IND vs SL 1st T20: ଭାରତର ବିଜୟ ସତ୍ତ୍ୱେ ଏହି ବୋଲରଙ୍କ ଉପରେ ରାଗିଲେ ପ୍ରଶଂସକଙ୍କ, ଦଳରୁ ବାହାର କରିବା ପାଇଁ କଲେ ଦାବି

କ୍ରିକେଟ ଖବର: ୱାନଖେଡେରେ ଖେଳାଯାଇଥିବା ଭାରତ ବନାମ ଶ୍ରୀଲଙ୍କା ଟି-20 ମ୍ୟାଚରେ ଶ୍ରୀଲଙ୍କାକୁ 2 ରନ୍ ବ୍ୟବଧାନରେ ପରାସ୍ତ କରି ଭାରତ ଏକ ରୋମାଞ୍ଚକର ବିଜୟ ସୃଷ୍ଟି କରିଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 162/5 ସ୍କୋର କରିଥିଲା, ଏହାର ଉତ୍ତରରେ ଶ୍ରୀଲଙ୍କା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା। କିନ୍ତୁ ଦଳ କେବଳ 160 ରନରେ ସୀମିତ ହୋଇଥିଲା।
ଭାରତର ବିଜୟର ଶ୍ରେୟ ଶେଷ ଓଭର ବୋଲିଂ କରିଥିବା ସ୍ପିନ ବୋଲର୍ ଅକ୍ସର ପଟେଲଙ୍କ ନିକଟକୁ ଯାଇଥିଲା ଯିଏ 13 ରନକୁ ଡିଫେଣ୍ଡ କରିବାବେଳେ ମାତ୍ର 10 ରନ୍ ଦେଇଥିଲେ। ଆଉ ଦଳକୁ ଏକ ରୋମାଞ୍ଚକର ବିଜୟ ଦେଇଥିଲେ।
ତେବେ ଶେଷ ଦୁଇ ଓଭରରେ ଶ୍ରୀଲଙ୍କା ଜିତିବା ପାଇଁ 29 ରନ୍ ଆବଶ୍ୟକ କରୁଥିଲା, କିନ୍ତୁ ହର୍ଷଲ ପଟେଲ 19 ତମ ଓଭରରେ 16 ରନ୍ ଖର୍ଚ୍ଚ କରି ଶ୍ରୀଲଙ୍କା ଦଳକୁ ମ୍ୟାଚକୁ ଫେରିବା ପାଇଁ ସୁଯୋଗ ଦେଇଥିଲେ। ମ୍ୟାଚରେ ଚାରି ଓଭରରେ ହର୍ଷଲ 41 ରନ୍ ଖର୍ଚ୍ଚ କରି ଦୁଇଟି ୱିକେଟ୍ ନେଇଥିଲେ। ତେବେ ପ୍ରଶଂସକମାନେ ହର୍ଷଲ ପଟେଲଙ୍କ ଉପରେ ରାଗିଯାଇଛନ୍ତି। ଆଉ ତାଙ୍କୁ ଦଳରୁ ଓହରିଯିବାକୁ ଦାବି କରିଛନ୍ତି।
ଜଣେ ୟୁଜର୍ ଲେଖିଛନ୍ତି "ହର୍ଷଲ ପଟେଲ ସବୁବେଳେ ରନ୍ ଖର୍ଚ୍ଚ କରନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ସମୟରେ ଖରାପ ବୋଲିଂ ପକାନ୍ତି।" ଅନ୍ୟଜଣେ ୟୁଜର୍ ଲେଖିଛନ୍ତି " ଟିମ୍ ଇଣ୍ଡିଆ ପାଇଁ ହର୍ଷଲ ପଟେଲଙ୍କ ବୋଲିଂ ଏକ ବଡ ଚିନ୍ତାର ବିଷୟ ସାଜିଛି"।
ଆହୁରି ପଢ଼ନ୍ତୁ: IND vs SL: ଭାରତର Mr. 360 ଖେଳାଳି ସୂର୍ଯ୍ୟକୁମାର ଯାଦବ ଏହିପରି ହେଲେ ଆଉଟ, କଲେ ସମସ୍ତଙ୍କୁ ନିରାଶ, ଦେଖନ୍ତୁ ଭିଡ଼ିଓ