ବିରାଟ କୋହଲିଙ୍କ 46ତମ ODI ଶତକ ପରେ ପାକିସ୍ତାନରେ ହେଲା ହଙ୍ଗାମା, ଖେଳାଳି ଠାରୁ ସାମ୍ବାଦିକ ପର୍ଯ୍ୟନ୍ତ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

  1. Home
  2. Cricket News

ବିରାଟ କୋହଲିଙ୍କ 46ତମ ODI ଶତକ ପରେ ପାକିସ୍ତାନରେ ହେଲା ହଙ୍ଗାମା, ଖେଳାଳି ଠାରୁ ସାମ୍ବାଦିକ ପର୍ଯ୍ୟନ୍ତ ସମସ୍ତେ ହେଲେ ଆଶ୍ଚର୍ଯ୍ୟ

kohli pak


କ୍ରିକେଟ୍ ଖବର: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ମ୍ୟାଚକୁ ଟିମ୍ ଇଣ୍ଡିଆ ୩୧୭ ରନରେ ଜିତିଥିଲା। ଏହାସହ ଭାରତ ୩-୦ରେ ଏହି ସିରିଜକୁ ନିଜ ନାମରେ କରିଥିଲା। ସେପଟେ ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର କିଙ୍ଗ୍ ବିରାଟ କୋହଲି ଧମାକାଦାର ଇନିଂସ ଖେଳିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ୱିକେଟ୍ ହରାଇ ୩୯୦ ରନ୍ ସ୍କୋର କରିଥିଲା, ​​ଯେଉଁଥିରେ ବିରାଟ କୋହଲିଙ୍କ ୧୬୬ ରନର ଅପରାଜିତ ଇନିଂସ ସାମିଲ ଥିଲା । ଏହି ମ୍ୟାଚରେ ବିରାଟ କୋହଲି ଶ୍ରୀଲଙ୍କାର ବୋଲିଂ ଆଟାକକୁ ଧ୍ୱସ୍ତ କରି ଦିନିକିଆରେ ନିଜ କ୍ୟାରିୟରର ୪୬ ତମ ଶତକ ହାସଲ କରିଛନ୍ତି। 

Virat

ତେବେ ବିରାଟ କୋହଲିଙ୍କ ଇନିଂସ ଦେଖିବା ପରେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନର ବୋଲରଙ୍କଠାରୁ ଆରମ୍ଭ କରି ବ୍ୟାଟ୍ସମ୍ୟାନ୍ ପର୍ଯ୍ୟନ୍ତ ସମସ୍ତେ ଟ୍ୱିଟ୍ କରିଛନ୍ତି ବିରାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ODI ରେ ଧୋନି ପରି 97 ମିଟର ହେଲିକପ୍ଟର ଛକା ମାରିଲେ କୋହଲି, ଲୋକେ ‘ମାହି ଶଟ’ ବୋଲି କଲେ ଚିତ୍କାର

ବିରାଟ କୋହଲିଙ୍କ ଏହି ଇନିଂସ ଦେଖିବା ପରେ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ଅହମ୍ମଦ ଶାହାଜାଦ ଏକ ଚମତ୍କାର ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ ବିରାଟ କୋହଲି ଗତ ୪ଟି ମ୍ୟାଚରେ ତିନିଟି ଶତକ ହାସଲ କରିଛନ୍ତି। ତେବେ ସେହି ଲୋକମାନେ କେଉଁଠାରେ ଅଛନ୍ତି ଯେଉଁମାନେ କହୁଥିଲେ ଯେ ଏହି ଭେଟେରାନଙ୍କ କ୍ୟାରିଅର୍ ଶେଷ ହୋଇଯାଇଛି ବୋଲି। ସେହିପରି ପାକିସ୍ତାନୀ ବୋଲର ହାସନ ଅଲି ଟୁଇଟ୍ କରି ଲେଖିଛନ୍ତି ଯେ, "ବିରାଟ କୋହଲି ୪୬ ଦିନିକିଆ ଶତକ ହାସଲ କରିଛନ୍ତି…କୋହଲି ଆପଣ ମହାନ ।"