IND vs SL 1st T20: ପ୍ରଥମ ଟି-20 ମ୍ୟାଚ ରେ ଅନ୍ତିମ ବଲ ରେ ଜିତିଲା ଭାରତ, ଶେଷ ପର୍ଯ୍ୟନ୍ତ ଲଢ଼ି 2 ରନରେ ହାରିଲା ଶ୍ରୀଲଙ୍କା

  1. Home
  2. Cricket News

IND vs SL 1st T20: ପ୍ରଥମ ଟି-20 ମ୍ୟାଚ ରେ ଅନ୍ତିମ ବଲ ରେ ଜିତିଲା ଭାରତ, ଶେଷ ପର୍ଯ୍ୟନ୍ତ ଲଢ଼ି 2 ରନରେ ହାରିଲା ଶ୍ରୀଲଙ୍କା

Ind vs sl


କ୍ରିକେଟ ଖବର : ବିଜୟରୁ ଟି-20 ସିରିଜ ଯାତ୍ରା ଆରମ୍ଭ କଲା ଭାରତ। ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର 2 ରନରେ ହାରିଲା ଶ୍ରୀଲଙ୍କା। ମଙ୍ଗଳବାର ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ୍‌ର ପ୍ରଥମ ମ୍ୟାଚ୍ ମହାରାଷ୍ଟ୍ରର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ 20 ଓଭର ଖେଳି 5 ୱିକେଟ ବିନିମୟରେ 162 ରନ୍ କରିଥିଲା। 163 ରନ୍‌ର ଟାର୍ଗେଟ୍‌ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମାତ୍ର 2 ରନ୍‌ରେ ସିରିଜର ପ୍ରଥମ ମ୍ୟାଚ୍ ହାରିଯାଇଛି।ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତର କୌଣସି ବ୍ୟାଟର ଆଖିଦୃଶିଆ ବ୍ୟାଟିଂ କରିପାରି ନଥିଲେ। ଭାରତ ଭାରତ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ 41* ରନ୍ କରିଥିବା ବେଳେ ଇଶାନ କିଶନ 37 ଓ ଅକ୍ସର ପଟେଲ 31* ରନ୍ କରିଥିଲେ।

Ind vs sl

ଟିମ୍ ଇଣ୍ଡିଆର୍ ଅପର୍ ଅର୍ଡର ଏହି ମ୍ୟାଚରେ ଫେଲ୍ ମାରିଥିଲେ। କିନ୍ତୁ ଶେଷ ବେଳକୁ ଦୀପକ ହୁଡ୍ଡା ଓ ଅକ୍ସର ପଟେଲ୍‌ ଟିମ୍‌କୁ ସମ୍ବାଳି ଦଳୀୟ ସ୍କୋରକୁ 162 ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଉଭୟ ଖେଳାଳି ନଟ୍‌ଆଉଟ୍ ରହିଥିଲେ।ତେବେ ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା, ଏମ୍ ଥିକ୍‌ଶାନା, ସି କରୁଣାରତ୍ନେ, ଧନଞ୍ଜୟ ଡି ସିଲ୍‌ଭା ଓ ଓ୍ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ତେବେ ରଜିଥା ୱିକେଟ୍ ନେବାର ବିଫଳ ହୋଇଥିଲେ।

2 ରନରେ ହାରିଲା ଏସିଆ ଚମ୍ପିୟାନ ଶ୍ରୀଲଙ୍କା : 

163 ରନ୍‌ର ଟାର୍ଗେଟ୍ ନେଇ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଭଲ ଆରମ୍ଭ ଦେଇପାରିନଥିଲା। ଦଳୀୟ ସ୍କୋର 12 ହୋଇଥିବା ବେଳେ ପ୍ରଥମ ଓଭର ଶେଷ ବଲ୍‌ରେ ଦଳର ୱିକେଟ୍ ପଡ଼ିବା ଆରମ୍ଭ ହୋଇଥିଲା। ଦଳ ପକ୍ଷରୁ ପ୍ରଥମେ ପାଥୁମ ନିଶାଙ୍କ 1 ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଧନଞ୍ଜୟ ଡି- ସିଲ୍‌ଭା(8), ଚରିତ ଅସଲଙ୍କା(12), କୁଶାଲ ମେଣ୍ଡିସ (28), ଭାନୁକା ରାଜପାକ୍ଷେ(10) ରନ୍ କରିଥିଲେ। ତେବେ ଦଶୁନ ସନକା ଦଳ ପାଇଁ ଜବରଦସ୍ତ ବ୍ୟାଟିଂ କରି ସର୍ବାଧିକ 45 ରନ୍ କରିଥିବା ବେଳେ ୱାନିନ୍ଦୁ ହସରଙ୍ଗା 21 ରନ୍ କରି ଆଉଟ ହୋଇଥିଲେ।

ତେବେ ଶେଷ ଦୁଇ ଓଭରରେ ଦଳକୁ ଜିତିବାକୁ 30 ରନ୍ ଆବଶ୍ୟକ ଥିବା ବେଳେ ଚାମିକା କରୁଣାରତ୍ନେ ଓ କଶୁନ ରଜିଥା ବ୍ୟାଟିଂ ଜାରି ରଖିଥିଲେ। ଉଭୟଙ୍କ ବ୍ୟାଟିଂରେ ଶେଷ ଓଭର ବେଳକୁ ମ୍ୟାଚ୍ ଜିତିବାକୁ 12 ରନ୍‌ର ଆବଶ୍ୟକ ଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଅକ୍ସର ପଟେଲ ଚମତ୍କାର ବୋଲିଂ କରିଥିଲେ। 

Akshar Patel

ଶେଷ ବଲରେ ଶ୍ରୀଲଙ୍କା ଦଳକୁ ଜିତିବାକୁ ଗୋଟିଏ ବଲ୍‌ରେ ମାତ୍ର 4 ରନ୍‌ର ଆବଶ୍ୟକତା ଥିଲା। ଆଉ ଭାରତ 2 ରନ୍‌ରେ ସିରିଜର ପ୍ରଥମ ମ୍ୟାଚ୍ ଜିତି ନେଇଛି।ଭାରତ ପକ୍ଷରୁ ଶିବମ ମାଭି ସର୍ବାଧିକ 4 ଟି ୱିକେଟ୍ ନେଇଥିବା ବେଳେ ଉମ୍ରାନ ମଲ୍ଲିକ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଅକ୍ସର ପଟେଲଙ୍କୁ ଗୋଟିଏ ବି ସଫଳତା ମିଳିପାରି ନଥିଲା।

ଆହୁରି ପଢ଼ନ୍ତୁ: IND vs SL: ଭାରତର Mr. 360 ଖେଳାଳି ସୂର୍ଯ୍ୟକୁମାର ଯାଦବ ଏହିପରି ହେଲେ ଆଉଟ, କଲେ ସମସ୍ତଙ୍କୁ ନିରାଶ, ଦେଖନ୍ତୁ ଭିଡ଼ିଓ