"ଏମିତି ଲାଗିଲା ଯେ ପୁଅମାନଙ୍କ ବିପକ୍ଷରେ ଖେଳୁଛି", ଅଷ୍ଟ୍ରେଲିଆର ମହିଳା ଦଳ ବିଷୟରେ ଶେଫାଲୀ ଏମିତି କଣ ପାଇଁ କହିଲେ ?

  1. Home
  2. Cricket News

"ଏମିତି ଲାଗିଲା ଯେ ପୁଅମାନଙ୍କ ବିପକ୍ଷରେ ଖେଳୁଛି", ଅଷ୍ଟ୍ରେଲିଆର ମହିଳା ଦଳ ବିଷୟରେ ଶେଫାଲୀ ଏମିତି କଣ ପାଇଁ କହିଲେ ?

Shefali Verma


କ୍ରିକେଟ ଖବର : ଭାରତୀୟ ମହିଳା କ୍ରିକେଟ୍ ଦଳ ବର୍ତ୍ତମାନ 5 ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଖେଳୁଛି। ଏହି ସିରିଜର ପ୍ରଥମ 3 ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିବା ପରେ ଅଷ୍ଟ୍ରେଲିଆ ଦଳ 2-1ରେ ଆଗରେ ଅଛି। ଏହି ସମୟରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଶେଫାଲୀ ବର୍ମା ଅଷ୍ଟ୍ରେଲିଆ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

କଣ କହିଲେ ଶେଫାଲୀ :

ଶେଫାଲୀ ଛକା ମାରିବାକୁ ପସନ୍ଦ କରନ୍ତି କିନ୍ତୁ ଅଷ୍ଟ୍ରେଲୀୟମାନଙ୍କ ବିପକ୍ଷରେ ସଟ୍ ଖେଳିବାର ଆନନ୍ଦର କୌଣସି ସୀମା ନାହିଁ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ମହିଳା ଦଳ ସହିତ ଖେଳିଲେ ଟିମ୍ ଇଣ୍ଡିଆର ଏହି ଓପନର ଅନୁଭବ କରନ୍ତି ଯେ ସେ ଏକ ପୁରୁଷ ଦଳର ସମ୍ମୁଖୀନ ହେଉଛନ୍ତି। 15 ବର୍ଷ ବୟସରୁ ଭାରତ ପାଇଁ ଖେଳୁଥିବା ଶେଫାଲୀ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି ଏବଂ ସ୍ମୃତି ମନ୍ଦନାଙ୍କ ସହ ମହିଳା କ୍ରିକେଟରେ ଅନ୍ୟତମ ଆକ୍ରମଣକାରୀ ଯୋଡି ଗଠନ କରିଛନ୍ତି।

Shefali Verma

ଶେଫାଲୀ କହିଛନ୍ତି, “ଯେତେବେଳେ ମୁଁ ଇଂଲଣ୍ଡ କିମ୍ବା ଅନ୍ୟ କୌଣସି ଦଳ ବିପକ୍ଷରେ ଚୌକା କିମ୍ବା ଛକା ମାରେ, ସେତେବେଳେ ମୋତେ ସେତେଟା ଆନନ୍ଦ ମିଳି ନଥାଏ। କିନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଲେ ମୋତେ ଆନନ୍ଦ ଲାଗିଥାଏ। କାରଣ ଗୋଟିଏ ପୁରୁଷ ଦଳକୁ ସାମ୍ନା କରିବା ପରି ଏହି ଦଳ ସହିତ ଖେଳିଲେ ମୋତେ ଲାଗେ। ସେମାନଙ୍କର ଖେଳ ହେଉଛି ଯଦି ସେମାନେ ତୁମର ଏକ ଛୋଟ ଭୁଲ ବିଷୟରେ ମଧ୍ୟ ଜାଣନ୍ତି, ତେବେ ସେମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରନ୍ତି । ତେଣୁ ସେମାନଙ୍କ ବିପକ୍ଷରେ ଆମକୁ ସର୍ବୋତ୍ତମ ଖେଳ ଖେଳିବାକୁ ପଡିବ। 

ଆହୁରି ପଢ଼ନ୍ତୁ : T10 ଲିଗ୍ ପାଇଁ MS Dhoni ଙ୍କୁ ମିଳିଲା ନିମନ୍ତ୍ରଣ, ଯେକୌଣସି ମୂଲ୍ୟରେ ଧୋନିଙ୍କୁ ଖେଲାଇବାକୁ ଚାହୁଁଚି ଏହି ଦଳ