IND vs SL: ଭାରତର Mr. 360 ଖେଳାଳି ସୂର୍ଯ୍ୟକୁମାର ଯାଦବ ଏହିପରି ହେଲେ ଆଉଟ, କଲେ ସମସ୍ତଙ୍କୁ ନିରାଶ, ଦେଖନ୍ତୁ ଭିଡ଼ିଓ

  1. Home
  2. Cricket News

IND vs SL: ଭାରତର Mr. 360 ଖେଳାଳି ସୂର୍ଯ୍ୟକୁମାର ଯାଦବ ଏହିପରି ହେଲେ ଆଉଟ, କଲେ ସମସ୍ତଙ୍କୁ ନିରାଶ, ଦେଖନ୍ତୁ ଭିଡ଼ିଓ

Suryakumar Yadav out


କ୍ରିକେଟ ଖବର : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବ 2023 ବର୍ଷର ପ୍ରଥମ ଇନିଂସରେ କିଛି ବିଶେଷ କରିପାରିନାହାନ୍ତି। ସେ 10 ବଲରେ ମାତ୍ର 7 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। 

ଅନ୍ୟପକ୍ଷରେ ତାଙ୍କ ପ୍ରଶଂସକମାନେ ଆଶା କରିଥିଲେ ଯେ ସୂର୍ଯ୍ୟଙ୍କ ବ୍ୟାଟ୍ 2022 ବର୍ଷ ପରି ଚଳିତବର୍ଷ ବି ଚୌକା ଓ ଛକା ମାରିବ, କିନ୍ତୁ ଶ୍ରୀଲଙ୍କାର ବୋଲର ଚାମିକା କରୁଣାତ୍ନେ ସୂର୍ଯ୍ୟଙ୍କୁ ଆଉଟ୍ କରିଥିଲେ।

Suryakumar Yadav out

ଆହୁରି ପଢ଼ନ୍ତୁ: "ଅଧିନାୟକ ହେବା ମାତ୍ରେ ରାଜନୀତି ଆରମ୍ଭ", 1st T20 ରେ ଏକାଦଶରୁ ଅର୍ଶଦୀପଙ୍କୁ ବାହାର କରିବା ପରେ ପାଣ୍ଡ୍ୟାଙ୍କ ଉପରେ ଲାଗିଲା ଆରୋପ..

ବାସ୍ତବରେ, ସୂର୍ଯ୍ୟକୁମାର ଯାଦବ ତାଙ୍କ ଶୈଳୀରେ ଛକା ମାରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ସେ ସଫଳ ହୋଇନଥିଲେ ଏବଂ ଭାନୁକା ରାଜପକ୍ସା ତାଙ୍କର କ୍ୟାଚ ଧରିଥିଲେ। ଆଉଟ୍ ହୋଇ ପାଭିଲିୟନ୍ ଆଡକୁ ଯିବା ସମୟରେ ସୂର୍ଯ୍ୟ ବହୁତ ନିରାଶ ହୋଇଥିଲେ। ସେ ଷଷ୍ଠ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ।

ଦେଖନ୍ତୁ ଭିଡ଼ିଓ :