IND vs SL 1st T20I: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା T20 ମ୍ୟାଚ ପାଇଁ ଦେଖନ୍ତୁ ଭାରତର ସମ୍ଭାବିତ XI ଏବଂ କାର୍ଯ୍ୟସୂଚୀ

କ୍ରିକେଟ ଖବର : ଜାନୁଆରୀରେ ଏସିଆ କପ୍ ବିଜେତା ଶ୍ରୀଲଙ୍କା ସହିତ ଭାରତୀୟ ଦଳ ଟି -20 ସିରିଜ୍ ଖେଳିବାକୁ ଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ 03 ରେ ଖେଳାଯିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳାଯିବ ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ଲୁ ଆର୍ମିର ନେତୃତ୍ୱ ନେବେ। ରୋହିତ ଶର୍ମା, କେ.ଏଲ୍ ରାହୁଲ ଏବଂ ବିରାଟ କୋହଲି ଦଳର ଅଂଶ ହେବେ ନାହିଁ।
ସଞ୍ଜୁ ସାମସନ ଏବଂ ଇଶାନ କିଶନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ରିତୁରାଜ ଗାଇକୱାଡ, ଶୁଭମାନ ଗିଲ, ରାହୁଲ ତ୍ରିପାଠୀ ମଧ୍ୟ ଏହି ଦଳରେ ରହିବେ।
ଶ୍ରୀଲଙ୍କା ବିପକ୍ଷରେ ପେସ୍ ଆଟାକର ନେତୃତ୍ୱ ନେବେ ଅର୍ଶଦୀପ ସିଂ। ସେହିଭଳି ହର୍ଷଲ ପଟେଲଙ୍କ ଅଭିଜ୍ଞତା ଏବଂ ଉମ୍ରାନ ମଲିକ ମଧ୍ୟ ଦଳରେ ରହିବେ। ଏମାନଙ୍କ ବ୍ୟତୀତ ମୁକେଶ କୁମାର ଏବଂ ଶିବମ ମାଭି ମଧ୍ୟ ଦଳରେ ମନୋନୀତ ହୋଇଛନ୍ତି। ଦଳର ସ୍ପିନ୍ ବିଭାଗରେ ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ ଏବଂ ୱାଶିଂଟନ୍ ସୁନ୍ଦର ପରିଚାଳନା କରିବେ।
IND vs SL 1st T20I ସମୟ ଓ ସ୍ଥାନ :
ଦିନ - ମଙ୍ଗଳବାର, ଜାନୁୟାରୀ 03, 2022
ସମୟ - ଭାରତୀୟ ସମୟ ଅନୁଯାୟୀ 07:00 PM
ସ୍ଥାନ - ୱାନଖେଡେ ଷ୍ଟାଡିୟମ୍, ମୁମ୍ବାଇ
ଶ୍ରୀଲଙ୍କା ବିପକ୍ଷ T20I ସିରିଜ୍ ପାଇଁ ଭାରତର ସମ୍ଭାବ୍ୟ XI :
ଇଶାନ କିଶନ (wk), ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ।
ଆହୁରି ପଢ଼ନ୍ତୁ : 2023 ର ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ କ୍ରିକେଟ୍ କ୍ୟାଲେଣ୍ଡର, ବିଶ୍ୱକପ୍ ବ୍ୟତୀତ ଏହି ଦେଶଗୁଡିକ ବିପକ୍ଷରେ ଖେଳାଯିବ ସିରିଜ୍