IND vs SL: ବିରାଟ ଆଉ ଶୁଭମନଙ୍କ ଶତକୀୟ ଇନିଂସ ପରେ ସିରାଜଙ୍କ ଦ୍ରୁତ ବୋଲିଂ, ଭାରତ 317 ରନରେ ଜିତିଲା ତୃତୀୟ ଦିନିକିଆ, ଜାଣନ୍ତୁ ପୂରା ମ୍ୟାଚ ବିଷୟରେ

  1. Home
  2. ODI Cricket

IND vs SL: ବିରାଟ ଆଉ ଶୁଭମନଙ୍କ ଶତକୀୟ ଇନିଂସ ପରେ ସିରାଜଙ୍କ ଦ୍ରୁତ ବୋଲିଂ, ଭାରତ 317 ରନରେ ଜିତିଲା ତୃତୀୟ ଦିନିକିଆ, ଜାଣନ୍ତୁ ପୂରା ମ୍ୟାଚ ବିଷୟରେ

Ind vs sl


କ୍ରିକେଟ୍ ଖବର: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଶେଷ ହୋଇଛି। ଏହି ସିରିଜ୍ ବହୁତ ରୋମାଞ୍ଚକର ହୋଇଛି। ଆୟୋଜକ ଟିମ୍ ଇଣ୍ଡିଆ ଏହି ସିରିଜକୁ 3-0 ରେ ଜିତିଛି।ଏଥି ସହିତ ପ୍ରଥମ ODI ଆଉ ଦ୍ଵିତୀୟ ODI ମ୍ୟାଚ୍ ପରି ଭାରତୀୟ ଦଳ ତୃତୀୟ ମ୍ୟାଚରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। 

ସିରିଜର ଶେଷ ମ୍ୟାଚ୍ ଜାନୁଆରୀ 15 ରେ ଥିରୁବନନ୍ତପୁରମ୍ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଠାରେ ରୋହିତବାହିନୀ 317 ରନରେ ବିଜୟ ହାସଲ କରି ସିରିଜକୁ 3-0 ରେ କ୍ଲିନ୍ ସୁଇପ କରିଛି। ଆଜି ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିିନିକିଆରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତୀୟ ଖେଳାଳୀଙ୍କ ପାରଦର୍ଶିତାରେ ଧ୍ବସ୍ତବିଧ୍ବସ୍ତ ହୋଇଛି ସିଂହଳୀ ଟିମ୍‌। ଭାରତ ଏହି ମ୍ୟାଚ୍‌କୁ 317 ରନରେ ଜିତିଛି।

ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ 67 ରନ୍‌ ଏବଂ ଦ୍ୱିତୀୟ ଦିନିକିଆକୁ ଚାରି ୱିକେଟ୍‌ରେ ଜିତିଥିଲା। ଟସ୍‌ ଜିିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ 390 ରନ୍‌ କରିଥିଲା। ଶୁଭମନ୍‌ ଗିଲ୍‌ ଓ ବିରାଟ କୋହଲିଙ୍କର ବିଶ୍ବସନୀୟ ଶତକ ଆଗରେ ମାଟି କାମୁଡ଼ିଥିଲା ଶ୍ରୀଲଙ୍କା ଦଳ। ଗିଲ୍‌ 116 ଓ ବିରାଟ କୋହଲି 166 ରନ୍‌ କରିଥିଲେ। 

Ind vs sl

ତେବେ ସିଂହଳୀ ଦଳ ମାତ୍ର 22 ଓଭରରେ ମାତ୍ର 73 ରନ୍‌ କରିପାରିଥିଲେ। ଅସେନ ବଣ୍ଡାରାଙ୍କୁ ଆଘାତ ଲାଗିବା କାରଣରୁ ସେ ମଇଦାନକୁ ଆସିପାରିନଥିଲେ। ଫଳରେ ଟିମ୍‌ ଇଣ୍ଡିଆ 317 ରନରେ ମ୍ୟାଚକୁ ଜିତି ସିରିଜକୁ 3-0 ରେ ନିଜ ନାଁରେ କରିନେଇ ଇତିହାସ ରଚିଛି।

ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ଚାରିଟି ୱିକେଟ୍ ନେଇ ଜଣେ ଖେଳାଳିଙ୍କୁ ରନ୍‌ ଆଉଟ୍ କରିଥିଲେ। ମହମ୍ମଦ ଶାମି ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଚତୁର୍ଥ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ସିରିଜରେ ଶ୍ରୀଲଙ୍କାକୁ କ୍ଳିନ୍‌ ସ୍ବିପ କରିଛି।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: ଅର୍ଦ୍ଧ ଶତକର ପାଖରେ ପହଁଚି ରୋହିତ ହୋଇଗଲେ ଆଉଟ୍ ତେବେ ନିଜକୁ କରି ପାରିଲେ ନାହିଁ କଣ୍ଟ୍ରୋଲ, ରାଗିଯାଇ କଲେ ଏମିତି