IPL କୁ ଟକ୍କର ଦେବା ପାଇଁ ରମିଜ୍ ପ୍ରସ୍ତୁତ କଲେ ଯୋଜନା, କହିଲେ PSL ରେ ଆଣିବୁ ବଡ଼ ପରିବର୍ତ୍ତନ ଏବଂ ଭାରତ ଏବେ..
କ୍ରିକେଟ୍ ଖବର : ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ହେଉଛି ଆଇପିଏଲ୍। ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୧୪ ବର୍ଷ ମଧ୍ୟରେ ଅନେକ ଲୋକପ୍ରିୟ ହୋଇଛି। ଆଉ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ନିଜର ୧୫ ତମ ସିଜନରେ ପହଁଚିଛି। ଏହି ଟୁର୍ଣ୍ଣାମେଣ୍ଟରେ ଛୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଖେଳାଳି ନିଜର ଦମଦାର ଖେଳ ପ୍ରଦର୍ଶନ କରୁଛନ୍ତି।
ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ପ୍ରେରଣା ନେଇ ଅନେକ ଦେଶ ନିଜ ନିଜର ଏକ ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି। ଯେମିତିକି ବାଂଲାଦେଶ ପ୍ରିମିୟର ଲିଗ୍, ପାକିସ୍ତାନ ସୁପର ଲିଗ୍ ଆଦି। ତେବେ ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ପାକିସ୍ତାନ ସୁପର ଲିଗ୍(ପିଏସଏଲ)କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟରେ ବଡ ପରିବର୍ତ୍ତନ ଆଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ପିଏସଏଲରେ ପରିବର୍ତ୍ତନ ଆଣିଲେ ଭଲ ରାଜସ୍ଵ ମିଳି ପାରିବ ବୋଲି ସେ ଚିନ୍ତା କରିଛନ୍ତି। କରାଚି ନ୍ୟାସନାଲ ଷ୍ଟାଡିୟମରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ରମିଜ୍ ରାଜା କହିଛନ୍ତି, ପିଏସଏଲରେ ବଡ ପରିବର୍ତ୍ତନ କରାଯିବାର ସମୟ ଆସି ଯାଇଛି। ଏବେ ଡ୍ରାଫ୍ଟ ସିଷ୍ଟମ ବଦଳରେ ଖେଳାଳିଙ୍କ ନିଲାମ ସିଷ୍ଟମ ଲାଗୁ କରିବାକୁ ପଡିବ।
ରାଜାଙ୍କ ମତରେ ପିଏସଏଲରେ ରାଜସ୍ଵ ସୃଷ୍ଟି କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ। ଏଥିସହ ଦେଶର ପ୍ରତିଷ୍ଠା ମଧ୍ୟ ବଢିବ। ପିଏସଏଲର ଅଧ୍ୟକ୍ଷଙ୍କୁ ଲାଗୁଛି ଯେ, ଯଦି ସବୁ କିଛି ଯୋଜନା ଅନୁଯାୟୀ ଠିକ୍ ରହେ ତେବେ ପିଏସଏଲ ଆଇପିଏଲର ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ହୋଇ ପାରିବ। ସେ ଦାବି କରିଛନ୍ତି ଯେ, ଯଦି ପିଏସଏଲରେ ପରିବର୍ତ୍ତନ ଅଣାଯାଏ। ତେବେ ଅନେକ କ୍ରିକେଟର ଆଇପିଏଲ ତୂଳନାରେ ପିଏସଏଲ ଟି-୨୦ ଲିଗ୍ ଖେଳିବାକୁ ଅଧିକ ପସନ୍ଦ କରିବେ।
ରମିଜ ରାଜା ଗୋଟିଏ ସ୍ପୋର୍ଟ ଚ୍ୟାନେଲକୁ କହିଛନ୍ତି ଯେ, ଆମେ ଆର୍ଥିକ ରୂପେ ସ୍ଵତନ୍ତ୍ର ହେବା ପାଇଁ ନୂତନ ପ୍ରୋପର୍ଟି ତିଆରି କରିବାର ଆବଶ୍ୟକତା ରହିଛି। ଆମ ପାଖରେ ପିଏସଏଲ ଏବଂ ଆଇସିସି ଫଣ୍ଡ ବ୍ୟତୀତ ଆଉ କିଛି ନାହିଁ। ତେଣୁ ଏବେ ଆମକୁ ଖେଳାଳିଙ୍କ ନିଲାମ ବଜେଟ୍ ବଦଳାଇବାକୁ ଚାହୁଁଛୁ, ଯାହା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଦେଶର କ୍ରିକେଟକୁ ଆଗକୁ ନେବାକୁ ହେଲେ ଆମକୁ ପିଏସଏଲରେ ପରିବର୍ତ୍ତନ ଆଣିବାର ସମୟ ଆସି ଯାଇଛି।