IPL 2023: ଶିବମ୍ ମାଭିଙ୍କ ନିଲାମ ପାଇଁ 4 ଟି ଦଳ ମଧ୍ୟରେ ହେଲା ସଂଘର୍ଷ, ତା’ପରେ ଏହି ଫ୍ରାଞ୍ଚାଇଜ୍ 6 କୋଟି ଟଙ୍କା ଦେଇ କିଣିଲା

  1. Home
  2. IPL Top News

IPL 2023: ଶିବମ୍ ମାଭିଙ୍କ ନିଲାମ ପାଇଁ 4 ଟି ଦଳ ମଧ୍ୟରେ ହେଲା ସଂଘର୍ଷ, ତା’ପରେ ଏହି ଫ୍ରାଞ୍ଚାଇଜ୍ 6 କୋଟି ଟଙ୍କା ଦେଇ କିଣିଲା

Shivam Mavi


କ୍ରିକେଟ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 15 ତମ ସିଜନରେ କୋଲକାତା ନାଇଟ୍ ରାଇଡର୍ସର ଅଂଶ ହୋଇଥିବା ଶିବମ୍ ମାଭି, ଆଇପିଏଲ୍ 2023 ରେ ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। କୋଚିରେ ଆୟୋଜିତ ଆଇପିଏଲ୍ 2023 ମିନି ନିଲାମରେ ଗୁଜୁରାଟ ତାଙ୍କ ଉପରେ ଏକ ବଡ଼ ବାଜି ଖେଳିଛି। ଏଥି ସହିତ, ଆଇପିଏଲ୍ 2022 ରେ ସେ ଶାହରୁଖ ଖାନଙ୍କ ମାଲିକାନା ଦଳ କେକେଆର୍ ସହିତ ଥିଲେ। କିନ୍ତୁ କେକେଆର୍ ତାଙ୍କୁ ରିଲିଜ କରି ଦେଇଥିଲା।  ଯାହା ପରେ ତାଙ୍କୁ ଆଇପିଏଲ 2023 ନିଲାମର ଏକ ଅଂଶ ହେବାକୁ ପଡିଲା। 

ବାସ୍ତବରେ, ଆଇପିଏଲ 2022 ମେଗା ନିଲାମରେ କୋଲକାତା ନାଇଟ୍ ରାଇଡର୍ସ 7.25 କୋଟି ଟଙ୍କା ଦେଇ ଶିବମ୍ ମାଭିକୁ କିଣିଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇନାହାଁନ୍ତି ଶିବମ୍। କିନ୍ତୁ ଘରୋଇ କ୍ରିକେଟ୍ ଏବଂ ଆଇପିଏଲର ପୂର୍ବ ସିଜନରେ ସେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ଗୁଜୁରାଟ ଶିବମଙ୍କ ଉପରେ ଏତେ ବଡ଼ ବାଜି ଖେଳିଛି।

Shivam Mavi

2018 ରେ ଶିବମ୍ ମାଭି ନିଜର ଆଇପିଏଲ୍ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଏହି ଟୁର୍ନାମେଣ୍ଟର ଚାରୋଟି ସିଜନ ଖେଳିଛନ୍ତି। ସେ ଏହି ସବୁ ସିଜନରେ କୋଲକାତା ନାଇଟ୍ ରାଇଡର୍ସର ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ଗତ ବର୍ଷ ସେ କିଛି ବିଶେଷ କରିପାରିନଥିଲେ। ଏହି କାରଣରୁ କେକେଆର ତାଙ୍କୁ ଦଳରୁ ରିଲିଜ କରିଥିଲା।

କିନ୍ତୁ ସେ ପୁଣି ଥରେ ନିଜ ଲୟକୁ ଫେରିଛନ୍ତି। ନିକଟରେ ସୟଦ ମୁଶତକ ଅଲିରେ ଉତ୍ତରପ୍ରଦେଶରେ ସହିତ ଖେଳି ସେ ସାତୋଟି ମ୍ୟାଚରେ 10 ଟି ୱିକେଟ୍ ନେଇଛନ୍ତି।  ଏହା ବ୍ୟତୀତ ଆଇପିଏଲର 32 ଟି ମ୍ୟାଚରେ ତାଙ୍କର 30 ଟି ୱିକେଟ୍ ରହିଛି। ତେବେ ବର୍ତ୍ତମାନ ଆଇପିଏଲ 2023 ପାଇଁ ତାଙ୍କର ବେସ୍ ପ୍ରାଇସ୍ 40 ଲକ୍ଷ ଥିଲା। କିନ୍ତୁ ତାଙ୍କୁ 6 କୋଟି ଟଙ୍କାରେ କିଣିଛି 2022 ସିଜନର ଚମ୍ପିୟାନ ଦଳ ଗୁଜୁରାଟ ଟାଇଟାନ୍ସ। 

ଆହୁରି ପଢ଼ନ୍ତୁ : BAN vs IND: ପନ୍ତ ଏବଂ ଆୟର୍ ବାଂଲାଦେଶର ହଜେଇଲେ ନିଦ, ଶାକିବ କଲେ କମାଲ ଏବଂ ଭାରତ 87 ରନ୍ ଆଗରେ ଅଛି, ଦେଖନ୍ତୁ ସ୍କୋରକାର୍ଡ଼...