'ପ୍ଲେୟାର ଅଫ୍ ଦି ସିରିଜ୍' ର ପୁରସ୍କାର ପାଇବା ପରେ ଅକ୍ସର ପଟେଲ ଖୋଲିଲେ ଗୁମର, ପାଣ୍ଡ୍ୟା ବିଷୟରେ କହିଲେ ଏମିତି

  1. Home
  2. T20 Cricket

'ପ୍ଲେୟାର ଅଫ୍ ଦି ସିରିଜ୍' ର ପୁରସ୍କାର ପାଇବା ପରେ ଅକ୍ସର ପଟେଲ ଖୋଲିଲେ ଗୁମର, ପାଣ୍ଡ୍ୟା ବିଷୟରେ କହିଲେ ଏମିତି

Axar Patel


କ୍ରିକେଟ୍ ଖବର : ଇଣ୍ଡିଆ ବନାମ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଛି ଟି-20 ସିରିଜ୍। ପାଣ୍ଡ୍ୟାବାହିନୀ 2-1ରେ ଏହି ଟି-20 ସିରିଜ୍ ଜିତିଛି। ତେବେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ସର ପଟେଲଙ୍କ ପ୍ରଦର୍ଶନ ଏହି ସିରିଜରେ ଅତ୍ୟନ୍ତ ଭଲ ଥିଲା। ତାଙ୍କର ବିସ୍ଫୋରକ ବ୍ୟାଟିଂ ଆଉ ସ୍ପିନ ବୋଲିଂରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ବିଶେଷ କରି ଏହି ତିନୋଟି ମ୍ୟାଚରେ ସେ ନିଜ ବ୍ୟାଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ, ସିରିଜ୍ ଶେଷ ହେବା ପରେ ତାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଛି। 

Axar patel

ଏହି ପୁରସ୍କାର ପାଇବା ପରେ ସେ ଦଳର ଅଧିନାୟକଙ୍କୁ ଶ୍ରେୟ ଦେଇଥିଲେ। ସେ କହିଥିଲେ,“ମୁଁ ଖୁସି ଯେ ମୁଁ ବ୍ୟାଟ୍ ସହିତ ଦଳ ପାଇଁ ମଧ୍ୟ ଅବଦାନ ଦେଇପାରିଲି। ଏହି ସିରିଜ୍ ପାଇଁ କିଛି ଅଲଗା କରିନାହିଁ, କେବଳ ଅଧିନାୟକ ମୋତେ ଡଗ୍ଆଉଟରେ ବହୁତ ଆତ୍ମବିଶ୍ୱାସ ଦେଇଥିଲେ। ସେ ମୋତେ ଫ୍ରି ହୋଇ ଖେଳିବାକୁ କହିଥିଲେ। 

ଅକ୍ସର ଆହୁରି ମଧ୍ୟ କହିଛନ୍ତି ଯେ, ଅଧୀନାୟକ ପାଣ୍ଡ୍ୟା ମୋତେ ସବୁବେଳେ କହିଥିଲେ ଯେ ତାଙ୍କର ସମର୍ଥନ ମୋ ସହିତ ଅଛି। ଦଳ ବୈଠକ ସମୟରେ ଆମେ ଅନେକ ଯୋଜନା କରିଥାଉ କିନ୍ତୁ ବେଳେବେଳେ ଜିନିଷ ଭୁଲ୍ ହୋଇଯାଏ ଏବଂ ମୁଁ ମୋର ଯୋଜନାକୁ ଠିକ୍ କରିବାକୁ ଧ୍ୟାନ ଦେଇଥାଏ।

ଆହୁରି ପଢ଼ନ୍ତୁ: IND vs SL: "ମୁଁ ଫ୍ୟାନ ହୋଇଗଲି..." ସିରିଜ୍ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଲେ କ୍ୟାପଟେନ୍ ପାଣ୍ଡ୍ୟା