ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିବା ପରେ ବିଶ୍ୱକପ ରେ ରୋହିତଙ୍କ ଭୁଲକୁ ଗଣମାଧ୍ୟମ ଆଗରେ କହିଲେ ଅଧିନାୟକ ପାଣ୍ଡ୍ୟା

  1. Home
  2. T20 Cricket

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିବା ପରେ ବିଶ୍ୱକପ ରେ ରୋହିତଙ୍କ ଭୁଲକୁ ଗଣମାଧ୍ୟମ ଆଗରେ କହିଲେ ଅଧିନାୟକ ପାଣ୍ଡ୍ୟା

pandya on ind vs nz series and rohit


କ୍ରିକେଟ ଖବର : ହାର୍ଦ୍ଦିକ ପାଣ୍ଡ୍ୟା ଯୁବ ଖେଳାଳିଙ୍କ ସହ ସଜାଯାଇଥିବା ଭାରତୀୟ କ୍ରିକେଟ୍ ଦଳକୁ ନ୍ୟୁଜିଲ୍ୟାଣ୍ଡର ମାଟିରେ ଚାମ୍ପିଅନ୍ କରାଇଛନ୍ତି। 22 ନଭେମ୍ବରରେ, 3 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଶେଷ ମ୍ୟାଚ୍ ନାପିଅରରେ ଖେଳାଯାଇଥିଲା। ଯାହା ବର୍ଷା ହେତୁ ସଂପୂର୍ଣ୍ଣ ହୋଇପାରିଲା ନାହିଁ। କିନ୍ତୁ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚ୍ ଟାଇ ହେଲା।

Nz vs Ind

କିନ୍ତୁ ଏହି ସିରିଜର ଦ୍ଵିତୀୟ ମ୍ୟାଚ ଭାରତ ମ୍ୟାଚ୍ ଜିତିଥିଲା। ତେଣୁ ଏହି ସିରିଜକୁ 1-0 ରେ ଟିମ୍ ଇଣ୍ଡିଆ ନାମରେ ନାମିତ କରାଯାଇଥିଲା। ଏହା ପରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ଆସିଥିଲେ, ଯେଉଁଠାରେ ସେ ଟିମ ଇଣ୍ଡିଆର ବିଶ୍ୱକପ୍‌ରେ ହୋଇଥିବା ଭୁଲ ବିଷୟରେ ଖୋଲାଖୋଲି ଭାବେ କହିଥିଲେ, ଭବିଷ୍ୟତରେ ଟିମ୍ ଇଣ୍ଡିଆ କିପରି ଖେଳିବ ତାହା ବିଷୟରେ ବିସୃତ ବୟାନ ଦେଇଥିଲେ। 

ସିରିଜ୍ ଜିତିବା ପରେ କଣ କହିଲେ ପାଣ୍ଡ୍ୟା :

କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିବା ପରେ ବିଶ୍ୱକପରେ ହୋଇଥିବା ଭୁଲ ଉପରେ ଆଲୋକପାତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଯେକୌଣସି କ୍ଷେତ୍ରରେ ଦଳରେ 6 ଜଣ ବୋଲିଂ ବିକଳ୍ପ ସହିତ ଯିବାକୁ ସେ ପସନ୍ଦ କରନ୍ତି।  

ଆହୁରି ପଢ଼ନ୍ତୁ : IPL 2023 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢିଗଲା ଶକ୍ତି, ବୁମ୍ରାଙ୍କ ସମେତ ଏହି ଘାତକ ବୋଲର ହେଲେ ସମ୍ପୂର୍ଣ ଠିକ

pandya statement

ହାର୍ଦ୍ଦିକ କହିଛନ୍ତି, “ଆମେ ବିଶ୍ୱକପରେ ଏଭଳି ଅନେକ ଭୁଲ କରିଛୁ। ଯେଉଁଥିପାଇଁ ଆମକୁ ପରାଜୟର ସାମ୍ନା କରିବାକୁ ପଡିଲା। ଜଣେ ଅଧିନାୟକ ଭାବରେ ମୁଁ ଛଅ ଜଣ ବୋଲିଂ ବିକଳ୍ପକୁ ନେଇ ସର୍ବଦା ଉତ୍ସାହିତ ଅଟେ। ସେଥିପାଇଁ ମୁଁ ଏହି ସିରିଜରେ ବୋଲିଂ କରି ନଥିଲି ଏବଂ ଦୀପକ ହୁଡାଙ୍କୁ ଏକ ଅତିରିକ୍ତ ସୁଯୋଗ ଦେଇଥିଲି। ଏହା T20 ରେ ଆବଶ୍ୟକ ହୋଇଥାଏ ।