IND vs BAN: 200 ରନ୍ ମାରିବା ପରେ ବି ଇଶାନ କିଶାନ ନାହାନ୍ତି ଖୁସି, କହିଲେ "ମୁ ଭାବୁଥିଲି ଯେ...

  1. Home
  2. Cricket News

IND vs BAN: 200 ରନ୍ ମାରିବା ପରେ ବି ଇଶାନ କିଶାନ ନାହାନ୍ତି ଖୁସି, କହିଲେ "ମୁ ଭାବୁଥିଲି ଯେ...


କ୍ରିକେଟ ଖବର : ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଏବଂ ଇଶାନ କିଶାନଙ୍କ ମଧ୍ୟରେ ବହୁତ ଭଲ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ଉଭୟ ଖେଳାଳି ଦଳକୁ ଭଲ ସ୍କୋରରେ ପହଞ୍ଚାଇଥିଲେ। ଟସ୍ ଜିତିବା ପରେ ଆୟୋଜକ ଦଳ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ 50 ଓଭରରେ 409 ରନ୍ ସଂଗ୍ରହ କରିଥିଲା। 

ishan kishan and virat kohli

ଏଥିରେ ଇଶାନ ଏବଂ ବିରାଟ ଯଥେଷ୍ଟ ସହଯୋଗ କରିଥିଲେ। ଏଥି ସହିତ ଇଶାନ ମଧ୍ୟ ଭାରତ ପାଇଁ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। କିନ୍ତୁ ତାଙ୍କ ଇନିଂସ ପରେ ମଧ୍ୟ ସେ ଖୁସି ନଥିଲେ ଏବଂ ଟିମ୍ ଇଣ୍ଡିଆର ଇନିଂସ ଶେଷ ହେବା ପରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଥିଲେ। 

ଦ୍ଵିଶତକ ମାରିବା ପରେ ଖୁସି ନାହାନ୍ତି ଇଶାନ୍ :

ଟିମ୍ ଇଣ୍ଡିଆର ଇନିଂସ ଶେଷ ହେବା ପରେ ଇଶାନ୍ କିଶାନ୍ ମ୍ୟାଚ୍ ଉପସ୍ଥାପନାରେ କଥାବାର୍ତ୍ତା ବେଳେ କହିଥିଲେ ଯେ ଆହୁରି 15 ଓଭର ବାକି ଥିବାବେଳେ ସେ ଆଉଟ୍ ହୋଇ ଯାଇଥିଲେ। ସେଥି ପାଇଁ ସେ ଦୁଃଖିତ। ସେ କହିଛନ୍ତି ଯେ, ଯଦି 50 ଓଭର ପର୍ଯ୍ୟନ୍ତ ଖେଳିଥାନ୍ତେ ତେବେ ସେ ତ୍ରିଶତକ ହାସଲ କରିପାରିଥାନ୍ତେ।

virat-kohli-celebrates-ishan-kishans-double-century

ସେ କହିଛନ୍ତି ଯେ, “ବ୍ୟାଟିଂ କରିବାକୁ ଏହି କ୍ରିଜ୍ ବହୁତ ଭଲ ଥିଲା। ମୋର ଉଦ୍ଦେଶ୍ୟ ବହୁତ ସ୍ପଷ୍ଟ ଥିଲା। ଯଦି ବଲ୍ ମୋ ପାଖକୁ ଆସେ, ମୁଁ ଏହାକୁ ମାରି ପ୍ରତିକ୍ରିୟା ଦେବି। ଏହିପରି ମହାନ ଖେଳାଳିଙ୍କ ମଧ୍ୟରେ ମୋର ନାମ ଶୁଣି ମୁଁ ଧନ୍ୟ ହୋଇଗଲି। ତଥାପି ଆହୁରି 15 ଓଭର ବାକି ଥାଇ ମୁଁ ଆଉଟ୍ ହୋଇଗଲି। ମୁଁ ଖରାପ ଅନୁଭବ କରୁଛି। ମୁଁ ମଧ୍ୟ 300 ରନ ସ୍କୋର କରିପାରିଥାନ୍ତି।"

ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କର ଦ୍ଵିଶତକ ପାଇଁ ଶ୍ରେୟ ପ୍ରଦାନ କରି ଇଶାନ ଆହୁରି କହିଛନ୍ତି ଯେ, “ବିରାଟ ଭାଇଙ୍କ ସହ ଏହା ଭଲ ବ୍ୟାଟିଂ ଅନୁଭବ ଥିଲା। ଖେଳ ବିଷୟରେ ତାଙ୍କର ଏତେ ଭଲ ବୁଝାମଣା ରହିଛି ତାହା ଆଜି ମୁଁ ଜାଣି ପାରିଲି। ଯେତେବେଳେ ମୁଁ 90 ରନ ସ୍କୋରରେ ଥିଲି, ସେ ମୋତେ ଶାନ୍ତ ରହିବାକୁ କହୁଥିଲେ। ମୁଁ ଶତକ ଛକା ମାରି ପୂର୍ଣ କରିବାକୁ ଚାହୁଁଥିଲି କିନ୍ତୁ ସେ କହିଥିଲେ ଯେ ଏହା ମୋର ପ୍ରଥମ ଶତକ ହେବ, ତେଣୁ ସିଙ୍ଗଲ ସିଙ୍ଗଲ ନେଇ ଖେଳ। ମୋର ମଧ୍ୟ ସୂର୍ଯ୍ୟ ଭାଇଙ୍କ ସହ କଥାବାର୍ତ୍ତା ହୋଇଥିଲା । ସେ କହିଥିଲେ ଯେ ଯେତେବେଳେ ଆପଣ ଖେଳ ପୂର୍ବରୁ ବ୍ୟାଟିଂ କରନ୍ତି, ସେତେବେଳେ ଆପଣ ବଲ୍କୁ ଭଲ ଦେଖନ୍ତି। ମୁଁ ନିଜ ଉପରେ ଅଧିକ ଚାପ ପକାଇ ନଥିଲି । କେବଳ ସୁଯୋଗର ସୁଯୋଗ ନେବାକୁ ଚାହୁଁଥିଲି। ଆଉ ଖେଳୁ ଖେଳୁ ଦ୍ବିଶତକ ହୋଇଗଲା।"

ଆହୁରି ପଢ଼ନ୍ତୁ : IND vs BAN : ରୋହିତ ଶର୍ମା ଭାଙ୍ଗିଲେ ମହମ୍ମଦ ଅଜହରୁଦ୍ଦିନଙ୍କ ଏହି ବଡ଼ ରେକର୍ଡ, ପଢନ୍ତୁ ରିପୋର୍ଟ