"ନୋ-ବଲ୍ ବୋଲିଂ କରିବା ଅପରାଧ", ପରାଜୟ ପରେ ଅର୍ଶଦୀପ ସିଂ ଙ୍କୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଏମିତି କଣ କହିଦେଲେ?

  1. Home
  2. T20 Cricket

"ନୋ-ବଲ୍ ବୋଲିଂ କରିବା ଅପରାଧ", ପରାଜୟ ପରେ ଅର୍ଶଦୀପ ସିଂ ଙ୍କୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଏମିତି କଣ କହିଦେଲେ?

Hardik Pandya came disappointed with the defeat of Team India


କ୍ରିକେଟ ଖବର: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ 207 ରନ୍‌ର ଏକ ବଡ଼ ଲକ୍ଷ୍ୟ ଦେଇଥିଲା।

Hardik Pandya

ଏହାର ଜବାବରେ ଭାରତୀୟ ଦଳ ଏହି ଲକ୍ଷ୍ୟ ହାସଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଟିମ୍ ଇଣ୍ଡିଆ 16 ରନରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ସମୟରେ, ଏହି ପରାଜୟରେ ଅଧିନାୟକ ବହୁତ ନିରାଶ ହୋଇଥିଲେ। ଆଉ ଏହି ପରାଜୟ ପରେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା...

ମ୍ୟାଚ ହାରିବା ପରେ ଅର୍ଶଦୀପଙ୍କ ବିଷୟରେ ଏଭଳି କହିଲେ ପାଣ୍ଡ୍ୟା : 

ମ୍ୟାଚ୍ ଶେଷ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ନିରାଶ ହୋଇଥିଲେ। ପୋଷ୍ଟ ମ୍ୟାଚ୍ ସମାରୋହରେ କଥାହେବା ସମୟରେ ସେ କହିଛନ୍ତି ଯେ ପାୱାରପ୍ଲେରେ ଦଳ ବ୍ୟାଟିଂ ଆଉ ବୋଲିଂ ଉଭୟ ବହୁତ ଖରାପ କରିଛି।ଖାସ୍ କରି ପାୱାରପ୍ଲେରେ ଆମ ବୋଲିଂ ବହୁତ ନିମ୍ନଧରଣର ରହିଥିଲା। ଏହା ଦ୍ୱାରା ମୁଁ ବହୁତ ନିରାଶ ହୋଇଛି। ଆମେ ଏହି ମ୍ୟାଚ୍ ରେ ଭୁଲ୍ କରିଛୁ ଯାହା ଆମେ ପର୍ଯ୍ୟାୟ କ୍ରମେ ଠିକ୍ କରିବା ଉଚିତ୍। କିନ୍ତୁ ଆମେ ଆମର ଭୁଲରୁ ଶିଖିବା। ଏହା ଉପରେ ଆମର ନିୟନ୍ତ୍ରଣ ରହିଛି।

Hardik Pandya came disappointed on arshadeep singh

ଅଧିନାୟକ ପାଣ୍ଡ୍ୟା ଆହୁରି କହିଛନ୍ତି ଯେ,“ଅର୍ଶଦୀପଙ୍କ ପାଇଁ ପରିସ୍ଥିତି ଆଦୌ ସହଜ ନୁହେଁ। ସେ ପୂର୍ବରୁ ମଧ୍ୟ ଅନେକ ମ୍ୟାଚ୍‌ରେ ନୋ-ବଲ୍ ବୋଲିଂ କରିଥିଲେ। ମୁଁ କାହାକୁ ଦାୟୀ କରୁନାହିଁ କିନ୍ତୁ ମୋ ମତରେ ନୋ ପକାଇବା ଏକ ଅପରାଧ ସହ ସମାନ। ଚତୁର୍ଥ ନମ୍ବରରେ ଚମତ୍କାର ବ୍ୟାଟିଂ କରି ସୂର୍ଯ୍ୟ ରନ୍ ସଂଗ୍ରହ କରିଥିଲେ। ଅକ୍ସର ବି ଭଲ ଖେଳିଥିଲେ। କିନ୍ତୁ ଆମେ ମ୍ୟାଚ ହାରିଗଲୁ। 

ଆହୁରି ପଢ଼ନ୍ତୁ : "ସେମାନେ ଆମଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ ”, ଦ୍ଵିତୀୟ ମ୍ୟାଚ୍ ଜିତିବା ପରେ ଦାସୁନ୍ ଶାନାକା ଦେଲେ ବିବୃତି, ଏହି ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଦେଖି ଥିଲେ ଆଶ୍ଚର୍ୟ୍ଯ