IND vs BAN : ରୋହିତ ଶର୍ମା ଭାଙ୍ଗିଲେ ମହମ୍ମଦ ଅଜହରୁଦ୍ଦିନଙ୍କ ଏହି ବଡ଼ ରେକର୍ଡ, ପଢନ୍ତୁ ରିପୋର୍ଟ

  1. Home
  2. ODI Cricket

IND vs BAN : ରୋହିତ ଶର୍ମା ଭାଙ୍ଗିଲେ ମହମ୍ମଦ ଅଜହରୁଦ୍ଦିନଙ୍କ ଏହି ବଡ଼ ରେକର୍ଡ, ପଢନ୍ତୁ ରିପୋର୍ଟ

Rohit-Sharma-record


କ୍ରିକେଟ ଖବର : ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ପ୍ରଥମ ODI ରେ କ୍ରିଜକୁ ଆସିବା ମାତ୍ରେ ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ, ବର୍ତ୍ତମାନ ରୋହିତ ଅଜହରଙ୍କ ODI ରେ ସ୍କୋର କରିଥିବା ରନ୍ ସଂଖ୍ୟାକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। 

ind vs ban 1st odi ind win

ମହମ୍ମଦ ଅଜହରୁଦ୍ଦିନ ODI ରେ 9378 ରନ୍ ସଂଗ୍ରହ କରିଥିବାବେଳେ ବର୍ତ୍ତମାନ ରୋହିତ ତାଙ୍କଠାରୁ ଆଗରେ ଅଛନ୍ତି। ସଚିନ୍ ଭାରତ ପକ୍ଷରୁ ସର୍ବାଧିକ ODI ରନ୍ କରିଛନ୍ତି। ଏଥି ସହିତ ବିରାଟ କୋହଲି 12344 * ରନ୍ ସ୍କୋର କରି ଦୁଇ ନମ୍ବରରେ ଅଛନ୍ତି।

ଆହୁରି ପଢ଼ନ୍ତୁ : IND vs BAN: କୋହଲିଙ୍କ ଅଜବ ପ୍ରକାରର କ୍ୟାଚ୍ ଧରିଲେ ଲିଟନ୍ ଦାଶ, ନିଜେ ବିରାଟ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

Rohit Sharma batting

ଦିନିକିଆର ରନ ରେକର୍ଡରେ ଭାରତ ପକ୍ଷରୁ ଗଡ୍ ଅଫ୍ କ୍ରିକେଟ ସଚିନ ତେନ୍ଦୁଲକର 18426 ରନ କରି ପ୍ରଥମ ସ୍ଥାନରେ ଅଛନ୍ତି। ଏହା ପରେ ଦ୍ଵିତୀୟ ସ୍ଥାନରେ ବିରାଟ କୋହଲି 12344 * ରନ ସହିତ ଅଛନ୍ତି। ତୃତୀୟ ସ୍ଥାନରେ ଗାଙ୍ଗୁଲି ଦାଦା 11221 ରନ ସହିତ ରହିଥିବା ବେଳେ, ଚତୁର୍ଥ ସ୍ଥାନରେ ରାହୁଲ୍ ଦ୍ରାବିଡ଼ 10768 ରନ୍ କରିଛନ୍ତି। ପଞ୍ଚମ ସ୍ଥାନରେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି 10599 ରନ କରିଛନ୍ତି। ଷଷ୍ଠ ସ୍ଥାନରେ ବର୍ତ୍ତମାନ ରୋହିତ ଶର୍ମା ରହିଥିବା ବେଳେ ସେ 9403* ରନ୍ କରିଛନ୍ତି। ଅଜହର 9378 ରନ କରି ସପ୍ତମ ସ୍ଥାନରେ ଅଛନ୍ତି।