IND vs NZ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ODI ରୁ ଏହି ଖେଳାଳିଙ୍କୁ ବାହାର କରି ପାରନ୍ତି ରୋହିତ, ଦେଖନ୍ତୁ ଭାରତୀୟ XI

  1. Home
  2. ODI Cricket

IND vs NZ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ODI ରୁ ଏହି ଖେଳାଳିଙ୍କୁ ବାହାର କରି ପାରନ୍ତି ରୋହିତ, ଦେଖନ୍ତୁ ଭାରତୀୟ XI

Team india


କ୍ରିକେଟ ଖବର: ଭାରତ-ନ୍ୟୁଜିଲାଣ୍ଡ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଦ୍ଵିପହର 1.30 ରେ ଆରମ୍ଭ ହେବ। ଏହି ମ୍ୟାଚ୍ ରାୟପୁରର ସହିଦ ଭୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ ଭାରତୀୟ ଦଳ 12 ରନରେ ଜିତି ସିରିଜରେ 1-0 ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ଵିତୀୟ ମ୍ୟାଚ ଶନିବାର ଖେଳାଯିବାକୁ ଥିବା ବେଳେ ଟିମ୍ ଇଣ୍ଡିଆରୁ ରୋହିତ ଶର୍ମା ଏହି ମ୍ୟାଚର ଚୂଡାନ୍ତ ଏକାଦଶରେ ମହମ୍ମଦ ଶାମିଙ୍କୁ ବାହାର କରି ପାରନ୍ତି। 

ମହମ୍ମଦ ଶାମି ପ୍ରଥମ ମ୍ୟାଚରେ 10 ଓଭର ବୋଲିଂ କରି 69 ରନ ଖର୍ଚ୍ଚ କରିଥିଲେ। ଏହି ସମୟରେ ସେ ଗୋଟିଏ ମ୍ୟାଡେନ ଓଭର ସହିତ ଗୋଟିଏ ସଫଳତା ହାସଲ କରିଥିଲେ।

Rohit n sami

ତେବେ ପ୍ରଥମ ମ୍ୟାଚରେ ଏତେ ମହଙ୍ଗା ସାବ୍ୟସ୍ତ ହେବା କାରଣରୁ ତାଙ୍କୁ ଦ୍ଵିତୀୟ ମ୍ୟାଚର ଚୂଡାନ୍ତ ଏକାଦଶରୁ ରୋହିତ ବାହାର କରି ପାରନ୍ତି। ଆଉ ତାଙ୍କ ସ୍ଥାନରେ ଉମ୍ରାନ ମଲିକଙ୍କୁ ସୁଯୋଗ ଦେବେ କ୍ୟାପଟେନ୍ ରୋହିତ। 

ଉମ୍ରାନ ମଲିକ ଗତ କିଛି ମ୍ୟାଚରେ ଭଲ ଫର୍ମରେ ରହିଛନ୍ତି। ବିଶେଷ କରି ସେ ଧଳା ବଲ ଫର୍ମାଟିଂରେ ଭଲ ବୋଲିଂ କରୁଛନ୍ତି। ତେଣୁ ତାଙ୍କୁ ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ମ୍ୟାଚରେ ସୁଯୋଗ ଦେଇ ପାରନ୍ତି। 

ଆହୁରି ପଢ଼ନ୍ତୁ: IND vs NZ, 2nd ODI: ଲାଇଭ୍ ଷ୍ଟ୍ରିମିଂ ବିବରଣୀ, କେତେବେଳେ ଏବଂ କେଉଁଠାରେ ହେବ ମ୍ୟାଚ, ଜାଣନ୍ତୁ ସମ୍ପୂର୍ଣ ଖବର

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ମ୍ୟାଚରେ ଭାରତର ସମ୍ଭାବ୍ୟ ଏକାଦଶ :

ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ୍ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱସିଙ୍ଗଟନ୍ ସୁନ୍ଦର, ଶାରଦୁଲ୍ ଠାକୁର, କୂଳଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲିକ।