53 ଚୌକା ଛକା ମାରି 123 ବର୍ଷ ପରେ ଏକ ନିଆରା ରେକର୍ଡ ସୃଷ୍ଟି କଲେ ପୃଥୀ ଶ', ଏହି ରେକର୍ଡ କରିବାରେ ହେଲେ ବିଶ୍ୱର ଦ୍ଵିତୀୟ ଖେଳାଳି

  1. Home
  2. Cric Special

53 ଚୌକା ଛକା ମାରି 123 ବର୍ଷ ପରେ ଏକ ନିଆରା ରେକର୍ଡ ସୃଷ୍ଟି କଲେ ପୃଥୀ ଶ', ଏହି ରେକର୍ଡ କରିବାରେ ହେଲେ ବିଶ୍ୱର ଦ୍ଵିତୀୟ ଖେଳାଳି

prithivi shaw record


କ୍ରିକେଟ ଖବର: ଗତ ଜାନୁଆରୀ 11 ତାରିଖରେ ଆସାମ ବିପକ୍ଷରେ ଖେଳା ଯାଇଥିବା ରଣଜୀ ଟ୍ରଫି 2022-23 ମ୍ୟାଚରେ ତ୍ରିଶତକ ହାସଲ କରିଥିଲେ ମୁମ୍ବାଇର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥୀ ଶ'। ସେ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଏହି ତ୍ରିଶତକୀୟ ଇନିଂସ ଖେଳିଥିଲେ। ସେ 383 ବଲରେ 379 ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ 49ଟି ଚୌକା ଓ 4ଟି ଛକା ମାରିଥିଲେ। ତେବେ  ଏହି ଐତିହାସିକ ଇନିଂସ ସହିତ, ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି ହୋଇଛି। ଆଜିର ଏହି ଆର୍ଟିକାଲରେ ଆମେ ସେହି ରେକର୍ଡ ଗୁଡିକ ବିଷୟରେ ଆଲୋଚନା କରିବା....

ଏହି 3ଟି ରେକର୍ଡ ସୃଷ୍ଟି କଲେ ପୃଥୀ ଶ':

1) ଓପନର୍ ଭାବରେ ସବୁଠାରୁ ବଡ ଇନିଂସ :

ରଣଜୀ ଟ୍ରଫିରେ ଓପନର୍ ଭାବରେ ଏହା ହେଉଛି ସବୁଠାରୁ ବଡ ସ୍କୋର। ଏହାପୂର୍ବରୁ ଏହି ରେକର୍ଡ ଗୁଜୁରାଟର ସମିତ ଗୋହେଲଙ୍କ ନାମରେ ଥିଲା, ଯିଏ 2016 ରେ ଓଡ଼ିଶା ବିପକ୍ଷରେ ଅପରାଜିତ 359 ସ୍କୋର କରିଥିଲେ।

2) ରଣଜୀ ଟ୍ରଫିରେ ଦ୍ୱିତୀୟ ବୃହତ୍ତମ ଇନିଂସ:

shaw

ରଣଜୀ ଟ୍ରଫି ଇତିହାସରେ ଦ୍ୱିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ସୃଷ୍ଟି କଲେ ପୃଥୀ ଶ'। ଏହି ପରିପ୍ରେକ୍ଷୀରେ ସେ 1991 ରେ ହାଇଦ୍ରାବାଦ ବିପକ୍ଷରେ 377 ସ୍କୋର କରିଥିବା ସଞ୍ଜୟ ମଞ୍ଜରେକରଙ୍କ ରେକର୍ଡ ଭାଙ୍ଗିଥିଲେ। ଏହି ତାଲିକାରେ ପ୍ରଥମ ନମ୍ବର ହେଉଛି ବିବି ନିମ୍ବଲକର, ଯିଏ ମହାରାଷ୍ଟ୍ର ପାଇଁ ଖେଳୁଥିବାବେଳେ 1948 ମସିହାରେ କାଟିଆୱାରଙ୍କ ବିପକ୍ଷରେ ଅପରାଜିତ 443 ସ୍କୋର କରିଥିଲେ।

3) 123 ବର୍ଷ ପରେ ସୃଷ୍ଟି ହେଲା ଏହି ନିଆରା ରେକର୍ଡ:

ପ୍ରଥମ ଶ୍ରେଣୀ ମ୍ୟାଚରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଦୁଇଥର 100 କିମ୍ବା ଅଧିକ ରନ୍ ସ୍କୋର କରିବାରେ ପୃଥୀ ଶ' ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇପାରିଛନ୍ତି। ଏହା ପୂର୍ବରୁ 123 ବର୍ଷ ପୂର୍ବେ (1900 ମସିହାରେ) ଗିଲବର୍ଟ ଜେସୁପ ୟର୍କର ବିପକ୍ଷ ପ୍ରଥମ ଶ୍ରେଣୀ ମ୍ୟାଚରେ ଗ୍ଲୁକେଷ୍ଟେରେଶର୍ ପାଇଁ ଖେଳୁଥିବା ବେଳେ ଏହି ରେକର୍ଡ ସୃଷ୍ଟି କରିଥିଲେ। ପୃଥୀ ଏକ ଇନିଂସରେ ଏହା ଦୁଇଥର କରିଥିବାବେଳେ ଜେସୁପ ଏହାକୁ ଦୁଇଟି ଇନିଂସରେ ଏହା କରିଛନ୍ତି।

ଆହୁରି ପଢ଼ନ୍ତୁ: IPL 2023: ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଚେନ୍ନାଇ ବନାମ ଗୁଜୁରାଟ, ଜାଣନ୍ତୁ କିଏ ଜିତିଛି ଅଧିକ ମ୍ୟାଚ