"ଇଏ ତ କେ.ଏଲ୍ ରାହୁଲଙ୍କ ଭାଇ", ଏହି ଖେଳାଳିଙ୍କ ଅଳସୁଆ ଇନିଂସ ଦେଖି ରାଗିଲେ ପ୍ରଶଂସକ ଏବଂ ସୋସିଆଲ ମିଡିଆରେ କଲେ ଟ୍ରୋଲ୍

  1. Home
  2. T20 Cricket

"ଇଏ ତ କେ.ଏଲ୍ ରାହୁଲଙ୍କ ଭାଇ", ଏହି ଖେଳାଳିଙ୍କ ଅଳସୁଆ ଇନିଂସ ଦେଖି ରାଗିଲେ ପ୍ରଶଂସକ ଏବଂ ସୋସିଆଲ ମିଡିଆରେ କଲେ ଟ୍ରୋଲ୍

Shubman Gill


କ୍ରିକେଟ୍ ଖବର: ସରିଛି ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ଘରୋଇ ଟି-20 ସିରିଜ୍। ଏହି ସିରିଜକୁ ପାଣ୍ଡ୍ୟାଙ୍କ ଅଧୀନାୟକତ୍ୱରେ ଟିମ୍ ଇଣ୍ଡିଆ 2-1 ରେ ଜିତିଛି। ତେବେ ପ୍ରଥମ ଦୁଇଟି ମ୍ୟାଚ ରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତି ସିରିଜର୍ ପଏଣ୍ଟକୁ 1-1 ରେ ରଖିଥିଲେ। ତେବେ ଶେଷ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଏହି ଶେଷ ମ୍ୟାଚ ଯେଉଁ ଦଳ ଜିତିବ, ସେହି ଦଳ ସିରିଜର ଟ୍ରଫି ହାତେଇବ। 

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଜାନୁଆରୀ 7 ରେ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। 

Shubman Gill troll

ତେବେ ପ୍ରଥମ ଓଭରରେ ଇଶାନ କିଶନ ଆଉଟ୍ ହେବା ପରେ ଏହି ମ୍ୟାଚରେ ଶୁବମାନ ଗିଲ ବହୁତ ଧୀରେ ଖେଳୁଥିବା ଦେଖିବାକୁ ମିଳିଥିଲା। ସେ 36ଟି ବଲର ସମ୍ମୁଖୀନ ହୋଇ 46 ରନ କରିଥିଲେ। ଯେଉଁଥିରେ ସେ 3 ଟି ଛକା ଆଉ 2 ଟି ଚୌକା ମାରିଥିଲେ। ଯେଉଁଥିପାଇଁ ତାଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି। 

ଆହୁରି ପଢ଼ନ୍ତୁ: ବିରାଟ କୋହଲିଙ୍କ ବଦଳରେ ଟି -20 ଦଳ ରେ ପ୍ରବେଶ କରିବା ପାଇଁ ଏହି ଖେଳାଳି ସମ୍ପୂର୍ଣ ପ୍ରସ୍ତୁତ, 200 ଷ୍ଟ୍ରାଇକ୍ ହାରରେ କରନ୍ତି ବ୍ୟାଟିଂ