ଋଷଭ ପନ୍ତ କାର୍ ଦୁର୍ଘଟଣା: ପନ୍ତ ମଦ୍ୟପାନ କରି କାର୍ ଚଳାଉଥିଲେ କି, କେତେ ସ୍ପିଡ଼ ଥିଲା ? ଉତ୍ତରାଖଣ୍ଡ ପୋଲିସ ଦେଲା ବଡ଼ ବୟାନ

  1. Home
  2. Cricket News

ଋଷଭ ପନ୍ତ କାର୍ ଦୁର୍ଘଟଣା: ପନ୍ତ ମଦ୍ୟପାନ କରି କାର୍ ଚଳାଉଥିଲେ କି, କେତେ ସ୍ପିଡ଼ ଥିଲା ? ଉତ୍ତରାଖଣ୍ଡ ପୋଲିସ ଦେଲା ବଡ଼ ବୟାନ

rishabh pant car accident police report


କ୍ରିକେଟ ଖବର : ଗତ 30 ତାରିଖ ଦିନ ଦିଲ୍ଲୀ-ଉତ୍ତରାଖଣ୍ଡ ରାଜପଥରେ ରିଷଭ ପନ୍ତଙ୍କ କାର ଦୁର୍ଘଟଣା ହୋଇଥିଲା। ଏଥିରେ ରିଷଭ ପନ୍ତ ଗୁରୁତର ଆହତ ହୋଇଛନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, କଣ କ୍ରିକେଟର୍ ରିଷଭ ପନ୍ତ ମଦ୍ୟପାନ କରି ଗାଡି ଚଳାଉଥିଲେ ? ହରିଦ୍ୱାର ଏସଏସପି ଅଜୟ ସିଂ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। 

କଣ କହିଲେ ଏସଏସପି ? 

ରବିବାର ଦିନ ପୋଲିସ କହିଛି ଯେ କ୍ରିକେଟର ରିଷଭ ପନ୍ତ ଶୁକ୍ରବାର ସକାଳେ ଗାଡି ଚଳାଇବା ସମୟରେ ନିଦରେ ଆଖି ଲାଗିଯାଇଥିଲା। ଯାହା ଫଳରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

Rishabh Pant

ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ର ଜଣେ ଅଧିକାରୀ ଦାବି କରିଛନ୍ତି ଯେ ରାଜପଥରେ ଏକ ଖାଲରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବାବେଳେ କ୍ରିକେଟର ପନ୍ତ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। 

ଆହୁରି ପଢ଼ନ୍ତୁ : BCCI Meeting: ବିଶ୍ୱକପ ପାଇଁ 20 ଖେଳାଳି ଚୟନ, IPL କୁ ନେଇ ବଡ଼ ପ୍ରଶ୍ନ, ଟିମ୍ ଇଣ୍ଡିଆ ପାଇଁ BCCI ର ମାଷ୍ଟରପ୍ଲାନ୍

ହରିଦ୍ୱାର ଏସଏସପି ଅଜୟ ସିଂ କହିଛନ୍ତି ଯେ ଗାଡିର ଗତି ସ୍ୱାଭାବିକ ଥିଲା ଏବଂ ପନ୍ତ ନିଶା ଦ୍ରବ୍ୟ ସେବନ କରି ନ ଥିଲେ। ଡାକ୍ତରୀ ରିପୋର୍ଟରେ ଭାରତୀୟ କ୍ରିକେଟରଙ୍କ ଦ୍ୱାରା ମଦ୍ୟପାନ ବିଷୟରେ କୌଣସି ସୂଚନା ନାହିଁ ଏବଂ ସେ ନିର୍ଦ୍ଧାରିତ ସୀମା ମଧ୍ୟରେ ଗାଡି ଚଳାଉଥିଲେ ବୋଲି ଏସଏସପି କହିଛନ୍ତି।