ଦେଖନ୍ତୁ ଭିଡ଼ିଓ: ପ୍ରଶଂସକମାନେ ପଚାରିଲେ, ଆମ ସଞ୍ଜୁ କେଉଁଠାରେ ଅଛନ୍ତି ? ସୂର୍ଯ୍ୟକୁମାର ଯାଦବଙ୍କ ଦେଲେ ଏମିତି ପ୍ରତିକ୍ରିୟା

କ୍ରିକେଟ୍ ଖବର: ରବିବାର ଦିନ ତିରୁବନନ୍ତପୁରମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ 317 ରନରେ ପରାସ୍ତ କରିଛି। ତେବେ ମ୍ୟାଚ୍ ସମୟରେ ପ୍ରଶଂସକମାନେ ସଞ୍ଜୁ ସାମସନଙ୍କୁ ମନେ ପକାଇଥିଲେ। ଏହି ମ୍ୟାଚ୍ ତାଙ୍କ ରାଜ୍ୟ କେରଳରେ ଖେଳାଯାଇଥିଲା।
ଆଣ୍ଠୁରେ ଆଘାତ ହେତୁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରେ ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଥିଲା। ଏହି କାରଣରୁ ସେ ODI ସିରିଜରେ ଭାଗ ନେଇପାରିନଥିଲେ। ତେବେ ପ୍ରଶଂସକମାନେ ସୀମା ଲାଇନରେ ଫିଲ୍ଡିଂ କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ପଚାରିଥିଲେ, ଆମର ସଞ୍ଜୁ କୁଆଡେ ଗଲେ ? ତେବେ ଷ୍ଟାର ବ୍ୟାଟର୍ ସୁର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା ସମସ୍ତଙ୍କ ହୃଦୟ ଜିତିଥିଲା ।
ଏହି ମ୍ୟାଚରେ ବାଉଣ୍ଡରିଲାଇନରେ ଥିବା ସୂର୍ଯ୍ୟକୁମାରଙ୍କୁ ଜଣେ ପ୍ରଶଂସକ ପଚାରିଲେ, ଆମର ସଞ୍ଜୁ କେଉଁଠାରେ? ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୂର୍ଯ୍ୟକୁମାର ଯାଦବ ତାଙ୍କ ହୃଦୟ ଆଡ଼କୁ ଇଶାରା କରିଥିଲେ। ସୂର୍ଯ୍ୟଙ୍କ ଏହି ପ୍ରତିକ୍ରିୟା ପ୍ରଶଂସକଙ୍କ ହୃଦୟ ଜିତିଥିଲା ଏବଂ ଭିଡିଓ ଭାଇରାଲ ହୋଇଥିଲା।
ଦେଖନ୍ତୁ ଭିଡ଼ିଓ :
Surya kumar Yadav winning #SanjuSamson Fans hearts 😍😍#sky #INDvSL #BCCI #CricketTwitter pic.twitter.com/uGsJR14Zv6
— Rohit (@___Invisible_1) January 16, 2023
ଆହୁରି ପଢ଼ନ୍ତୁ: "ଆହୁରି ୟାକୁ କୋହଲି ହେବାର ଅଛି" ବାବର ଆଜାମଙ୍କ ବ୍ୟକ୍ତିଗତ ଅତରଙ୍ଗ ଭିଡିଓ, ୱାଟ୍ସସ୍ଆପ୍ ଚାଟ୍ ଅନଲାଇନରେ ହେଲା ଲିକ୍