ଶିଖର ଧାୱନଙ୍କୁ ଦଳରୁ ବାହାର କରାଯିବା ପରେ ନିରାଶ ହୋଇ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି BCCI କୁ କଲେ ଟାର୍ଗେଟ

  1. Home
  2. Cricket News

ଶିଖର ଧାୱନଙ୍କୁ ଦଳରୁ ବାହାର କରାଯିବା ପରେ ନିରାଶ ହୋଇ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି BCCI କୁ କଲେ ଟାର୍ଗେଟ


କ୍ରିକେଟ ଖବର : ନୂଆ ବର୍ଷର ଆରମ୍ଭରେ ଶ୍ରୀଲଙ୍କା ଦଳ ସହିତ ଦିନିକିଆ ଆଉ ଟି-20 ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ଏହି ଦୁଇ ସିରିଜ୍ ପାଇଁ ବିସିସିଆଇ ଦଳ ଘୋଷଣା କରିସାରିଛି। ତେବେ ଜାନୁଆରୀ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆର ଗବ୍ବର ତଥା ବିସ୍ଫୋରକ ବାମହାତୀ ଓପନର୍ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ଦଳରେ ସ୍ଥାନ ମିଳି ନାହିଁ।

ତେବେ ତାଙ୍କ ପ୍ରତି କରାଯାଇଥିବା ଏହି ଅନ୍ୟାୟ ହେତୁ ଗବ୍ବର ମନରେ ମନରେ ବହୁତ ଯନ୍ତ୍ରଣା ପାଇଛନ୍ତି। ସେ ସୋସିଆଲ ମିଡ଼ିଆରେ ନିଜ ମନର କଥା ଲେଖି ସିଧାସଳଖ ବିସିସିଆଇକୁ ଟାର୍ଗେଟ କରିଛନ୍ତି। 

Shikhar Dhawan sad

ସୂଚନାଯୋଗ୍ୟ ଯେ ତାଙ୍କ ଅଫିସିଆଲ୍ ଇନଷ୍ଟା ଆକାଉଣ୍ଟରୁ ଏକ ଭିଡିଓ ସେୟାର କରି ଧାୱନ କ୍ୟାପସନରେ ଲେଖିଛନ୍ତି ଯେ, ଏହା ଜିତିବା କିମ୍ବା ହାରିବା କଥା ନୁହେଁ, ଏହା ହୃଦୟ ବିଷୟରେ, କାର୍ଯ୍ୟ ଜାରି ରଖନ୍ତୁ ଏବଂ ବାକି ସବୁକୁ ଭଗବାନଙ୍କ ଉପରେ ଛାଡି ଦିଅନ୍ତୁ।"

Shikhar Dhawan

ତେବେ 2022 ମସିହାରେ ଧାୱନ ମୋଟ 22 ଟି ODI ଖେଳି ମାତ୍ର 688 ରନ୍ ସ୍କୋର କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ମାତ୍ର 74.21 ରହିଛି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ODI ସିରିଜରୁ ତାଙ୍କୁ ଦଳରୁ ବାଦ୍ ଦିଆ ଯାଇଛି ତାହା ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ ଚୟନକର୍ତ୍ତାମାନେ ମଧ୍ୟ ତାଙ୍କୁ ଏହି ଫର୍ମାଟରେ ଆଉ ଦେଖୁନାହାଁନ୍ତି।

ଆହୁରି ପଢ଼ନ୍ତୁ : ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବା ମାତ୍ରେ ଏହି ଖେଳାଳିଙ୍କ କ୍ୟାରିୟର ଶେଷ ହେଲା! ରୋହିତ ଦୀର୍ଘ ସମୟ ଧରି ଆଶ୍ରୟ ଦେଇଥିଲେ

News Hub