ଦେଖନ୍ତୁ ଭିଡ଼ିଓ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ODI ରେ ଧୋନି ପରି 97 ମିଟର ହେଲିକପ୍ଟର ଛକା ମାରିଲେ କୋହଲି, ଲୋକେ ‘ମାହି ଶଟ’ ବୋଲି କଲେ ଚିତ୍କାର

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ODI ରେ ଧୋନି ପରି 97 ମିଟର ହେଲିକପ୍ଟର ଛକା ମାରିଲେ କୋହଲି, ଲୋକେ ‘ମାହି ଶଟ’ ବୋଲି କଲେ ଚିତ୍କାର

Virat Kohli hit a helicopter six


କ୍ରିକେଟ୍ ଖବର: ନିକଟରେ ଶେଷ ହୋଇଛି ଶ୍ରୀଲଙ୍କା ବିପକ୍ଷ ଘରୋଇ ଦିନିକିଆ ସିରିଜ୍ । ଏହି ସିରିଜକୁ ଟିମ୍ ଇଣ୍ଡିଆ 3-0 ରେ ଜିତିଛି। ତେବେ ଏହି ସିରିଜର 3 ଟି ମ୍ୟାଚରେ ବିରାଟ କୋହଲି 2 ଟି ଶତକୀୟ ଇନିଂସ ଖେଳିଥିଲେ।

ସେ ପ୍ରଥମ ମ୍ୟାଚରେ 113 ରନର ଏକ ଇନିଂସ ଖେଳିଥିବାବେଳେ, ତୃତୀୟ ମ୍ୟାଚରେ 166 ରନର ଏକ ଅପରାଜିତ ଇନିଂସ ଖେଳିଥିଲେ। ଏହା ସହିତ ସେ ନିଜର 74 ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି।

Virat Kohli hit a helicopter six

ତେବେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାର ଲାଗିଛି। ଯେଉଁଥିରେ ବିରାଟ ଏକ ଛକା ମାରିଛନ୍ତି। ଯାହା ହେଲିକପ୍ଟର ଶଟ ଥିଲା। ଏହି ଶଟ ମାରିବା ପରେ ବିରାଟ କୋହଲି ନିଜେ ସେହି ଶଟକୁ “ମାହି ସଟ” ବୋଲି କହିଥିବାର ନଜର ଆସିଛନ୍ତି।

'ହେଲିକପ୍ଟର ସଟ୍' କିମ୍ବଦନ୍ତୀ ଖେଳାଳି ଏମଏସ ଧୋନିଙ୍କ ଦ୍ୱାରା ପ୍ରସିଦ୍ଧ ହୋଇଥିଲା। ଯେତେବେଳେ ଅନ୍ୟ ଜଣେ ବ୍ୟାଟ୍ସମ୍ୟାନ୍ ସମାନ ସଟ୍ ମାରିବାକୁ ଚେଷ୍ଟା କରନ୍ତି, ପ୍ରଶଂସକମାନେ ସଂଗେ ସଂଗେ କୁହନ୍ତି ଏହା ଧୋନିଙ୍କ ହେଲିକପ୍ଟର ସଟ୍ ଅଟେ। 

ଦେଖନ୍ତୁ ଭିଡ଼ିଓ: 

ଆହୁରି ପଢ଼ନ୍ତୁ: IND vs NZ ODI ସିରିଜ ପାଇଁ ଭାରତୀୟ ଦଳ: ଇଶାନ କିଶନ, ସୂର୍ଯ୍ୟକୁମାର କୁ ମିଳିବ ସୁଯୋଗ, ତେବେ କିଏ ହେବ ଦଳରୁ ବାହାର ?