2023 ର ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ କ୍ରିକେଟ୍ କ୍ୟାଲେଣ୍ଡର, ବିଶ୍ୱକପ୍ ବ୍ୟତୀତ ଏହି ଦେଶଗୁଡିକ ବିପକ୍ଷରେ ଖେଳାଯିବ ସିରିଜ୍

  1. Home
  2. Cricket News

2023 ର ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ କ୍ରିକେଟ୍ କ୍ୟାଲେଣ୍ଡର, ବିଶ୍ୱକପ୍ ବ୍ୟତୀତ ଏହି ଦେଶଗୁଡିକ ବିପକ୍ଷରେ ଖେଳାଯିବ ସିରିଜ୍


କ୍ରିକେଟ ଖବର : 2023 ବର୍ଷ ଟିମ୍ ଇଣ୍ଡିଆ ପାଇଁ ବହୁତ ବ୍ୟସ୍ତ ହେବାକୁ ଯାଉଛି। ଚଳିତବର୍ଷ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଜାନୁଆରୀ 3 ରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ODI ବିଶ୍ୱକପ ମଧ୍ୟ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବାବେଳେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଜୁନରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ଟିମ୍ ଇଣ୍ଡିଆର ଆଶା ଅଧିକ ରହିଛି। ତେବେ ଆସନ୍ତୁ ଜାଣିବା 2023 ରେ ଭାରତୀୟ କ୍ରିକେଟ୍ ଦଳର ସମ୍ପୂର୍ଣ୍ଣ କ୍ୟାଲେଣ୍ଡର ବିଷୟରେ....

ଟିମ୍ ଇଣ୍ଡିଆର ଗୋଟିଏ ବର୍ଷର ସମ୍ପୂର୍ଣ କାର୍ଯ୍ୟସୂଚୀ:

ଜାନୁଆରୀ 3 ରୁ 15 ତାରିଖ ପର୍ଯ୍ୟନ୍ତ ଭାରତ ବନାମ ଶ୍ରୀଲଙ୍କାର ଘରୋଇ ସିରିଜ୍ ଅନୁଷ୍ଠିତ ହେବ। ପ୍ରଥମ ଟି-20 ଆନ୍ତର୍ଜାତୀୟ ମ୍ୟାଚ ଜାନୁଆରୀ 3ରେ ମୁମ୍ବାଇରେ ଖେଳାଯିବ। ଦ୍ୱିତୀୟ ଟି-20 ଆନ୍ତର୍ଜାତୀୟ ମ୍ୟାଚ ଜାନୁଆରୀ 5 ତାରିଖ ଦିନ ପୁଣେରେ ହେବ। ତୃତୀୟ ଟି-20 ଆନ୍ତର୍ଜାତୀୟ ମ୍ୟାଚ ଜାନୁଆରୀ 7 ତାରିଖରେ ରାଜକୋଟରେ ଖେଳାଯିବ। ସେହିଭଳି ପ୍ରଥମ ODI ଜାନୁଆରୀ 10 ତାରିଖ ଦିନ ଗୁଆହାଟି, ଦ୍ୱିତୀୟ ODI ଜାନୁଆରୀ 12 ତାରିଖ ଦିନ କୋଲକାତା ଏବଂ ତୃତୀୟ ODI ଜାନୁଆରୀ 15 ତାରିଖ ଦିନ ଥିରୁବନନ୍ତପୁରମରେ ଖେଳାଯିବ। 

ସେହିଭଳି ଜାନୁଆରୀ 18 ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ହେବ। ପ୍ରଥମ ODI ହାଇଦ୍ରାବାଦରେ 18 ଜାନୁଆରୀରେ ଖେଳାଯିବ। ଦ୍ଵିତୀୟ ODI ରାୟପୁରରେ 21 ଜାନୁଆରୀରେ, ତୃତୀୟ ODI ଇନ୍ଦୋରରେ 24 ଜାନୁଆରୀରେ ଖେଳାଯିବ। ଅନ୍ୟପଟେ ପ୍ରଥମ ଟି-20 ଆନ୍ତର୍ଜାତୀୟ ମ୍ୟାଚ ରାଞ୍ଚିରେ 27 ଜାନୁଆରୀରେ ,ଦ୍ୱିତୀୟ ଟି-20 ଆନ୍ତର୍ଜାତୀୟ ଲକ୍ଷ୍ନୌରେ 29 ଜାନୁଆରୀରେ ଏବଂ ତୃତୀୟ ଟି-20 ଆନ୍ତର୍ଜାତୀୟ ଅହମ୍ମଦାବାଦରେ 1 ଫେବୃଆରୀ ଦିନ ଖେଳାଯିବ। 

