IPL 2023 ନିଲାମ: ଅଷ୍ଟ୍ରେଲିଆର ଏହି ଘାତକ ବୋଲରକୁ MI ଏତେ କୋଟି ଟଙ୍କା ଦେଇ କିଣିଲା, କଲା ଜସପ୍ରୀତ ବୁମରାଙ୍କ ଜୋଡିଦାର

  1. Home
  2. IPL Top News

IPL 2023 ନିଲାମ: ଅଷ୍ଟ୍ରେଲିଆର ଏହି ଘାତକ ବୋଲରକୁ MI ଏତେ କୋଟି ଟଙ୍କା ଦେଇ କିଣିଲା, କଲା ଜସପ୍ରୀତ ବୁମରାଙ୍କ ଜୋଡିଦାର

Jhye


କ୍ରିକେଟ ଖବର : ଗତକାଲି କୋଚିରେ ଆଇପିଏଲ୍ 2023 ପାଇଁ ମିନି ନିଲାମ ଆୟୋଜନ କରାଯାଇଥିଲା। ଯେଉଁଥିରେ ନିଲାମ ପାଇଁ ସେଟ୍ ହୋଇଥିବା AF1 ର କ୍ରମିକ ନମ୍ବର -22 ରେ ଅଷ୍ଟ୍ରେଲିୟ ଫାଷ୍ଟ ବୋଲର ଝାଇ ରିଚାର୍ଡସନଙ୍କ ନାମ ଆସିବା ମାତ୍ରେ ଅନେକ ଫ୍ରାଞ୍ଚାଇଜ୍ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

Jhye

ଗତ ସିଜିନରେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପଞ୍ଜାବ କିଙ୍ଗ୍ସ ଦ୍ୱାରା 14 କୋଟିରେ କ୍ରୟ ହୋଇଥିଲେ। କିନ୍ତୁ ଏହି ଖେଳାଳି ଆହତ କାରଣରୁ 2022 ମସିହାରେ ଆଇପିଏଲ ଖେଳି ପାରିନଥିଲେ। କିନ୍ତୁ ଆଇପିଏଲ୍ 2023 ପାଇଁ, ଝାଇ ରିଚାର୍ଡସନଙ୍କୁ କେବଳ 1.5 କୋଟି ମୂଲ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। 

Jhye

ଝାଇ ରିଚାର୍ଡସନ ଅଷ୍ଟ୍ରେଲିଆ ପାଇଁ ତିନୋଟି ଯାକ ଫର୍ମାଟ୍ ଖେଳିଛନ୍ତି।  ତାଙ୍କୁ ଟେଷ୍ଟ ଫର୍ମାଟରେ 3 ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି। ସେ 15 ଟି ODI ରେ 27 ଟି ୱିକେଟ୍ ନେଇଛନ୍ତି। ତେବେ 2023 ଆଇପିଏଲରେ ମୁମ୍ବାଇ ପାଇଁ ଝାଇ ରିଚାର୍ଡସନ ଏବଂ ଜସପ୍ରୀତ ବୁମ୍ରାଙ୍କ ଯୋଡି ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଏକ ବଡ଼ ଚାପ ସୃଷ୍ଟି କରି ପାରିବେ ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ : IPL 2023: ଶିବମ୍ ମାଭିଙ୍କ ନିଲାମ ପାଇଁ 4 ଟି ଦଳ ମଧ୍ୟରେ ହେଲା ସଂଘର୍ଷ, ତା’ପରେ ଏହି ଫ୍ରାଞ୍ଚାଇଜ୍ 6 କୋଟି ଟଙ୍କା ଦେଇ କିଣିଲା