ଦେଖନ୍ତୁ ଭିଡିଓ: ଅଦ୍ଭୁତ ଇନ୍ ସ୍ୱିଙ୍ଗ୍ ବଲ୍ ପକାଇ ଶ୍ରୀଲଙ୍କା ଖେଳାଳିଙ୍କୁ କଲେ ବୋଲ୍ଡ ଏବଂ ପ୍ରଥମ ଅନ୍ତର୍ଜାତୀୟ ୱିକେଟ୍ ନେଲେ ସିବାମ୍

  1. Home
  2. T20 Cricket

ଦେଖନ୍ତୁ ଭିଡିଓ: ଅଦ୍ଭୁତ ଇନ୍ ସ୍ୱିଙ୍ଗ୍ ବଲ୍ ପକାଇ ଶ୍ରୀଲଙ୍କା ଖେଳାଳିଙ୍କୁ କଲେ ବୋଲ୍ଡ ଏବଂ ପ୍ରଥମ ଅନ୍ତର୍ଜାତୀୟ ୱିକେଟ୍ ନେଲେ ସିବାମ୍

Sivam mavi 1st wicket


କ୍ରିକେଟ ଖବର : ଟିମ୍ ଇଣ୍ଡିଆର ଯୁବ ବୋଲର ଶିବମ ମାଭି ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ଗତକାଲି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚୂଡାନ୍ତ ଏକାଦଶରେ ଶିବାମଙ୍କୁ ଅନ୍ତର୍ଭୁକ୍ତ କରିଥିଲେ। ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ଏଥି ସହିତ ସେ ନିଜର ଟି-20 ଡେବ୍ୟୁରେ ପାଥୁମ ନିଶଙ୍କାଙ୍କୁ ବୋଲଡ଼ ଆଉଟ୍ କରି ପ୍ରଥମ ୱିକେଟ୍ ପାଇଥିଲେ।

Sivam mavi

ଭ୍ରମଣକାରୀ ଦଳକୁ 12 ରନରେ ଶିବାମ୍ ମାଭି ପ୍ରଥମ ଝଟକା ଦେଇଥିଲେ। ସେ ଦ୍ୱିତୀୟ ଓଭରର ପଞ୍ଚମ ବଲରେ ବୋଲିଂ କରି ଭେଟେରାନ ବ୍ୟାଟ୍ସମ୍ୟାନ୍ ପାଥୁମ ନିଶଙ୍କାଙ୍କୁ ବୋଲଡ଼ ଆଉଟ୍ କରିଥିଲେ। ସେ ନିଜ ପେସ୍ ବଲ୍ ସହିତ ନିଶଙ୍କାକୁ ଆଉଟ୍ କରିଥିଲେ।  ଏହି କାରଣରୁ ନିଶଙ୍କା କେବଳ 1 ରନ୍ କରି ପାଭିଲିୟନକୁ ଯାଇଥିଲେ। 

ଦେଖନ୍ତୁ ଭିଡ଼ିଓ : 

ଆହୁରି ପଢ଼ନ୍ତୁ : "ଅଧିନାୟକ ହେବା ମାତ୍ରେ ରାଜନୀତି ଆରମ୍ଭ", 1st T20 ରେ ଏକାଦଶରୁ ଅର୍ଶଦୀପଙ୍କୁ ବାହାର କରିବା ପରେ ପାଣ୍ଡ୍ୟାଙ୍କ ଉପରେ ଲାଗିଲା ଆରୋପ..