IPL 2022: ମ୍ୟାଚରେ ପରାଜୟ ପରେ ମଧ୍ୟ ବିରାଟଙ୍କ ମହାରେକର୍ଡ ଭାଙ୍ଗିଲେ ରାହୁଲ, ଏମିତି କରିଥିବା ହେଲେ ପ୍ରଥମ ଖେଳାଳି

  1. Home
  2. T20 Cricket

IPL 2022: ମ୍ୟାଚରେ ପରାଜୟ ପରେ ମଧ୍ୟ ବିରାଟଙ୍କ ମହାରେକର୍ଡ ଭାଙ୍ଗିଲେ ରାହୁଲ, ଏମିତି କରିଥିବା ହେଲେ ପ୍ରଥମ ଖେଳାଳି

k l rahul breaks virat's record


କ୍ରିକେଟ୍ ଖବର୍ : ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପ୍ଟେନ କେ. ଏଲ ରାହୁଲ ମଙ୍ଗଳବାର ରୟାଲ ଚାଲେଞ୍ଜର୍ସ ବିପକ୍ଷ ମୁକାବିଲାରେ ୨୪ଟି ବଲର ସାମ୍ନା କରି ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ ସଂଗ୍ରହ କରିଥିଲେ । ଏହି ପାଳିରେ ରାହୁଲ ଟି-୨୦ କ୍ରିକେଟରେ ନିଜର ୬୦୦୦ ରନ ପୂରା କରିସାରିଛନ୍ତି । ରାହୁଲ ୧୬୬ ପାଳିରେ ଏହି ସଫଳତା ହାସଲ କରିଛନ୍ତି।

ବିରାଟଙ୍କ ମହାରେକର୍ଡ ଭାଙ୍ଗିଲେ ରାହୁଲ:

ଏହାସହିତ ସେ ଟି-୨୦ରେ ସବୁଠାରୁ ଦ୍ରୁତ ୬୦୦୦ ରନ କରିଥିବା ଭାରତୀୟ ବ୍ୟାଟସମ୍ୟାନ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । ଏହି ମାମଲାରେ ସେ ବିରାଟ କୋହଲିର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

Lucknow-captain-KL-Rahul

ସବୁଠାରୁ ଦ୍ରୁତ ୬୦୦୦ ଟି-୨୦ ମାମଲାରେ ରାହୁଲ ଠାରୁ ଆଗରେ ୩ଜଣ ଖେଳାଳି ରହିଛନ୍ତି । ସେମାନେ ହେଉଛନ୍ତି ୱେଷ୍ଟଇଣ୍ଡିଜର କ୍ରିସ ଗେଲ, ପାକିସ୍ତାନର ବାବର ଆଜମ ଆଉ ରାହୁଲ ୩ୟ ନମ୍ବରରେ ରହିଛନ୍ତି । ଶନ ମାର୍ଶ ଚତୁର୍ଥ ସ୍ଥାନରେ ରହିଛନ୍ତି ।