ଗୌତମ ଗମ୍ଭୀର ଚୟନ କଲେ T20 ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍, ଦୀନେଶ କାର୍ତିକ ଏବଂ ପନ୍ତଙ୍କୁ କଲେ ବାହାର

  1. Home
  2. T20 Cricket

ଗୌତମ ଗମ୍ଭୀର ଚୟନ କଲେ T20 ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍, ଦୀନେଶ କାର୍ତିକ ଏବଂ ପନ୍ତଙ୍କୁ କଲେ ବାହାର


କ୍ରିକେଟ ଖବର : ଟି-୨୦ ୱାଲର୍ଡ କପ୍ ୨୦୨୨ ବର୍ଷ ଶେଷରେ ଅଷ୍ଟ୍ରେଲିଆରେ ଖେଳାଯିବ । ଏହାରି ମଧ୍ୟରେ ପୂର୍ବ ଭାରତୀୟ କ୍ରିକେଟର ଏବଂ ଆଇସିସି ବିଶ୍ୱକପ ବିଜେତା ଖେଳାଳି ଗୌତମ ଗମ୍ଭୀର ଟି-୨୦ ୱାଲର୍ଡ କପ ୨୦୨୨ ପାଇଁ ଟିମ ଇଣ୍ଡିଆର ବେଷ୍ଟ ୧୧ କୁ ବାଛିଛନ୍ତି। ଏହି ପ୍ଲେୟିଙ୍ଗ ଇଲେଭେନ ଅଷ୍ଟ୍ରେଲିଆରେ ଆଗାମୀ ଦିନରେ ଟି-୨୦ ୱାଲର୍ଡ କପରେ ଭାରତ ପାଇଁ ଖେଳି ପାରନ୍ତି ବୋଲି ଗମ୍ଭୀର କହିଛନ୍ତି। 

ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସ୍ଥାନ ଦେଇ ନାହାନ୍ତି ଗମ୍ଭୀର :

ଗମ୍ଭୀର ଚୟନ କରିଥିବା ଦଳ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ନିକଟରେ ହୋଇଥିବା ଦକ୍ଷିଣ ଆଫ୍ରିକା ସିରିଜର ଅଧିନାୟକ ରିଷଭ ପନ୍ତଙ୍କୁ ନିଜ ଦଳରେ ସ୍ଥାନ ଦେଇ ନାହାନ୍ତି ଗମ୍ଭୀର। ଏହା ସହିତ ବର୍ତ୍ତମାନ ଫର୍ମରେ ଥିବା ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ନିଜ ଦଳରେ ରଖି ନାହାନ୍ତି ଏହି ପୂର୍ବତନ ଖେଳାଳି।

deepak hooda Krunal Pandya news

ଗୌତମ ଗମ୍ଭୀର ଆଇପିଏଲରେ ଲକ୍ଷ୍ନୌ ଦଳ ପାଇଁ  ଖେଳିଥିବା ଦୀପକ ହୁଡ୍ଡାଙ୍କୁ ନିଜ ଟିମରେ ଫିନିଶର ଭାବରେ ସାମିଲ କରିଛନ୍ତି । ଏହା ସହିତ ୱିକେଟ୍ କିପର୍ ଭାବରେ ଗମ୍ଭୀର ନିଜ ଦଳ ପାଇଁ କେଏଲ ରାହୁଲଙ୍କୁ ଚୟନ କରିଛନ୍ତି। 

ଟି-୨୦ ବିଶ୍ୱକପ ପାଇଁ ଗମ୍ଭୀରଙ୍କ ଦଳ :

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡା, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ୟୁଜିଭେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା।