ଶ୍ରୀଲଙ୍କା ବିପକ୍ଷ ଟି-20 ଏବଂ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଦଳ, ପଢ଼ନ୍ତୁ ରିପୋର୍ଟ....

  1. Home
  2. ODI Cricket

ଶ୍ରୀଲଙ୍କା ବିପକ୍ଷ ଟି-20 ଏବଂ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଦଳ, ପଢ଼ନ୍ତୁ ରିପୋର୍ଟ....

Team India sl match


କ୍ରିକେଟ ଖବର : ପୋଡ଼ାଶୀ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଜାନୁଆରୀରେ ଭାରତ ଗସ୍ତରେ ଆସୁଛି। ଶ୍ରୀଲଙ୍କାର କ୍ରିକେଟ ଟିମ୍ ଭାରତ ଗସ୍ତରେ ଆସି 3 ଟି ଟି-20 ଏବଂ 3 ଟି ଦିନିକିଆ ସିରିଜ୍ ଖେଳିବ। ତେବେ ଶ୍ରୀଲଙ୍କା ଦଳ ଆସିବା ପୂର୍ବରୁ ବିସିସିଆଇ ନିଜର ଦଳ ଘୋଷଣା କରିଛି। 

ସବୁଠାରୁ ବଡ଼ କଥା ହେଉଛି ତୃତୀୟ ଥର ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-20 ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।

Pandya and rohit

ପ୍ରଥମେ ଆୟରଲଣ୍ଡ ଆଉ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ୍ ଜିତାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣି ଥରେ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ୍ ପାଇଁ ଅଧିନାୟକ କରାଯାଇଛି। ଆଉ ଏହି ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଧିନାୟକ ଭାବରେ ନିଯୁକ୍ତ ଦିଆଯାଇଛି। 

ଜାନୁଆରୀ ୩ରୁ ୭ ମଧ୍ୟରେ ଏହି ଟି-20 ସିରିଜର 3 ଟି ମ୍ୟାଚ ଖେଳାଯିବ । ତେବେ ବିସିସିଆଇ ଘୋଷଣା କରିଥିବା ଟି-20 ଦଳରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କୁ ସ୍ଥାନ ଦିଆଯାଇନାହିଁ। 16 ଜଣିଆ ଦଳ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଏହି ସିରିଜରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। 

ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଦଳ:

Pandya with team

ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ସୂର୍ଯ୍ୟକୁମାର ଯାଦବ (ଉପ-କ୍ୟାପଟେନ), ଇଶାନ କିଶାନ୍, ରିତୁରାଜ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଅକ୍ସର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଉମ୍ରାନ ମଲିକ୍, ଶିବମ୍ ମାଭି , ମୁକେଶ କୁମାର। 

ଦିନିକିଆ ସିରିଜରେ ଫେରିବେ ରୋହିତ ଆଉ କୋହଲି :

ସେହିଭଳି ଦିନିକିଆ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା ।ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଭାବେ ଦାୟିତ୍ୱ ମିଳିଛି । ଜାନୁଆରୀ ୧୦ରୁ ୧୬ ତାରିଖ ମଧ୍ୟରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। 

Rohit and virar

କେଏଲ ରାହୁଲ, ବିରାଟ କୋହଲିଙ୍କ ଭଳି ସମସ୍ତ ବରିଷ୍ଠ ଖେଳାଳିଙ୍କୁ ଶ୍ରୀଲଙ୍କା ବିପକ୍ଷ ODI ସିରିଜରେ ଦେଖିବାକୁ ମିଳିବ। ଏଥି ସହିତ ଏସିଆ କପ୍ 2022 ପରଠାରୁ ଆହତ ହୋଇଥିବା ରବିନ୍ଦ୍ର ଜାଡେଜା ମଧ୍ୟ ଦଳକୁ ଫେରି ନାହାଁନ୍ତି। ତେବେ ଶିଖର ଧାୱନ ଏବଂ ରିଷଭ ପନ୍ତଙ୍କୁ ଏହି ସିରିଜରୁ ଦଳରୁ ବାଦ ଦିଆଯାଇଛି।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:

Team india

ରୋହିତ ଶର୍ମା (କ୍ୟାପଟେନ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଅର୍ଶଦୀପ ସିଂ, ମହମ୍ମଦ ଶାମି।

ଆହୁରି ପଢ଼ନ୍ତୁ : IPL କୁ ନେଇ ଡାରେନ୍ ସାମି ଲଗେଇଲେ ବଡ଼ ଆରୋପ, କହିଲେ "ମୋତେ ଭାରତରେ କାଳୁ ବୋଲି ଡାକୁଥିଲେ ଏବଂ...