ଦେଖନ୍ତୁ ଭିଡ଼ିଓ: ଷ୍ଟାଡିୟମ ବାହାରକୁ ଆକାଶ ଛୁଆଁ ଛକା ମାରିଲେ ଫିଲିପ୍ସ, ଭୁବନେଶ୍ୱର କୁମାର ହେଲେ ତାଯୁବ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ଷ୍ଟାଡିୟମ ବାହାରକୁ ଆକାଶ ଛୁଆଁ ଛକା ମାରିଲେ ଫିଲିପ୍ସ, ଭୁବନେଶ୍ୱର କୁମାର ହେଲେ ତାଯୁବ

glenn phillips shot


କ୍ରିକେଟ ଖବର : ନିକଟରେ ଶେଷ ହୋଇଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଟି-20 ସିରିଜ୍। ଏହି ସିରିଜକୁ ଟିମ୍ ଇଣ୍ଡିଆ 1-0 ରେ ଜିତିଛି। ତେବେ ଏହି ସିରିଜର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆରେ ମୁଖ୍ୟ ବୋଲର ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଗ୍ଲେନ୍ ଫିଲିପ୍ସ ଏକ ବିଶାଳକାୟ ଛକା ମାରିଥିଲେ। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। 

ind vs nz

ତୃତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ସ୍କୋରବୋର୍ଡରେ 160 ରନ୍ ରଖିଥିଲା। କିୱି ଦଳକୁ ଏହି ସ୍କୋରରେ ପହଞ୍ଚିବାରେ ଡିଭନ୍ କନୱେ ଏବଂ ଗ୍ଲେନ୍ ଫିଲିପ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କନୱେ 49 ବଲରେ 59 ରନ୍ ସଂଗ୍ରହ କରିଥିବାବେଳେ ଫିଲିପ୍ସ 33 ବଲରେ 54 ରନର ଏକ ଭଲ ଇନିଂସ ଖେଳିଥିଲେ।

ଆହୁରି ପଢ଼ନ୍ତୁ : T20 World Cup 2022 BEST XI ବାଛିଲେ ବ୍ରେଟ୍ ଲି, ଦଳରେ ନାହାନ୍ତି ଜଣେ ବି ଅଷ୍ଟ୍ରେଲିଆର ଖେଳାଳି..

ଦେଖନ୍ତୁ ଭିଡ଼ିଓ:

ଏହି ସମୟରେ ଫିଲିପ୍ସଙ୍କ ବ୍ୟାଟରୁ 5ଟି ଚୌକା ଏବଂ 3ଟି ଆକାଶ ଛୁଆ ଛକା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ଗୋଟିଏ ଛକା ଏତେ ଲମ୍ବା ଥିଲା ଯେ ବଲ୍ ଷ୍ଟାଡିୟମ ବାହାରେ ଯାଇ ପଡିଥିଲା। ଏହି ଛକା 14 ତମ ଓଭରର ପଞ୍ଚମ ବଲରେ ଦେଖିବାକୁ ମିଳିଥିଲା ​​ଯେତେବେଳେ ଫିଲିପ୍ସ , ଭୁବନେଶ୍ୱରଙ୍କ ବଲରେ ଏକ ଶକ୍ତିଶାଳୀ ସଟ୍ ମାରିଥିଲେ ଏବଂ ବଲ୍ ସିଧା ଷ୍ଟାଡିୟମ୍ ଛାତ ଉପରେ ଯାଇ ପଡିଥିଲା। ଭାରତୀୟ ଫିଲ୍ଡରମାନେ ଏହି ଛକା ଆଡକୁ ଚାହିଁ ରହିଗଲେ। ଫିଲିପ୍ସଙ୍କ ଏହି ଛକା ଟିର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।