"ମୁଁ ଦଳକୁ ବଡ଼ ସମସ୍ୟାରେ ପକାଇବି ନାହିଁ" ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଜିତିବା ପରେ ପାଣ୍ଡ୍ୟା ଦେଲେ ଅଜବ ବୟାନ

  1. Home
  2. T20 Cricket

"ମୁଁ ଦଳକୁ ବଡ଼ ସମସ୍ୟାରେ ପକାଇବି ନାହିଁ" ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଜିତିବା ପରେ ପାଣ୍ଡ୍ୟା ଦେଲେ ଅଜବ ବୟାନ

Hardik Pandya with team india


କ୍ରିକେଟ ଖବର : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଟି -20 ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ତିନି ମ୍ୟାଚ ବିଶିଷ୍ଟ ଟି -20 ମ୍ୟାଚ୍ ର ସିରିଜ୍ ଦୁଇ ଦଳ ମଧ୍ୟରେ ଚାଲିଛି। ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର 3 ରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଭାରତୀୟ ଦଳ ଶ୍ରୀଲଙ୍କା ଦଳକୁ 2 ରନରେ ପରାଜିତ କରିଛି। ମ୍ୟାଚ ଜିତିବା ପରେ କ୍ୟାପଟେନ ହାର୍ଦ୍ଦିକ ବହୁତ ଖୁସି ମନେ ହେଉଥିଲେ। ଆଉ ସେ ଏକ ବଡ଼ ବୟାନ୍ ଦେଇଛନ୍ତି। 

ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ବର୍ତ୍ତମାନ ମୁଁ ଏଥିରେ ଅଭ୍ୟସ୍ତ ହୋଇସାରିଛି। ଖେଳାଳିମାନଙ୍କୁ ଭୟଭୀତ କରିବାର ମୋର ଅଭ୍ୟାସ ଅଛି କିନ୍ତୁ ଯଦି ମୁଁ ହସୁଛି, ସବୁକିଛି ଠିକ୍ ଅଛି। ମୁଁ ଏହି ଦଳକୁ କଠିନ ପରିସ୍ଥିତିରେ ରଖିବାକୁ ଚାହୁଁଛି କାରଣ ଏହା ଆମକୁ ବଡ଼ ଖେଳରେ ସାହାଯ୍ୟ କରିବ। ଆମେ ଦ୍ୱିପାକ୍ଷିକ ସ୍ତରରେ ବହୁତ ଭଲ ଏବଂ ଏହିପରି ଭାବରେ ଆମେ ନିଜକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଚୁ। କେବଳ ଯୁବ ଖେଳାଳିଙ୍କ ଯୋଗୁଁ ଆମେ ଏହି ମ୍ୟାଚ୍ ଜିତିବାକୁ ସକ୍ଷମ ହେଲୁ।

Hardik Pandya

ଆହୁରି ପଢ଼ନ୍ତୁ: IND vs SL 1st T20: ପ୍ରଥମ ଟି-20 ମ୍ୟାଚ ରେ ଅନ୍ତିମ ବଲ ରେ ଜିତିଲା ଭାରତ, ଶେଷ ପର୍ଯ୍ୟନ୍ତ ଲଢ଼ି 2 ରନରେ ହାରିଲା ଶ୍ରୀଲଙ୍କା

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ବୋଲରଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, ମୁଁ ସିଭମଙ୍କ ଭଲ ବୋଲିଂ ଆଇପିଏଲରେ ଦେଖିଛି ଏବଂ ମୁଁ ତାଙ୍କୁ ବୋଲିଂ କରିବାକୁ କହିଲି। ମୁଁ ତାଙ୍କୁ କହିଲି, ମୁଁ ତୁମ ସହିତ ଅଛି। ତେଣୁ ମୁଁ ତାଙ୍କ ସହିତ ପାୱରା ପ୍ଲେରେ ବୋଲିଂ କଲି। ମୁଁ ମୋର ସୁଇଙ୍ଗ୍ ବୋଲିଂକୁ ନେଇ କାମ କରିଛି। ମୁଁ ନେଟସରେ ବୋଲିଂ କରୁଛି ଏବଂ ମୁଁ ନୂଆ ବଲ୍ ସହିତ ବୋଲିଂ କରିବାକୁ ପସନ୍ଦ କରେ।