ଭାରତୀୟ ଦଳର ଘାତକ ଖେଳାଳି ରିଷଭ ପନ୍ତଙ୍କ ହେଲା କାର୍ ଦୁର୍ଘଟଣା, ଗମ୍ଭୀର ଅବସ୍ଥାରେ ହସ୍ପିଟାଲ୍ ରେ ହେଲେ ଭର୍ତି

  1. Home
  2. Cricket News

ଭାରତୀୟ ଦଳର ଘାତକ ଖେଳାଳି ରିଷଭ ପନ୍ତଙ୍କ ହେଲା କାର୍ ଦୁର୍ଘଟଣା, ଗମ୍ଭୀର ଅବସ୍ଥାରେ ହସ୍ପିଟାଲ୍ ରେ ହେଲେ ଭର୍ତି


କ୍ରିକେଟ ଖବର : କ୍ରିକେଟ ଦୁନିଆରୁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କର କାର୍ ସଡ଼କ ଦୁର୍ଘଟଣା ଶିକାର ହୋଇଛି। ଏଥିରେ ପନ୍ତ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

Pant

କ୍ରିକେଟର ରିଷଭ ପନ୍ତ ଙ୍କର କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରିଷଭ ପନ୍ତ ନିଜ କାରରେ ବସି ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ରିଷଭ ପନ୍ତ ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ତାଙ୍କର ବିଏମଡବ୍ଲୁ କାର ନରସାନ ସୀମାରେ ଥିବା ମହମ୍ମଦପୁର ଟର୍ନିଂ ପଏଣ୍ଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପନ୍ତଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ତାଙ୍କ କାର ରେଲିଂ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ କାରଟି ନିଆଁରେ ଜଳି ଯାଇଛି।

Pant car accident

ରିଷଭ ପନ୍ତଙ୍କୁ ଦିଲ୍ଲୀ ରାସ୍ତାରେ ଥିବା ସାକ୍ସାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଟିମ୍ ଇଣ୍ଡିଆର ତାରକା କ୍ରିକେଟର ରିଷଭ ପନ୍ତ ରୁର୍କିରୁ ଘରକୁ ଫେରୁଥିଲେ। ସେତେବେଳେ ଏହି ଅଘଟଣ ଘଟିଛି। ବର୍ତ୍ତମାନ ତାଙ୍କୁ ରୁଷିକେଶରେ ଥିବା ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

 ଆହୁରି ପଢ଼ନ୍ତୁ : ଶିଖର ଧାୱନଙ୍କୁ ଦଳରୁ ବାହାର କରାଯିବା ପରେ ନିରାଶ ହୋଇ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି BCCI କୁ କଲେ ଟାର୍ଗେଟ