T20 World Cup 2022 BEST XI ବାଛିଲେ ବ୍ରେଟ୍ ଲି, ଦଳରେ ନାହାନ୍ତି ଜଣେ ବି ଅଷ୍ଟ୍ରେଲିଆର ଖେଳାଳି

  1. Home
  2. Cric Special

T20 World Cup 2022 BEST XI ବାଛିଲେ ବ୍ରେଟ୍ ଲି, ଦଳରେ ନାହାନ୍ତି ଜଣେ ବି ଅଷ୍ଟ୍ରେଲିଆର ଖେଳାଳି

brett lee selected t20 wc best xi


କ୍ରିକେଟ ଖବର : ଅଷ୍ଟ୍ରେଲିଆର ବିଶ୍ୱକପ ବିଜେତା ବୋଲର ବ୍ରେଟ୍ ଲି ନିକଟରେ ଶେଷ ହୋଇଥିବା ଟି-20 ବିଶ୍ୱକପ୍ 2022 ରୁ ନିଜର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ଏହି କିମ୍ବଦନ୍ତୀ ପେସର୍ ଚାରି ଜଣ ଭାରତୀୟ, ଦୁଇ ଜଣ ପାକିସ୍ତାନୀ, ଜଣେ ନ୍ୟୁଜିଲ୍ୟାଣ୍ଡ ଏବଂ ଚାରି ଜଣ ଇଂରାଜୀ କ୍ରିକେଟରଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ, ବ୍ରେଟ୍ ଲି ନିଜ ଦଳରେ କୌଣସି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ସ୍ଥାନ ଦେଇ ନାହାନ୍ତି। 

Brett Lee

ବ୍ରେଟ୍ ଲି ଓପନର୍ ଭାବରେ ଦଳରେ ଜୋସ୍ ବଟଲର୍ ଏବଂ ଆଲେକ୍ସ ହେଲ୍ସଙ୍କୁ ସ୍ଥାନ ଦେଇଛନ୍ତି। ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିବା ସାମ କରନଙ୍କୁ ସେ ନିଜ ଦଳରେ ସ୍ଥାନ ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ 6 ଟି ଇନିଂସରୁ 13 ୱିକେଟ୍ ନେଇ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛନ୍ତି ସାମ କରନ। ତେଣୁ ତାଙ୍କୁ ବି ନିଜର ଶ୍ରେଷ୍ଠ ଏକାଦଶରେ ସାମିଲ୍ କରିଛନ୍ତି ବ୍ରେଟ୍ ଲି। 

ଆହୁରି ପଢ଼ନ୍ତୁ : ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିବା ପରେ ବିଶ୍ୱକପ ରେ ରୋହିତଙ୍କ ଭୁଲକୁ ଗଣମାଧ୍ୟମ ଆଗରେ କହିଲେ ଅଧିନାୟକ ପାଣ୍ଡ୍ୟା

kohli and surya

ଅନ୍ୟପଟେ ଟୁର୍ଣ୍ଣାମେଣ୍ଟରେ ମାତ୍ର ଚାରିଟି ୱିକେଟ୍ ନେଇଥିବା ଇଂରାଜୀ ସ୍ପିନର ଆଦିଲ ରସିଦଙ୍କୁ ବି ନିଜ ଦଳରେ ସାମିଲ କରିଛନ୍ତି ବ୍ରେଟ୍ ଲି। କାରଣ ସେ ସେମିଫାଇନାଲ୍ ଏବଂ ଫାଇନାଲ୍ ମୁକାବିଲାରେ ଇଂରାଜୀ ଦଳ ପାଇଁ ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ ବ୍ରେଟ୍ ଲି ନିଜ ଦଳରେ ଭାରତୀୟ ଦଳରୁ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ଅର୍ଶଦୀପ ସିଂଙ୍କୁ ବି ଚୟନ କରିଛନ୍ତି। 

ବ୍ରେଟ୍ ଲିଙ୍କ ଶ୍ରେଷ୍ଠ ଟି-20 ଏକାଦଶ: 

ଆଲେକ୍ସ ହାଲ୍ସ, ଜୋସ୍ ବଟଲର, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଗ୍ଲେନ ଫିଲିପ୍ସ, ହାର୍ଦ୍ଦିକ ପାଣ୍ଡ୍ୟା, ଶାଦବ ଖାନ, ସାମ କରନ, ଶାହିନ ଆଫ୍ରିଦି, ଅର୍ଶଦୀପ ସିଂ, ଆଦିଲ ରସିଦ।