ଦେଖନ୍ତୁ ଭାଇରାଲ୍ ଭିଡ଼ିଓ: ଇଶାନ୍ କିଶାନ ଦ୍ୱିଶତକ ମାରିବା ପରେ ଭାଙ୍ଗଡ଼ା ନାଚିଲେ କିଙ୍ଗ୍ କୋହଲି

  1. Home
  2. Cricket News

ଦେଖନ୍ତୁ ଭାଇରାଲ୍ ଭିଡ଼ିଓ: ଇଶାନ୍ କିଶାନ ଦ୍ୱିଶତକ ମାରିବା ପରେ ଭାଙ୍ଗଡ଼ା ନାଚିଲେ କିଙ୍ଗ୍ କୋହଲି


କ୍ରିକେଟ ଖବର : ବାଂଲାଦେଶ ବିପକ୍ଷ ତୃତୀୟ ODI ରେ ଇଶାନ କିଶାନ ଏକ ଦମଦାର୍ ଦ୍ବିଶତକ ହାସଲ କରିଛନ୍ତି। ଇଶାନଙ୍କ ଏହା ODI କ୍ୟାରିୟରର ପ୍ରଥମ ଦ୍ୱିଶତକ। ଯେଉଁଥିରେ ସେ 24 ଟି ଚୌକା ଓ 10 ଟି ଛକା ମାରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ କୋହଲିଙ୍କ ସହ ଇଶାନ୍ 290 ରନର ଭାଗିଦାରୀ କରିଥିଲେ। 

ଏହି ସମୟରେ ଇଶାନ 210 ରନ୍ ସଂଗ୍ରହ କରିଥିବାବେଳେ କୋହଲି 113 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଉଭୟଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଶଂସକଙ୍କ ହୃଦୟ ଜିତିଥିଲା। ତେବେ ଯେତେବେଳେ ଇଶାନ ତାଙ୍କ ଦ୍ଵିଶତକ ସ୍କୋର କରିଥିଲେ, ସେତେବେଳେ କୋହଲି ନିଜେ ପିଚରେ ଭାଙ୍ଗଡ଼ା ନୃତ୍ୟ କରୁଥିବା ଦେଖାଯାଇଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। କୋହଲିଙ୍କ ନୃତ୍ୟ ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

ishan kishan and virat kohli

ଆହୁରି ପଢ଼ନ୍ତୁ : "ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର ଶେଷ ହୋଇଗଲେ ମୁ ଆଶ୍ଚର୍ଯ୍ୟ ହେବି ନାହିଁ" କହିଲେ ଆକାଶ ଚୋପ୍ରା

କେବଳ ଏତିକି ନୁହେଁ, ତାଙ୍କର ପୂର୍ବତନ ଅଧିନାୟକଙ୍କ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖି ଇଶାନ ମଧ୍ୟ ତାଙ୍କ ନୃତ୍ୟକୁ ନକଲ କରିବାକୁ ଚେଷ୍ଟା କରିଥିଲେ। କୋହଲିଙ୍କ ନୃତ୍ୟ ଏବଂ ଇଶାନଙ୍କ ଦ୍ଵିଶତକ ପ୍ରଶଂସକଙ୍କ ହୃଦୟ ଜିତୁଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ କ୍ରମାଗତ ଭାବରେ ପ୍ରତିକ୍ରିୟା ଦେଉଛନ୍ତି।

ଦେଖନ୍ତୁ ଭିଡ଼ିଓ :