Asia Cup କୁ ନେଇ ଥମୁନି ବିବାଦ, ଟିମ୍ ଇଣ୍ଡିଆକୁ ଜାଭେଦ ମିଆଁଦାଦ କହିଲେ "India, Go To Hell"

  1. Home
  2. Cricket News

Asia Cup କୁ ନେଇ ଥମୁନି ବିବାଦ, ଟିମ୍ ଇଣ୍ଡିଆକୁ ଜାଭେଦ ମିଆଁଦାଦ କହିଲେ "India, Go To Hell"


କ୍ରିକେଟ୍ ଖବର: ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନଆସିଲେ କିଛି ଫରକ ପଡିବ ନାହିଁ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ। ଦିନକୁ ଦିନ ଏସିଆ କପ ବିବାଦ ବଢ଼ିବାରେ ଲାଗିଛି। ନିକଟରେ ହୋଇଥିବା ବୈଠକରେ ACC ସଭାପତି ତଥା BCCI ସଚିବ ଜୟ ଶାହାଙ୍କ ସ୍ପଷ୍ଟକ୍ତି ପରେ ଏସିଆ କପକୁ ନେଇ ପାକିସ୍ତାନ ବିଭିନ୍ନ ବିବାଦୀୟ ବୟାନ ଦେବାରେ ଲାଗିଛି। PCBର ଜଣେ ଅଧିକାରୀ କହିଥିଲେ ଯେ ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନ ଆସିଲେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବା ନାହିଁ।

ସେପଟେ ଏସିଆ କପ ୨୦୨୩କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ବିବାଦୀୟ ବୟାନ ଦେଇଛନ୍ତି । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର କହିଛନ୍ତି ଯେ, ଏସିଆ କପ ୨୦୨୩ ଖେଳିବା ପାଇଁ ଭାରତ ପାକିସ୍ତାନ ନଆସିଲେ କିଛି ଫରକ ପଡିବ ନାହିଁ।

Ind vs pak

ଏକ ସାକ୍ଷାତକାରରେ ଜାଭେଦା ମିଆଁଦାଦଙ୍କୁ ଭାରତୀୟ ଟିମକୁ ପାକିସ୍ତାନ ନଆସିବା ନେଇ ପ୍ରଶ୍ନ ପଚରା ଯାଇଥିଲା। ଏହି ପ୍ରଶ୍ନରେ ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ଏହି ପୂର୍ବତନ କ୍ରିକେଟର। ସେ ସିଧାସିଧା କହିଛନ୍ତି ଯେ, ଟିମ୍‌ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବାକୁ ଚାହୁଁନାହିଁ। ଏଥିରେ ପାକିସ୍ତାନକୁ କୌଣସି ଫରକ ପଡ଼ିବ ନାହିଁ।

ମିଆଁଦାଦ କହିଛନ୍ତି "ମୁଁ ପୂର୍ବରୁ ମଧ୍ୟ କହି ଆସିଛି ଯଦି ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ଚାହୁଁନି ତାହେଲେ ଏଥିରେ ପାକିସ୍ତାନର କିଛି ବି ଫରକ ପଡିବନି। ଆମକୁ ଆମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳୁଛି। ଏହା ICCର କାମ। ଯଦି ଏହି ବିବାଦର ସମାଧାନ ICC ପାଖରେ ନାହିଁ ତାହେଲେ ଗଭର୍ଣ୍ଣିଂ ବଡିର କିଛି ମୂଲ୍ୟ ରହିବ ନାହିଁ। ICCର ସର୍ତ୍ତ ଏହା ରହିବା ଦରକାର ଯେ ସମସ୍ତ ଦେଶ ପାଇଁ ନିୟମ ଗୋଟିଏ ହେବା ଦରକାର।

javed

ଯଦି କୌଣସି ଟିମ କୌଣସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଚାହୁଁନି ତାହେଲେ ସେହି ଦଳକୁ ବାହର କରି ଦିଆଯିବା ଦରକାର। ଭାରତ ଏସିଆ କପ ଟୁର୍ଣ୍ଣାମେଣ୍ଟରୁ ବାହାରି ଯିବା ଦରକାର। ଭାରତ ACCର ଗୋଟିଏ ଦଳ ନୁହଁ। ଭାରତକୁ ଛାଡି ଦେଲେ ଅନ୍ୟ ଦଳ ମଧ୍ୟ ମହଜୁଦ ଅଛନ୍ତି ।"

ଆହୁରି ପଢ଼ନ୍ତୁ: ଏହି ମ୍ୟାଚ ବିଜେତା ଖେଳାଳିଙ୍କୁ ନାଗପୁର ଟେଷ୍ଟରେ ମନେ ପକାଇବ ରୋହିତବାହିନୀ, ଦଳକୁ ଜିତାଇଛନ୍ତି ଅନେକ ମ୍ୟାଚ