Test Team india

ତେବେ ଫେବୃଆରୀ 9 ତାରିଖରୁ 22 ମାର୍ଚ୍ଚ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସହିତ ଘରୋଇ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁରରେ 9-13 ଫେବୃଆରୀ ପର୍ଯ୍ୟନ୍ତ ହେବ। ଦ୍ୱିତୀୟ ଟେଷ୍ଟ ଦିଲ୍ଲୀରେ 17-21 ଫେବୃଆରୀ ପର୍ଯ୍ୟନ୍ତ ହେବ। ତୃତୀୟ ଟେଷ୍ଟ ଧରମସାଲାରେ ମାର୍ଚ୍ଚ 1-5 ପର୍ଯ୍ୟନ୍ତ, ଚତୁର୍ଥ ଟେଷ୍ଟ ଅହମ୍ମଦାବାଦରେ ମାର୍ଚ୍ଚ 9-13 ପର୍ଯ୍ୟନ୍ତ ଖେଳାଯିବ।ସେହିପରି ପ୍ରଥମ ODI ମୁମ୍ବାଇରେ 17 ମାର୍ଚ୍ଚ, ଦ୍ଵିତୀୟ ODI ବିଶାଖାପାଟନମରେ 19 ମାର୍ଚ୍ଚ, ତୃତୀୟ ODI ଚେନ୍ନାଇରେ ମାର୍ଚ୍ଚ 22 ତାରିଖରେ ଖେଳାଯିବ। 

ମାର୍ଚ୍ଚ-ମେ ମାସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ହେବ। ଯାହାର କାର୍ଯ୍ୟସୂଚୀ ଆସନ୍ତା ସମୟରେ ଘୋଷଣା କରାଯିବ। ସେହିପରି ଜୁନରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳାଯିବ। ଏହି ଖବର ଲେଖିବା ସମୟରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ଦଳ ଫାଇନାଲରେ ପହଞ୍ଚିବା ପାଇଁ ବହୁତ ଆଶା ଅଛି। ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଦୁଇଟି ଟେଷ୍ଟ ଜିତିବାକୁ ପଡିବ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଗୋଟିଏ ଡ୍ର କରିବାକୁ ପଡିବ। ଫାଇନାଲରେ ପହଞ୍ଚିବାରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦଳ ହୋଇପାରେ, ଯାହା ବର୍ତ୍ତମାନ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି।

ଜୁଲାଇ / ଅଗଷ୍ଟରର ୱେଷ୍ଟଇଣ୍ଡିଜ୍ ର ଭାରତ ଗସ୍ତ ହେବ।ଏହି ସିରିଜରେ ଦୁଇଟି ଟେଷ୍ଟ, ତିନୋଟି ODI ଏବଂ ତିନୋଟି ଟି -20 ମ୍ୟାଚ୍ ରହିବ। କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ସେପ୍ଟେମ୍ବରରେ ଏସିଆ କପ୍ ହେବ। ପାକିସ୍ତାନ ଏଥର ଏସିଆ କପ୍ ଆୟୋଜନ କରିବ।  ତେବେ ବିସିସିଆଇ ଏବଂ ପିସିବି ମଧ୍ୟରେ ବିବାଦ ହେତୁ ଏହି ଟୁର୍ନାମେଣ୍ଟ ପାକିସ୍ତାନରେ ଖେଳାଯିବ ନା ଅନ୍ୟ ସ୍ଥାନରେ ସନ୍ଦେହରେ ରହିଛି।

ପୁଣି ଅକ୍ଟୋବରରେ ଭାରତ ବନାମ ଅଷ୍ଟ୍ରେଲିଆ ସିରିଜ୍ ହେବ। ବିଶ୍ୱକପ୍‌ର ପ୍ରସ୍ତୁତି ପାଇଁ ଅଷ୍ଟ୍ରେଲିଆ ଦଳ ଭାରତ ବିପକ୍ଷରେ ତିନିଟି ଦିନିକିଆ ଖେଳିବ। ଅକ୍ଟୋବର ନଭେମ୍ବରରେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଭାରତ ଆୟୋଜନ କରିବ। ପ୍ରଥମ ଥର ପାଇଁ ଏକାକୀ ODI ବିଶ୍ୱକପ୍ ଆୟୋଜନ କରିବ ଏବଂ ତୃତୀୟ ଥର ପାଇଁ ଟାଇଟଲ୍ ଉପରେ ନଜର ରଖିବ। ଟିମ୍ ଇଣ୍ଡିଆ ପୂର୍ବରୁ 1983 ଏବଂ 2011 ରେ ODI ବିଶ୍ୱକପ ଜିତିଛି।

Team india

ଆହୁରି ପଢ଼ନ୍ତୁ : ଏବେ କେବଳ IPL ଖେଳିବା ଦ୍ୱାରା ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବ ନାହିଁ, BCCI ଖେଳାଳି ଚୟନର ନିୟମ ବଦଳାଇଲା

ନଭେମ୍ବର,ଡିସେମ୍ବରରେ ପୁଣି ଭାରତ ବନାମ ଅଷ୍ଟ୍ରେଲିଆ  ସିରିଜ ହେବ। ଅଷ୍ଟ୍ରେଲିଆ ଦଳ ଏକ ବର୍ଷରେ ତୃତୀୟ ଥର ପାଇଁ ଭାରତ ଗସ୍ତ କରିବ, ଯେଉଁଥିରେ ପାଞ୍ଚଟି ଟି20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ଡିସେମ୍ବରରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜ୍ ହେବ। ସମସ୍ତ ତିନୋଟି ଫର୍ମାଟର ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ।