ବିରାଟ କୋହଲିଙ୍କ ଶତକରେ ଭାଙ୍ଗିଲା ଅଷ୍ଟ୍ରେଲିଆର ଗର୍ବ, ରିକି ପଣ୍ଟିଂଙ୍କ ଏହି ରେକର୍ଡକୁ ଭାଙ୍ଗିଲେ କିଙ୍ଗ୍ କୋହଲି

  1. Home
  2. Cric Special

ବିରାଟ କୋହଲିଙ୍କ ଶତକରେ ଭାଙ୍ଗିଲା ଅଷ୍ଟ୍ରେଲିଆର ଗର୍ବ, ରିକି ପଣ୍ଟିଂଙ୍କ ଏହି ରେକର୍ଡକୁ ଭାଙ୍ଗିଲେ କିଙ୍ଗ୍ କୋହଲି


କ୍ରିକେଟ ଖବର : ତୃତୀୟ ODI ମ୍ୟାଚ୍ ଶନିବାର ଦିନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ଲିଟନ୍ ଦାସ ଟସ୍ ଜିତି ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ସ୍କୋର ବୋର୍ଡ଼ରେ 409 ରନରେ 8 ୱିକେଟ୍ ହରାଇ କରିଥିଲା।

virat kohli 72th century

ବିରାଟ କୋହଲିଙ୍କ 113 ରନର ଇନିଂସ ଏବଂ ଇଶାନ କିଶନଙ୍କ 210 ରନର ଇନିଂସ ସହାୟତାରେ ଟିମ୍ ଇଣ୍ଡିଆ ଏହି ରନ କରି ପାରିଥିଲା। ଏହି ମ୍ୟାଚରେ କୋହଲି ନିଜର 72 ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଏହା ସହିତ ବିଶ୍ୱ କ୍ରିକେଟରେ ସେ ଅଧିକ ଶତକ ହାସଲ କରିବାରେ ଦ୍ୱିତୀୟ ସ୍ଥାନକୁ ଯାଇଛନ୍ତି। ପୂର୍ବରୁ 71 ଟି ଶତକ ସହିତ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ରିକି ପଣ୍ଟିଂ ଦ୍ଵିତୀୟ ସ୍ଥାନରେ ଥିଲେ। କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗଙ୍କୁ ପଛରେ ପକାଇ ଏକ ନୂତନ ରେକର୍ଡ ହାସଲ କରିଛନ୍ତି କିଙ୍ଗ୍ କୋହଲି। 

ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ନିଜର ପୂର୍ବ ରୂପରେ ବ୍ୟାଟିଂ କରିଥିଲେ। ସେ ଏହି ମ୍ୟାଚରେ ନିଜ କ୍ୟାରିୟରର 72 ତମ ଶତକ ହାସଲ କରିଛନ୍ତି। ଶତକ ହାସଲ କରିବାରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକର 100ଟି ଶତକ ସହ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆଉ 29 ଟି ଶତକ ଦରକାର ଏବଂ ଆଉ 28 ଟି ଶତକ କଲେ ସଚିନଙ୍କ ଶତକ ରେକର୍ଡ ସହ ସମକ୍ଷକ ହେବେ ବିରାଟ। 

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭାଇରାଲ୍ ଭିଡ଼ିଓ: ଇଶାନ୍ କିଶାନ ଦ୍ୱିଶତକ ମାରିବା ପରେ ଭାଙ୍ଗଡ଼ା ନାଚିଲେ କିଙ୍ଗ୍ କୋହଲି

ଆନ୍ତର୍ଜାତୀୟ କ୍ରିକେଟ୍ ରେ ଅଧିକାଂଶ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକା : 

kohli sachin and ponting record

1. ସଚିନ ତେନ୍ଦୁଲକର 782 ଇନିଂସରେ 100 ଟି ଶତକ ହାସଲ କରିଛନ୍ତି।

2. ବିରାଟ କୋହଲି 536 ଇନିଂସରେ 72 ଟି ଶତକ ହାସଲ କରିଛନ୍ତି।

3. ରିକି ପଣ୍ଟିଂ 668 ଇନିଂସରେ 71ଟି ଶତକ ହାସଲ କରିଛନ୍ତି।

4. କୁମାର ସାଙ୍ଗାକାରା 666 ଇନିଂସରେ 63 ଶତକ ହାସଲ କରିଛନ୍ତି।

5. ଜ୍ୟାକ୍ କଲିସ୍ 617 ଇନିଂସରେ 62 ଶତକ ହାସଲ କରିଛନ୍ତି।