ଭିଡ଼ିଓ: ଅର୍ଶଦୀପ ସିଂ ଲଗାତାର 3 ଟି ନୋ-ବଲ ପକାଇଲା ପରେ ପାଣ୍ଡ୍ୟା ହେଲେ କ୍ରୋଧିତ, LIVE ମ୍ୟାଚରେ ରାଗରେ କଲେ ଏମିତି

  1. Home
  2. T20 Cricket

ଭିଡ଼ିଓ: ଅର୍ଶଦୀପ ସିଂ ଲଗାତାର 3 ଟି ନୋ-ବଲ ପକାଇଲା ପରେ ପାଣ୍ଡ୍ୟା ହେଲେ କ୍ରୋଧିତ, LIVE ମ୍ୟାଚରେ ରାଗରେ କଲେ ଏମିତି


କ୍ରିକେଟ ଖବର: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଅର୍ଥାତ୍ ଜାନୁୟାରୀ 5 ରେ ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଉଛି।  ଯେଉଁଥିରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଏତେ ପ୍ରଭାବଶାଳୀ ହୋଇ ନ ଥିଲା।

ବାସ୍ତବରେ ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ତାଙ୍କ ପ୍ରଥମ ଓଭରରେ 19 ରନ୍ ଦେଇଥିଲେ। ଯେଉଁଥିରେ ସେ 3ଟି ନୋ ବଲ୍ ବୋଲିଂ କରିଥିଲେ।  ଏହା ପରେ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଅର୍ଶଦୀପ ସିଂଙ୍କୁ ଏକ ଭିନ୍ନ ଲୁକ୍ ଦେଉଥିବାର ନଜର ଆସିଛି। ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ୍ ହୋଇଛି। 

Arshdeep Singh

ଆପଣଙ୍କୁ କହିରଖୁଛୁ ଯେ ଅସୁସ୍ଥତା ହେତୁ ସିରିଜର ପ୍ରଥମ ମ୍ୟାଚରୁ ଅର୍ଶଦୀପ ସିଂ ବାଦ ପଡିଥିଲେ। ଏହା ପରେ ସେ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଦଳକୁ ଫେରିଥିଲେ। ଅଧିନାୟକ ହାର୍ଦ୍ଦିକ ତାଙ୍କୁ ଇନିଂସର ଦ୍ୱିତୀୟ ଓଭର ଦେଇଥିଲେ।

ଯେଉଁଥିରେ ଅର୍ଶଦୀପ ସିଂ ମହଙ୍ଗା ସାବ୍ୟସ୍ତ ହୋଇଥିଲେ, ଏହା ସହିତ ସେ ବ୍ୟାକ୍ ଟୁ ବ୍ୟାକ୍ 3ଟି ନୋ ବଲ୍ ବୋଲିଂ କରିଥିଲେ। ପ୍ରଥମ ଓଭରରେ ଅର୍ଶଦୀପ 19 ରନ୍ ଦେଇଥିଲେ। ଯାହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଆଡ କ୍ରୋଧରେ ଚାହିଁ ରହିଥିଲେ। ଆଉ ତାହା ପରେ ଅଧିନାୟକ ପାଣ୍ଡ୍ୟା ଆଉ ତାଙ୍କୁ ବୋଲିଂ କରିବାକୁ ଦେଇ ନ ଥିଲେ। କିନ୍ତୁ 19 ତମ ଓଭର ବି ସେ ପକାଇଥିଲେ ଆଉ ସେହି ଓଭରରେ ବି 2 ଟି ନୋବଲ୍ ପକାଇଥିଲେ।ଆଉ 18 ରନ ଦେଇଥିଲେ। ଅର୍ଶଦୀପ ଦୁଇଟି ଓଭର ବୋଲିଂ କରି ମୋଟ 37 ରନ ଦେଇଥିଲେ

ଦେଖନ୍ତୁ ଭିଡ଼ିଓ :

ଆହୁରି ପଢ଼ନ୍ତୁ : IND Vs PAK: କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ବଡ଼ ମ୍ୟାଚ୍, BCCI କଲା ଘୋଷଣା

News Hub