ହାର୍ଦ୍ଦିକ ପାଣ୍ଡ୍ୟା LIVE ମ୍ୟାଚରେ ଠିଆ ଠିଆ ପଡିଗଲେ, ଅଭିନୟ କରିବା ପଡିଲା ମାହାଙ୍ଗା, ହେଲେ ଅପମାନିତ, ଭିଡିଓ ହେଲା ଭାଇରାଲ

  1. Home
  2. ODI Cricket

ହାର୍ଦ୍ଦିକ ପାଣ୍ଡ୍ୟା LIVE ମ୍ୟାଚରେ ଠିଆ ଠିଆ ପଡିଗଲେ, ଅଭିନୟ କରିବା ପଡିଲା ମାହାଙ୍ଗା, ହେଲେ ଅପମାନିତ, ଭିଡିଓ ହେଲା ଭାଇରାଲ

Hardik pandya


କ୍ରିକେଟ୍ ଖବର: ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ଜିତିବା ପରେ ବର୍ତ୍ତମାନ ରୋହିତବାହିନୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିବାକୁ ଖେଳ ଆରମ୍ଭ କରି ସାରିଛି। ହାଇଦ୍ରାବାଦରେ ଖେଳଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ ଭାରତ 12 ରନରେ ବିଜୟ ହାସଲ କରିଛି। 

ତେବେ ଏହି ମ୍ୟାଚରେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂରେ ମହଙ୍ଗା ସାବ୍ୟସ୍ତ ହେବା ସହିତ, ବ୍ୟାଟିଂରେ ବି ସେ ଆଖି ଦୃଷ୍ଟିଆ ଖେଳ ଖେଳିନଥିଲେ। ତେବେ ସେ ଯେତେବେଳେ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ ସେହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। 

ଏହି ମ୍ୟାଚରେ ଶୁଭମନ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି।  ସେ ଏହା କରିବାରେ ଦୁନିଆର ଦଶମ ଖେଳାଳି ହୋଇପାରିଛନ୍ତି। ଏହି ସମୟରେ ଶୁଭମାନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଲରାଉଣ୍ଡର ହାର୍ଦ୍ଦିକ କ୍ରିଜରେ ଠିଆ ଠିଆ ପଡିଯାଉଥିବାର ଦେଖିବାକୁ ମିଳିଛି। ବାସ୍ତବରେ ଭାଇରାଲ୍ ଭିଡିଓରେ ଟିମ୍ ଇଣ୍ଡିଆର ଟି -20 ଫର୍ମାଟ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗିଲଙ୍କ ଏକ ଗୁଳି ବେଗର ସଟ ଦେଖି ତଳେ ପଡ଼ିଥିବାର ନଜର ଆସିଥିଲେ।

Hardik

ବାସ୍ତବରେ, ଗିଲ୍ ଏକ ରକେଟ୍ ବେଗରେ ସିଧା ସଟ୍ ମାରିଥିଲେ, ଯେଉଁ କାରଣରୁ ବଲ୍ ଫଲୋଅପରେ ବୋଲରଙ୍କ ନିକଟକୁ ଯାଇଥିଲା। ଯେଉଁଥିରେ ସେ ହାତ ରଖିଥିଲେ କିନ୍ତୁ ବଲକୁ ଅଟକାଇବାରେ ସଫଳ ହୋଇପାରିଲେ ନାହିଁ। ଏହି ସମୟରେ କ୍ରିଜରୁ ବାହାରି ଆସିଥିବା ହାର୍ଦ୍ଦିକ ହଠାତ୍ ବ୍ୟାଟକୁ କ୍ରିଜରେ ପହଞ୍ଚାଇବା ପାଇଁ ଖସିପଡିଥିଲେ। ବର୍ତ୍ତମାନ ଏହି ମଜାଳିଆ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆହୁରି ପଢ଼ନ୍ତୁ: MS ଧୋନିଙ୍କୁ ଦେଖିଲେ ନର୍ଭସ ହୋଇଯାନ୍ତି ଶାହରୁଖ ଖାନ, IPL ପୂର୍ବରୁ ଅଭିନେତା କଲେ ବଡ଼ ଖୁଲାସା