IND vs SL 1st T20I: ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନୂଆ ମିଶ୍ରଣ ସହିତ ଖେଳିବ, ଦେଖନ୍ତୁ ପ୍ଲେଇଂ XI

କ୍ରିକେଟ ଖବର : ମଙ୍ଗଳବାର ଦିନ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି -20 ମ୍ୟାଚରେ ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ଭେଟିବ, ସେତେବେଳେ ଏହା ଏକ ନୂଆ ଦଳ ହେବ। ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବେ ଏବଂ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲଙ୍କ ପରି ଅନେକ ବରିଷ୍ଠ ଖେଳାଳି ଦଳର ଅଂଶ ହେବେ ନାହିଁ।
ଅନେକ ବିଶେଷଜ୍ଞ ଏହାକୁ ଟି -20 ବିଶ୍ୱକପ 2024 କୁ ଧ୍ୟାନରେ ରଖି ଭାରତୀୟ ଟି -20 ଦଳ ପାଇଁ ଏକ ପରିବର୍ତ୍ତନ ପର୍ଯ୍ୟାୟର ଆରମ୍ଭ ଭାବରେ ଦେଖୁଛନ୍ତି। ଯଦିଓ ଏ ବାବଦରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ, କିନ୍ତୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ଦଳର ପ୍ରଦର୍ଶନ ଉପରେ ତୀକ୍ଷ୍ଣ ନଜର ରଖାଯିବ।
ତେବେ ଆଜି ସଂଧ୍ୟା 7 ଟାରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ଆପଣ ଲାଇଭ୍ ମ୍ୟାଚ ଦେଖିପାରିବେ। ଆଉ ହଟଷ୍ଟାରରେ ବି ଆପଣ ଏହି ମ୍ୟାଚ ଦେଖି ପାରିବେ।
ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଏପରି ରହିପାରେ ଭାରତର ପ୍ଲେଇଂ XI :
ରୁତୁରାଜ ଗାଇକୱାଡ,ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍,ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଦୀପକ ହୁଡା, ଅକ୍ସର ପଟେଲ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ,ହର୍ଷଲ ପଟେଲ ଏବଂ ଉମ୍ରାନ ମଲିକ୍।
ଆହୁରି ପଢ଼ନ୍ତୁ : ଋଷଭ ପନ୍ତ କାର୍ ଦୁର୍ଘଟଣା: ପନ୍ତ ମଦ୍ୟପାନ କରି କାର୍ ଚଳାଉଥିଲେ କି, କେତେ ସ୍ପିଡ଼ ଥିଲା ? ଉତ୍ତରାଖଣ୍ଡ ପୋଲିସ ଦେଲା ବଡ଼ ବୟାନ