ଦେଖନ୍ତୁ ଭିଡ଼ିଓ: ପ୍ରଥମ ଟି -20 ମ୍ୟାଚ୍ ରେ ଅମ୍ପାୟାରଙ୍କ ଉପରେ ରାଗିଲେ ଦୀପକ ହୁଡା, ଦେଇ ଦେଲେ ଖରାପ ଭାଷା ରେ ଗାଳି

  1. Home
  2. T20 Cricket

ଦେଖନ୍ତୁ ଭିଡ଼ିଓ: ପ୍ରଥମ ଟି -20 ମ୍ୟାଚ୍ ରେ ଅମ୍ପାୟାରଙ୍କ ଉପରେ ରାଗିଲେ ଦୀପକ ହୁଡା, ଦେଇ ଦେଲେ ଖରାପ ଭାଷା ରେ ଗାଳି

Deepak hooda


କ୍ରିକେଟ୍ ଖବର: ଗତକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଏକ ରୋମାଞ୍ଚକର ମ୍ୟାଚରେ ଭାରତ ଶ୍ରୀଲଙ୍କା ଦଳକୁ 2 ରନରେ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଆୟୋଜକ ଭାରତୀୟ ଦଳ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଠାରୁ 1-0 ଅଗ୍ରଣୀ ହାସଲ କରିଛି। 

ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ଦୀପକ ହୁଡା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ।  କିନ୍ତୁ, ହୁଡା ଲାଇଭ ମ୍ୟାଚରେ ଏପରି ଲଜ୍ଜାଜନକ କାର୍ଯ୍ୟ କରିଥିଲେ, ଯାହା ପରେ ସେ ସମାଲୋଚକଙ୍କ ଟାର୍ଗେଟରେ ଆସିଛନ୍ତି।

Depak hooda

ମ୍ୟାଚରେ କ୍ରିଜକୁ ଆସିଥିବା ଦୀପକ ହୁଡା ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। କିନ୍ତୁ, ଏହି ସମୟରେ ହୁଡା ଲାଇଭ ମ୍ୟାଚରେ ଅମ୍ପାୟାରଙ୍କ ସହ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ବାସ୍ତବରେ ଇନିଂସର ଶେଷ ଓଭରରେ ହୁଡା ଅତ୍ୟଧିକ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। 

ହୁଡା 17 ଓଭରର ପଞ୍ଚମ ବଲ ଖେଳି ନଥିଲେ, ସେ ଭାବିଥିଲେ ଏହା ଏକ wide ବଲ ହେବ କିନ୍ତୁ ଅମ୍ପାୟାର wide ଦେଇ ନ ଥିଲେ , ତା’ପରେ ହୁଡା ନିଜର କ୍ରୋଧକୁ ନିୟନ୍ତ୍ରଣ ନ କରି ଅମ୍ପାୟାରଙ୍କୁ ଦୁର୍ବ୍ୟବହାର କରିବା ସହିତ ଗାଳି ଦେଇଥିଲେ। ଏହି ଘଟଣା ସମୟର ଚିତ୍ର କ୍ୟାମେରାରେ ଧରାଯାଇଥିଲା, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦେଖନ୍ତୁ ଭିଡ଼ିଓ:


ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: ଅଦ୍ଭୁତ ଇନ୍ ସ୍ୱିଙ୍ଗ୍ ବଲ୍ ପକାଇ ଶ୍ରୀଲଙ୍କା ଖେଳାଳିଙ୍କୁ କଲେ ବୋଲ୍ଡ ଏବଂ ପ୍ରଥମ ଅନ୍ତର୍ଜାତୀୟ ୱିକେଟ୍ ନେଲେ ସିବାମ୍