IND vs BAN: କୋହଲିଙ୍କ ଅଜବ ପ୍ରକାରର କ୍ୟାଚ୍ ଧରିଲେ ଲିଟନ୍ ଦାଶ, ନିଜେ ବିରାଟ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

  1. Home
  2. ODI Cricket

IND vs BAN: କୋହଲିଙ୍କ ଅଜବ ପ୍ରକାରର କ୍ୟାଚ୍ ଧରିଲେ ଲିଟନ୍ ଦାଶ, ନିଜେ ବିରାଟ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

liton das takes kohlis catch


କ୍ରିକେଟ ଖବର : ବାଂଲାଦେଶ ବିପକ୍ଷ ପ୍ରଥମ ODI ରେ ଭାରତର 3 ଭେଟେରାନ ବ୍ୟାଟ୍ସମ୍ୟାନ୍ ଶୀଘ୍ର ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ଶିଖର ଧାୱନ, ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରଥମ ଦିନିକିଆରେ କିଛି ବିଶେଷ କରିପାରିନାହାନ୍ତି। ସମସ୍ତ ତିନିଜଣ ବ୍ୟାଟ୍ସମ୍ୟାନ୍ ବାଂଲାଦେଶୀ ସ୍ପିନରଙ୍କ ଶିକାର ହୋଇଥିଲେ।  

liton das kohli catch

ପ୍ରଥମେ ଧାୱନଙ୍କୁ ମେହେଦି ହାସନ ମିରାଜ ବୋଲଡ଼ ଆଉଟ୍ କରି ପାଭିଲିୟନ ପଠାଇଥିଲେ। ଅନ୍ୟପକ୍ଷରେ ଶାକିବ ଅଲ ହାସନ ସମାନ ଓଭରରେ ରୋହିତ ଶର୍ମା ଏବଂ କୋହଲିଙ୍କୁ ଆଉଟ୍ କରି ଭାରତର ବ୍ୟାଟିଂ ଲାଇନଅପକୁ ଭାଙ୍ଗି ଦେଇଥିଲେ। ତେବେ ବିରାଟ ଯେଉଁଭଳି ଭାବରେ ଆଉଟ୍ ହୋଇଥିଲେ, ବାସ୍ତବରେ ଏହା ଦେଖିବା ଯୋଗ୍ୟ ଥିଲା। ନିଜେ ବିରାଟ ମଧ୍ୟ ନିଜର ଆଉଟ ହେବାକୁ ବିଶ୍ୱାସ କରି ପାରି ନଥିଲେ। 

ଆହୁରି ପଢ଼ନ୍ତୁ : IND vs BAN: ଏହି କାରଣରୁ ବାଂଲାଦେଶ ବିପକ୍ଷ ପ୍ରଥମ ODI ମ୍ୟାଚରେ ରିଷଭ ପନ୍ତଙ୍କୁ ମିଳିଲା ନାହିଁ ସୁଯୋଗ

ଦେଖନ୍ତୁ ଭିଡିଓ:

କୋହଲି ଆଉଟ୍ ହେବାରେ ଅଧିନାୟକ ଲିଟନ୍ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କୋହଲି ଶାକିବଙ୍କ ବଲରେ କଭର ସାଇଟରେ ଏକ ବଡ଼ ଶର୍ଟ ଖେଳିଥିଲେ। ଯେଉଁଠାରେ ଲିଟନ୍ ଦାସ ଉପସ୍ଥିତ ଥିଲେ।ଏଭଳି ପରିସ୍ଥିତିରେ ଦାସ ଡେଇଁ ଏକ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ନେଇଥିଲେ। ଲିଟନ୍ ଦାସଙ୍କ କ୍ୟାଚ୍ ଧରିବା ଦେଖି କୋହଲି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଦୀର୍ଘ ସମୟ ଧରି କୋହଲି ବି ନିଜେ ବିଶ୍ୱାସ କରିପାରିନଥିଲେ ଯେ ଜଣେ ବାଂଲାଦେଶୀ ଖେଳାଳି ମଧ୍ୟ ଏପରି ଆଶ୍ଚର୍ଯ୍ୟଜନକ କ୍ୟାଚ୍ ଧରନ୍ତି।