WTC ପଏଣ୍ଟ ଟେବୁଲ ରେ ଅଷ୍ଟ୍ରେଲିଆ ନମ୍ବର 1 ରେ, କଣ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ WTC ଫାଇନାଲ ମ୍ୟାଚ ? ଦେଖନ୍ତୁ ପଏଣ୍ଟ ଟେବୁଲ

  1. Home
  2. Cricket News

WTC ପଏଣ୍ଟ ଟେବୁଲ ରେ ଅଷ୍ଟ୍ରେଲିଆ ନମ୍ବର 1 ରେ, କଣ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ WTC ଫାଇନାଲ ମ୍ୟାଚ ? ଦେଖନ୍ତୁ ପଏଣ୍ଟ ଟେବୁଲ


କ୍ରିକେଟ ଖବର : ଦକ୍ଷିଣ ଆଫ୍ରିକା ବିପକ୍ଷ ସାମ୍ପ୍ରତିକ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ଜବରଦସ୍ତ ପ୍ରଦର୍ଶନ କରୁଛି।  ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ପରାସ୍ତ କରିଛି ଏବଂ ଏହା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ପାଇଁ ନିଜର ଦାବିକୁ ଦୃଢ଼ କରିଛି। 

Team india

ମେଲବର୍ଣ୍ଣରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଏକ ଇନିଂସ ଏବଂ 182 ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 2-0 ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ସିଡନୀରେ ଖେଳାଯିବ। 78.57 ପ୍ରତିଶତ ସହ ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଯଦି କଙ୍ଗାରୁ ଦଳ ଆଉ ଗୋଟିଏ ମ୍ୟାଚ୍ ଜିତେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସେମାନଙ୍କର ସ୍ଥାନ ନିଶ୍ଚିତ ହେବ।

Team india

ଅନ୍ୟପକ୍ଷରେ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଦକ୍ଷିଣ ଆଫ୍ରିକାର କ୍ରମାଗତ ପରାଜୟରୁ ଟିମ୍ ଇଣ୍ଡିଆ ଅନେକ ଲାଭବାନ ହେଉଛି। ଏଭଳି ପରିସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ କେବଳ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ ବୋଲି ପ୍ରଶଂସକମାନେ ଆଲୋଚନା କରିଛନ୍ତି। ଏହି ବିଷୟରେ ଟ୍ୱିଟରରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। 

Twwet

ଜଣେ ୟୁଜର୍ ଲେଖିଛନ୍ତି ଯେ, ଦକ୍ଷିଣ ଆଫ୍ରିକାର କ୍ରମାଗତ ଚତୁର୍ଥ ପରାଜୟ ପରେ ଭାରତୀୟ ଦଳ ପଏଣ୍ଟ ଟେବୁଲରେ ନିଜର ଦୁଇ ନମ୍ବର ସ୍ଥିତିକୁ ମଜବୁତ କରିଛି।  ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲକୁ ଯିବାକୁ ଯାଉଛି।

Tweet

ଅନ୍ୟ ଜଣେ ୟୁଜର୍ କହିଛନ୍ତି ଯେ, "ଯଦି ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ 3-0ରେ ପରାସ୍ତ କରେ ତେବେ ଭାରତ ଫାଇନାଲରେ ପହଞ୍ଚିବା ନିଶ୍ଚିତ"।

Tweet

ତୃତୀୟ ୟୁଜର୍ ଲେଖିଛନ୍ତି "ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ୍ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ମୋ ଅନୁଯାୟୀ ଅଷ୍ଟ୍ରେଲିଆ ଚାମ୍ପିୟନ ହେବ।"

ଆହୁରି ପଢ଼ନ୍ତୁ : ଭାରତୀୟ ଦଳର ଘାତକ ଖେଳାଳି ରିଷଭ ପନ୍ତଙ୍କ ହେଲା କାର୍ ଦୁର୍ଘଟଣା, ଗମ୍ଭୀର ଅବସ୍ଥାରେ ହସ୍ପିଟାଲ୍ ରେ ହେଲେ ଭର୍ତି