IND vs NZ ODI ସିରିଜ ପାଇଁ ଭାରତୀୟ ଦଳ: ଇଶାନ କିଶନ, ସୂର୍ଯ୍ୟକୁମାର କୁ ମିଳିବ ସୁଯୋଗ, ତେବେ କିଏ ହେବ ଦଳରୁ ବାହାର ?

  1. Home
  2. Cricket News

IND vs NZ ODI ସିରିଜ ପାଇଁ ଭାରତୀୟ ଦଳ: ଇଶାନ କିଶନ, ସୂର୍ଯ୍ୟକୁମାର କୁ ମିଳିବ ସୁଯୋଗ, ତେବେ କିଏ ହେବ ଦଳରୁ ବାହାର ?


କ୍ରିକେଟ୍ ଖବର: ସରିଛି ଶ୍ରୀଲଙ୍କା ବିପକ୍ଷ ଟି-20 ଆଉ ଦିନିକିଆ ସିରିଜ୍। ଆସନ୍ତା 18 ଜାନୁଆରୀରୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପ୍ରଥମେ ODI ରୁ ଆରମ୍ଭ ହେବ। ତେବେ ଭାରତ ସେମାନଙ୍କର ଏକାଦଶରେ ପରିବର୍ତ୍ତନ କରିବେ କି ନାହିଁ ତାହା ଦେଖିବା ଅତ୍ୟନ୍ତ ଉତ୍ସାହପୂର୍ଣ ରହିଛି। କେ.ଏଲ୍ ରାହୁଲ ଦଳରେ ନ ଥିବାରୁ ଇଶାନ୍ କିଶନ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି ଏବଂ ଯଦି ତାହା ହୁଏ ତେବେ ଶୁଭମାନ ଗିଲ ଦଳରୁ ବଞ୍ଚିତ ହେବେ।

ଅଧିନାୟକ ରୋହିତ ଶର୍ମାଙ୍କ ସହ କିଶାନ ଓପେନ କରିବେ ଆଉ ବିରାଟ କୋହଲି ଦ୍ଵିତୀୟ ନମ୍ବରରେ ବ୍ୟାଟିଂ କରିବେ। 4 ଏବଂ 5 ସ୍ଥାନ ପାଇଁ ଏକ ଦ୍ୱନ୍ଦ୍ୱ ରହିଛି। ତେବେ ଚର୍ଚ୍ଚା ହେଉଛି ଯେ, ଶ୍ରେୟସ୍ ଆୟର ଏବଂ ସୂର୍ଯ୍ୟକୁମାର ଯାଦବ ଏହି ସ୍ଥାନରେ ଖେଳି ପାରନ୍ତି।

Ind vs nz

ସେହିପରି 6 ନମ୍ବରରେ ହାର୍ଦ୍ଦିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଦଳରେ ରବିନ୍ଦ୍ର ଜାଡେଜା ଏବଂ ଆକ୍ସର ପଟେଲ ନ ଥିବାରୁ ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ମିଳିବ। ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ପେସର ହେବା ସହିତ କୁଲଦୀପ ଯାଦବ ଦଳର ଲେଗ ସ୍ପିନର ଦାୟିତ୍ୱରେ ରହିବେ। 

ଭାରତର ପୂର୍ବାନୁମାନ ଏକାଦଶ: 

ରୋହିତ ଶର୍ମା (ଅଧୀନାୟକ), ଇଶାନ କିଶନ (wk), ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି। 

ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ(wk), ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭରତ (wk), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: କୋହଲିଙ୍କ 74 ତମ ଶତକକୁ ଏମିତି ସେଲିବ୍ରେଟ୍ କଲା ଟିମ୍ ଇଣ୍ଡିଆ