IND vs AUS: ତୃତୀୟ ଟେଷ୍ଟରୁ KL ରାହୁଲଙ୍କ ସମେତ ଏହି 2 ଜଣ ମ୍ୟାଚ୍ ବିଜେତା ଖେଳାଳି ପ୍ଲେଈଂ XI ରୁ ହେଲେ ବାହାର

  1. Home
  2. Test Cricket

IND vs AUS: ତୃତୀୟ ଟେଷ୍ଟରୁ KL ରାହୁଲଙ୍କ ସମେତ ଏହି 2 ଜଣ ମ୍ୟାଚ୍ ବିଜେତା ଖେଳାଳି ପ୍ଲେଈଂ XI ରୁ ହେଲେ ବାହାର

ind vs aus 3rd test playing xi odia


କ୍ରିକେଟ୍ ଖବର: ଇନ୍ଦୋରରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲକୁ ଯିବାକୁ ଆଗ୍ରହ ପ୍ରକାଶ କରିଛି। ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ବର୍ତ୍ତମାନ ରୋହିତବାହିନୀ ପୁଣି ଥରେ ହୋଲକର କ୍ରିକେଟ୍ ଷ୍ଟାଡିୟମରେ ତୃତୀୟ ଟେଷ୍ଟ ଜିତିବାକୁ ଚେଷ୍ଟା କରିବ। ଏହା ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ଟସ୍ ପ୍ରକ୍ରିୟା ପାଇଁ ଡକାଯାଇଥିଲା। ରୋହିତ ଟସ୍ ଜିତିଥିଲେ ଏବଂ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ind vs aus

ଏଥି ସହିତ ମ୍ୟାଚର ପ୍ରଥମ ବଲ ପଡିସାରିଛି। ଆଉ ଟିମ୍ ଇଣ୍ଡିଆ ବ୍ୟାଟିଂ କରିବା ଆରମ୍ଭ କରିଛି। ତେବେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ମାତ୍ର 12 ରନ କରି ଆଉଟ୍ ହୋଇସାରିଛନ୍ତି। ଦଳୀୟ ସ୍କୋର 27 ବେଳେ ସେ ଆଉଟ୍ ହୋଇଛନ୍ତି। 

ଉଭୟ ଦଳରେ ହୋଇଛି ଏହି ସବୁ ପରିବର୍ତ୍ତନ:

ମାର୍ଚ୍ଚ 1 ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ବୋର୍ଡର୍ ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଖେଳା ଆରମ୍ଭ ହୋଇଛି। ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଗୋଟିଏ ପଟେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ, ଆଉ ଅନ୍ୟପଟେ କଙ୍ଗାରୁ ଦଳ ସିରିଜର ପ୍ରଥମ ବିଜୟ ସନ୍ଧାନରେ ରହିବ।

ତେବେ ଏହି ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କାରଣ ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ କୌଣସି କାରଣରୁ ଏହି ମ୍ୟାଚର ଅଂଶ ହୋଇପାରିନଥିଲେ। ତେଣୁ ତାଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଦାୟିତ୍ୱ ଷ୍ଟିଭ ସ୍ମିଥଙ୍କୁ ଦିଆଯାଇଛି। ଏଥି ସହିତ ମ୍ୟାଚର ପ୍ରଥମ ବଲ ପୂର୍ବରୁ ରୋହିତ ଶର୍ମା ଏବଂ ଷ୍ଟିଭ ସ୍ମିଥ ଟସ୍ ପ୍ରକ୍ରିୟା ପାଇଁ ଗ୍ରାଉଣ୍ଡକୁ ଆସିଥିଲେ। ଯାହା ରୋହିତ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଉଭୟ ଦଳର ପ୍ଲେଈଂ 11:

ଭାରତର ପ୍ଲେଈଂ 11: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର ପଟେଲ, ଉମେଶ ଯାଦବ ଏବଂ ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ ପ୍ଲେଈଂ 11: ଉସମାନ ଖାୱାଜା, ଟ୍ରାଭିସ୍ ହେଡ୍, ମାର୍ନସ୍ ଲାବୁସାଗ୍ନେ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ପିଟର ହ୍ୟାଣ୍ଡସକମ୍ବ, କାମେରନ୍ ଗ୍ରୀନ୍, ଆଲେକ୍ସ କେରି (wk), ମିଚେଲ ଷ୍ଟାର୍କ, ନାଥାନ୍ ଲିଅନ୍, ଟଡ୍ ମର୍ଫି, ମାଥ୍ୟୁ କୁହମାନ।

ଆହୁରି ପଢ଼ନ୍ତୁ: PSL 2023: ପ୍ରଥମେ ବ୍ୟାଟ୍ ଭାଙ୍ଗିଲେ ପରେ କଲେ କ୍ଲିନ୍ ବୋଲ୍ଡ, ଶାହିନ୍ ଆଫ୍ରିଦିଙ୍କ ଘାତକ ବୋଲିଂ ଦେଖି ବାବର ହେଲେ ତାଯୁବ, ଦେଖନ୍ତୁ ଭିଡ଼ିଓ