IND vs SL: ଶ୍ରୀଲଙ୍କା ବିପକ୍ଷ ODI ରେ ସଚିନଙ୍କ ସର୍ବକାଳୀନ ଶତକ ରେକର୍ଡ କୁ ଭାଙ୍ଗିଲେ କୋହଲି, ଜାଣନ୍ତୁ ରେକର୍ଡ ବିଷୟରେ

  1. Home
  2. ODI Cricket

IND vs SL: ଶ୍ରୀଲଙ୍କା ବିପକ୍ଷ ODI ରେ ସଚିନଙ୍କ ସର୍ବକାଳୀନ ଶତକ ରେକର୍ଡ କୁ ଭାଙ୍ଗିଲେ କୋହଲି, ଜାଣନ୍ତୁ ରେକର୍ଡ ବିଷୟରେ

kohli made 45th century against sl


କ୍ରିକେଟ୍ ଖବର: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଶ୍ରୀଲଙ୍କା ବିପକ୍ଷରେ ଭାରତର 3 ମ୍ୟାଚ୍ ବିଶିଷ୍ଟ ODI ସିରିଜ। ତେବେ ଏହି ସିରିଜର ପ୍ରଥମ ମ୍ୟାଚରେ ବିରାଟ କୋହଲି ଏକ ଶତକୀୟ ଇନିଂସ ଖେଳିଛନ୍ତି। ସେ 87 ଟି ବଲର ସମ୍ମୁଖୀନ ହୋଇ 113 ରନ ସଂଗ୍ରହ କରିଛନ୍ତି। ଏହି ସମୟରେ ସେ 12 ଟି ଚୌକା ଆଉ ଗୋଟିଏ ଛକା ମାରିଛନ୍ତି। 

ତେବେ ଏହି ଶତକ ସହିତ କୋହଲି 'ଗଡ୍ ଅଫ୍ କ୍ରିକେଟ୍' ସଚିନ୍ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ଭାଙ୍ଗିଛନ୍ତି। କୋହଲି, ଯିଏକି ବିଶ୍ୱର ଅନ୍ୟତମ ଦ୍ରୁତ ବ୍ୟାଟ୍ସମ୍ୟାନ, 50 ଓଭର ଫର୍ମାଟରେ ତାଙ୍କର ଶେଷ ଏକ ଶତକ ହାସଲ କରିଥିଲେ।  ସେ ବାଂଲାଦେଶ ବିପକ୍ଷ ସେହି ମ୍ୟାଚରେ ଶତକ ହାସଲ କରିଥିଲେ। ଆଉ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ବି ଶତକ ହାସଲ କରିଛନ୍ତି।

ଘରୋଇ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି 50 ଓଭର ଫର୍ମାଟରେ ଅଧିକାଂଶ ଶତକ ତାଲିକାରେ ସଚିନ୍ ତେନ୍ଦୁଲକର ଶୀର୍ଷରେ ଥିଲେ। ତେବେ ବିରାଟ କୋହଲି ଏହି ଗୋଟିଏ ଶତକ ହାସଲ କରି ସଚିନଙ୍କ ଏହି ରେକର୍ଡକୁ ଭାଙ୍ଗିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ 20 ଟି ଶତକ ଘରୋଇ ସିରିଜରେ କରିଛନ୍ତି ବିରାଟ। ଯେତେବେଳେ କି ସଚିନ୍ 19 ଟି ଶତକ ଘରୋଇ ସିରିଜରେ ହାସଲ କରିଛନ୍ତି। 

Virat and sachin

ODI ଫର୍ମାଟରେ ଶ୍ରୀଲଙ୍କା ବିପକ୍ଷରେ କୋହଲି ମୋଟ 9 ଟି ଶତକ ସଂଗ୍ରହ କରିସାରିଛନ୍ତି। କିନ୍ତୁ ସଚିନ ତେନ୍ଦୁଲକର ଏହି ଦଳ ବିପକ୍ଷରେ 8 ଟି ଶତକ ହାସଲ କରିଥିଲେ। ତେବେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ହେଉଛି 9, ଯାହା ତେନ୍ଦୁଲକର ଏବଂ କୋହଲିଙ୍କ ଦ୍ୱାରା ମିଳିତ ଭାବେ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: "ଆଲେ-ଆଲେ, ମୋଟା ମୋଟା ଗାଲ ହେ ତେରେ" ଏମିତି କହି କାନ୍ଦୁଥିବା ଛୋଟ ଛୁଆ କୁ ଚୁପ କରାଇଲେ ରୋହିତ ଶର୍ମା