IPL 2023: ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଚେନ୍ନାଇ ବନାମ ଗୁଜୁରାଟ, ଜାଣନ୍ତୁ କିଏ ଜିତିଛି ଅଧିକ ମ୍ୟାଚ

  1. Home
  2. IPL Top News

IPL 2023: ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଚେନ୍ନାଇ ବନାମ ଗୁଜୁରାଟ, ଜାଣନ୍ତୁ କିଏ ଜିତିଛି ଅଧିକ ମ୍ୟାଚ

ipl-2023-csk-vs-gt


କ୍ରିକେଟ ଖବର: ଆଇପିଏଲ୍ ର ନୂଆ ସିଜନରେ ସାଧାରଣତଃ ପ୍ରଥମ ମ୍ୟାଚ୍, ବିଗତ ସିଜନର ବିଜେତା ଆଉ ହାରିଥିବା ଦଳଗୁଡିକ ମଧ୍ୟରେ ହୋଇଥାଏ ଯାହା ପୂର୍ବ ସିଜିନର ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଏଭଳି ପରିସ୍ଥିତିରେ ଚଳିତ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସଞ୍ଜୁ ସାମସନ ପୁନର୍ବାର ମୁହାଁମୁହିଁ ହେବା ଭଳି ମନେ ହେଉଥିଲା। କିନ୍ତୁ ଏହା ହେଉଛି ଆଇପିଏଲ୍ ର ରୋମାଞ୍ଚ ଯାହା ଯାହା ଚିନ୍ତା କରାଯାଏ ତାହା ହୁଏ ନାହିଁ।  ଆଇପିଏଲ୍ 2023 ରେ ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ।

ଏମ୍.ଏସ୍ ଧୋନିଙ୍କ ଦଳ ସହିତ ନବାଗତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଥମ ଆଇପିଏଲରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏମଏସ ଧୋନିଙ୍କର ପ୍ରାୟ 16 ବର୍ଷର ଅଧିନାୟକତ୍ୱ ଅଭିଜ୍ଞତା ଥାଇପାରେ, କିନ୍ତୁ ଗତ ଏକ ବର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଯାହା କରିଛନ୍ତି ତାହା କାହାକୁ ଅଛପା ନାହିଁ। ପ୍ରଥମେ ଅଧିନାୟକ ହୋଇ ଆଇପିଏଲ୍ ଟାଇଟଲ୍ ଜିତିବା, ତା’ପରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଗ୍ରହଣ କରିବା ଏବଂ ସେଠାରେ ମଧ୍ୟ ସଫଳ ହୋଇଥିଲେ ପାଣ୍ଡ୍ୟା। 

ଯଦିଓ ହାର୍ଦ୍ଦିକ ପାଣ୍ଡ୍ୟା ଏମଏସ ଧୋନିଙ୍କୁ ତାଙ୍କ ପରାମର୍ଶଦାତା ଭାବରେ ବିବେଚନା କରନ୍ତି, ଯେତେବେଳେ ଏହି ଦୁଇଜଣ ଆଇପିଏଲରେ ମୁହାଁମୁହିଁ ହେବେ, ଏହା ଗୁରୁ ଏବଂ ଶିଷ୍ୟଙ୍କ ସଂଘର୍ଷ ହେବ। ଗୁରୁ ତାଙ୍କ ଶିଷ୍ୟଙ୍କୁ କେତେ କୌଶଳ ଶିଖାଇଛନ୍ତି, ଏହା ମାର୍ଚ୍ଚ 31 ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜଣା ପଡିବ।

CSK-VS-GT-IPL

ଆଇପିଏଲ୍ 2022 ରେ ହାର୍ଦ୍ଦିକ ପାଣ୍ଡ୍ୟା ଦର୍ଶାଇଛନ୍ତି ଯେ ସେ ସମସ୍ତ କୌଶଳ ଶିକ୍ଷା କରି ଧୋନିଙ୍କ ସ୍ତରରେ ପହଞ୍ଚିଛନ୍ତି, କାରଣ ଗତ ବର୍ଷ ଯେତେବେଳେ ଆଇପିଏଲରେ CSK ଏବଂ GT ମଧ୍ୟରେ ମ୍ୟାଚ୍ ହୋଇଥିଲା, ଗୁଜୁରାଟ ଟାଇଟାନ୍ସ ହିଁ ଉଭୟ ଥର ଏକ ବୃହତ ବ୍ୟବଧାନରେ ଜିତିଥିଲା। 

2022 ମସିହାରେ 17 ଏପ୍ରିଲରେ ମହାରାଷ୍ଟ୍ରର ପୁଣେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଉଭୟ ଦଳର ପ୍ରଥମ ମ୍ୟାଚ । ଆଉ ଏହି ମ୍ୟାଚକୁ ତିନି ୱିକେଟରେ ଜିତିଥିଲା ଗୁଜୁରାଟ ଦଳ। ଅନ୍ୟପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ମେ 15 ତାରିଖରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଆଉ ଏହି ମ୍ୟାଚକୁ ବି 7 ୱିକେଟରେ ଜିତିଥିଲା ଗୁଜୁରାଟ ଦଳ। ତେବେ ଚଳିତ ବର୍ଷ ତୃତୀୟ ଥର ପାଇଁ ଧୋନି ଆଉ ପାଣ୍ଡ୍ୟା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚରେ କେଉଁ ଦଳ କାହା ଉପରେ ଭାରି ହେଉଛି ତାହା 31 ମାର୍ଚ୍ଚରେ ହେବାକୁ ଥିବା ମ୍ୟାଚର ରେଜଲ୍ଟ ହିଁ କହିବ। 

ଆହୁରି ପଢ଼ନ୍ତୁ: WTC 2023: ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତ ମଧ୍ୟ ହେଲେ ସାମିଲ୍, ଦେଖନ୍ତୁ ପ୍ଲେଇଂ XI