମକୁ ତାଙ୍କୁ କିଛି କହିବାର ଆବଶ୍ୟକତା ନାହିଁ, ସେ କଣ କରିବେ ସେ ନିଜେ ଜାଣନ୍ତି। ପ୍ରାୟତଃ ଯଦି ଏପରି ଏକ ପରିସ୍ଥିତି ଅଛି ଯେଉଁଠାରେ ସେ ଅନିଶ୍ଚିତ, ଆମେ କଥାବାର୍ତ୍ତା କରୁ। କିନ୍ତୁ ମ୍ୟାଚରେ କଣ କରିବାକୁ ହେବ ସୂର୍ଯ୍ୟ ଏହା ଜାଣନ୍ତି। "

ଅକ୍ସର ପଟେଲଙ୍କ ବିଷୟରେ ହାର୍ଦ୍ଦିକ ଦେଲେ ବଡ଼ ବୟାନ୍:

ସୂର୍ଯ୍ୟଙ୍କ ବ୍ୟତୀତ ହାର୍ଦ୍ଦିକ, ଅଲରାଉଣ୍ଡର ଅକ୍ସର ପଟେଲ ଏବଂ ଦଳର ଯୁବ ଖେଳାଳିଙ୍କୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ, “ମୁଁ ଅକ୍ସରଙ୍କ ପାଇଁ ଗର୍ବିତ, ଯେପରି ସେ ନିମ୍ନ ଅର୍ଡରରେ ଆସି ବ୍ୟାଟିଂ କରୁଛନ୍ତି, ଏହା ତାଙ୍କୁ ଏବଂ ଦଳକୁ ମଧ୍ୟ ଅନେକ ଆତ୍ମବିଶ୍ୱାସ ଦେଉଛି।

Hardik and axar

ଅଧିନାୟକ ଭାବରେ ଜୀବନରେ ମୋର ଲକ୍ଷ୍ୟ ହେଉଛି ମୋର ଖେଳାଳୀଙ୍କୁ ସମର୍ଥନ କରିବା। ସେ ହେଉଛନ୍ତି ଭାରତର ଶ୍ରେଷ୍ଠ ଟି -20 କ୍ରିକେଟର ଏବଂ ସେଥିପାଇଁ ସେ ଏଠାରେ ଅଛନ୍ତି।"

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: 16 ବଲ୍ ରେ 35 ରନ କରି ଆଉଟ ହେଲେ ରାହୁଲ ତ୍ରିପାଠୀ, ତାପରେ କ୍ରୋଧିତ ହୋଇ ଭୂମିରେ ପିଟିଲେ ବ୍ୟାଟ ଏବଂ ହେଲେ ଦୁଃଖିତ