WTC 2023: ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତ ମଧ୍ୟ ହେଲେ ସାମିଲ୍, ଦେଖନ୍ତୁ ପ୍ଲେଇଂ XI

  1. Home
  2. Cricket News

WTC 2023: ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତ ମଧ୍ୟ ହେଲେ ସାମିଲ୍, ଦେଖନ୍ତୁ ପ୍ଲେଇଂ XI

wisden wtc playing xi


କ୍ରିକେଟ ଖବର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ ମ୍ୟାଚ୍ ଜୁନ୍ ୭ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର କେନିଙ୍ଗଟନ୍ ଓଭାଲ୍ (ଲଣ୍ଡନ) ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଏପର୍ଯ୍ୟନ୍ତ ନିଜ ନିଜର ସ୍କ୍ୱାଡ୍ ଘୋଷଣା କରି ନାହାନ୍ତି। ଏସବୁ ମଧ୍ୟରେ ୱିସଡେନ୍ 2021-23 ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦଳ ଘୋଷଣା କରିଛନ୍ତି। ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି। ଋଷଭ ପନ୍ତଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ଦୁଇ ଖେଳାଳି ମଧ୍ୟ ଏହି ଦଳରେ ନିଜର ସ୍ଥାନ ପକ୍କା କରିବାରେ ସଫଳ ହୋଇଛନ୍ତି।

ୱିସଡେନ୍ 2021-23 ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପ୍ରଦର୍ଶନ ଆଧାରରେ 11 ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ଏହି ଦଳରେ ଟିମ୍ ଇଣ୍ଡିଆର ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା ଏବଂ ଋଷଭ ପନ୍ତଙ୍କୁ ବି ସାମିଲ କରାଯାଇଛି। ୱିକେଟ୍ କିପର ଭାବରେ ଋଷଭ ପନ୍ତ ଦଳରେ ଅଛନ୍ତି। ଏଥି ସହ ଭାରତର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, କେ.ଏଲ୍ ରାହୁଲ ଏବଂ ବିରାଟ କୋହଲି ଦଳରେ ସ୍ଥାନ ପାଇ ନାହାଁନ୍ତି।

playing xi wisden

ତେବେ ଏହି ଦଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ପ୍ୟାଟ୍ କମିନ୍ସ ଏବଂ ନାଥନ୍ ଲିଅନ ମଧ୍ୟ ସାମିଲ ଅଛନ୍ତି। ଶ୍ରୀଲଙ୍କା ଦଳରୁ ଦିମୁଥ କରୁଣାତ୍ନେ ଓ ଦୀନେଶ ଚଣ୍ଡିମାଲଙ୍କୁ ସ୍ଥାନ ଦିଆଯାଇଛି। ଏଥି ସହିତ ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏହି ଦଳରେ ସାମିଲ ଅଛନ୍ତି।

ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦଳ

ଉସମାନ ଖାୱାଜା, ଦିମୁଥ କରୁଣାରତ୍ନେ, ମାର୍ନୁସ ଲାବୁସାଗ୍ନେ, ଦୀନେଶ ଚାନ୍ଦିମାଲ, ଜନି ବେୟାରଷ୍ଟୋ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ପ୍ୟାଟ କମିନ୍ସ, ଜସପ୍ରୀତ ବୁମ୍ରା, କାଗିସୋ ରାବାଡା, ନାଥନ ଲିଅନ।

ଆହୁରି ପଢ଼ନ୍ତୁ: IND vs AUS: ଭାରତ ବିପକ୍ଷରେ ଭଲ ଖେଳିବା ପରେ ଏହି ଖେଳାଳିଙ୍କ କେରିଅର ନଷ୍ଟ କରିବାକୁ ଚାହୁଁଛନ୍ତି ମିଚେଲ ମାର୍ଶ, ଦେଲେ ବଡ଼ ବୟାନ୍