ଅଧିନାୟକତ୍ୱ ପାଇବା ମାତ୍ରେ ଷ୍ଟିଭ୍ ସ୍ମିଥ୍ ଙ୍କ ଦେଖାଗଲା ଗର୍ବ, କହିଲେ "ଆଉ ଜାଡେଜା-ଅଶ୍ୱିନଙ୍କ ସ୍ପିନ କାମ କରିବନି, ଆମେ..."

  1. Home
  2. Cricket News

ଅଧିନାୟକତ୍ୱ ପାଇବା ମାତ୍ରେ ଷ୍ଟିଭ୍ ସ୍ମିଥ୍ ଙ୍କ ଦେଖାଗଲା ଗର୍ବ, କହିଲେ "ଆଉ ଜାଡେଜା-ଅଶ୍ୱିନଙ୍କ ସ୍ପିନ କାମ କରିବନି, ଆମେ..."

smith on ashwin and jadeja


କ୍ରିକେଟ ଖବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବୋର୍ଡର୍-ଗାଭାସ୍କର ଟ୍ରଫି ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ଅତ୍ୟନ୍ତ ନିରାଶାଜନକ ରହିଛି। ନାଗପୁର ଏବଂ ଦିଲ୍ଲୀରେ ଖେଳାଯାଇଥିବା ସିରିଜର ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପରାଜୟର ସମ୍ମୁଖୀନ ହୋଇଛି। ଏହି ସିରିଜରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜାଙ୍କ ବାମ ଏବଂ ଡାହାଣ ହାତର ସ୍ପିନ୍ ଯୋଡି ଅଷ୍ଟ୍ରେଲିଆ ପାଇଁ ସବୁଠୁ ବଡ ବିପଦ ସୃଷ୍ଟି କରିଥିଲେ। 

ତେବେ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ବି ଅଷ୍ଟ୍ରେଲିଆ ଦଳ ପାଇଁ ଏହି ଦୁଇ ଖେଳାଳି ବିପଦ ସୃଷ୍ଟି କରିବେ ବୋଲି ଆଲୋଚନା ହେଉଛି। ମାର୍ଚ୍ଚ 1 ରୁ ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଏହି ଦୁଇ ଖେଳାଳିଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

କଣ କହିଲେ ଅଧିନାୟକ ଷ୍ଟିଭ ସ୍ମିଥ:

Steve smith

ଷ୍ଟିଭ୍ ସ୍ମିଥ୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜାଙ୍କ ବିଷୟରେ କହିଛନ୍ତି ଯେ, 'ଏହି ଦୁଇ ବୋଲର କେବଳ ଅଷ୍ଟ୍ରେଲିଆ ନୁହେଁ ବରଂ ଅଧିକାଂଶ ଦଳ ବିପକ୍ଷରେ ବିପଦ ବୋଲି ପ୍ରମାଣିତ କରିଛନ୍ତି। ବ୍ୟାଟ୍ସମ୍ୟାନମାନେ କିଛି ବୁଝିବା ପୂର୍ବରୁ ସେମାନେ ବିରୋଧୀ ଦଳକୁ ଅସୁବିଧାରେ ପକାନ୍ତି। ପରବର୍ତ୍ତୀ ଟେଷ୍ଟରେ ଆମକୁ ଏହି ଦୁଇ ଖେଳାଳିଙ୍କ ବିରୁଦ୍ଧରେ ସତର୍କ ରହିବାକୁ ପଡିବ। ଏହି ସିରିଜରେ ଭାରତ ଆଗରେ ଅଛି, ତେଣୁ ଏହି ଦୁଇ ବୋଲରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଆମକୁ ଧର୍ଯ୍ୟର ସହିତ ଏବଂ ଧୀରେ ଧୀରେ ଖେଳିବାକୁ ପଡିବ।

ଆହୁରି ପଢ଼ନ୍ତୁ: IND vs AUS: ତୃତୀୟ ଟେଷ୍ଟରୁ KL ରାହୁଲଙ୍କ ସମେତ ଏହି 2 ଜଣ ମ୍ୟାଚ୍ ବିଜେତା ଖେଳାଳି ପ୍ଲେଈଂ XI ରୁ ହେଲେ ବାହାର