ଏହି ୨ ଜଣ ଅଲରାଉଣ୍ଡରଙ୍କ ନାମରେ ରହିଛି IPL ର ସବୁଠାରୁ ଲଜ୍ଜାଜନକ ରେକର୍ଡ, ଏଥି ମଧ୍ୟରୁ ଜଣେ CSK ର ଷ୍ଟାର ଖେଳାଳି

  1. Home
  2. IPL Special

ଏହି ୨ ଜଣ ଅଲରାଉଣ୍ଡରଙ୍କ ନାମରେ ରହିଛି IPL ର ସବୁଠାରୁ ଲଜ୍ଜାଜନକ ରେକର୍ଡ, ଏଥି ମଧ୍ୟରୁ ଜଣେ CSK ର ଷ୍ଟାର ଖେଳାଳି

csk-rr-ipl-2022


କ୍ରିକେଟ୍ ଖବର : କ୍ରିକେଟ୍ ଖେଳରେ ରେକର୍ଡ ତିଆରି କରିବା ଆଉ ଭାଙ୍ଗିବା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ। କାରଣ ଏହି ଖେଳରେ ପ୍ରତିଦିନ ନୂଆ ରେକର୍ଡ ତିଆରି ହୋଇଥାଏ ଆଉ ଅନେକ ରେକର୍ଡ ଭାଙ୍ଗି ବି ଥାଏ। ତେବେ ଗତ ୧୪ ଟି ସିଜନରେ ଆଇପିଏଲରେ ଏପରି ଅନେକ ରେକର୍ଡ ସୃଷ୍ଟି ହୋଇଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଇପିଏଲରେ ଅନେକ ରେକର୍ଡ ସୃଷ୍ଟି ହୋଇଛି ଆଉ ସିଜନ ବଢିବା ସହିତ ଅନେକ ରେକର୍ଡ ଭାଙ୍ଗିଛି ମଧ୍ୟ। ତେବେ ଆଜିର ଏହି ଆର୍ଟିକାଲରେ ଆମେ ଦୁଇ ଜଣ ଅଲରାଉଣ୍ଡରଙ୍କ ବିଷୟରେ ଉଲେଖ୍ୟ କରିଛୁ। ଯେଉଁମାନେ କି ଗୋଟିଏ ଓଭରରେ ୧୦ ଟି ବଲ୍ ପକାଇଥିଲେ। ଆଉ ଏହି ୧୦ ଟି ବଲରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍ ସେମାନଙ୍କୁ ଧୂଆଁଧାର ପ୍ରହାର ମଧ୍ୟ କରିଥିଲେ।

୧) ରାହୁଲ୍ ତେୱାତିଆ : 

Rahul

ଏହି ତାଲିକାର ପ୍ରଥମସ୍ଥାନରେ ରହିଛନ୍ତି ଭାରତର ଯୁବ ଅଲରାଉଣ୍ଡର ରାହୁଲ ତେୱାତିଆ। ସେ ୨୦୨୦ ମସିହାରେ ଆଇପିଏଲ୍ ର ୧୩ ତମ ସିଜନରେ ରାଜସ୍ଥାନ ରୟାଲ୍ସ ଦଳରେ ସ୍ଥାନ ପାଇଥିଲେ। ଆଉ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୬ଟି ବଲ ବୋଲିଂ କରିବା ପରିବର୍ତ୍ତେ ସେ ଗୋଟିଏ ଓଭରରେ ମୋଟ ୧୦ ଟି ବଲ ବୋଲିଂ କରିଥିଲେ। ସେହି ସମୟରେ ତେୱାତିଆ ଆରସିବି ଇନିଂସର ୯ମ ଓଭର ବୋଲିଂ କରିଥିଲେ।  ତେବେ ତାଙ୍କ ଓଭରରେ ବାଙ୍ଗାଲୋର ବ୍ୟାଟ୍ସମ୍ୟାନମାନେ କିଛି ଖାସ୍ କରିପାରିନଥିଲେ। ରାହୁଲ ଏହି ଓଭରରେ ମୋଟ ୮ ରନ୍ ଦେଇଥିଲେ।  ଏହି ଓଭରରେ ରାହୁଲ କ୍ରମାଗତ ତିନିଟି ୱାଇଡ ବଲ୍ ପକାଇଥିଲେ। ( ରାହୁଲଙ୍କର ଓଭର କିଛି ଏହି ପ୍ରକାରର ଥିଲା , 0 0 nb1 1 2 wd 0 wd 1 0)

୨) ଡୁୱେନ ବ୍ରାଭୋ : 

Bravo

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳି ଡୁୱେନ ବ୍ରାଭୋ ଏହି ଲଜ୍ୟାଜନକ ରେକର୍ଡ କରିବା ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ବର୍ଷ ଆଇପିଏଲର ୧୪ ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ବ୍ରାଭୋ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏହି ଲଜ୍ଜାଜନକ ବୋଲିଂ ସ୍ପେଲ୍ ପକାଇଥିଲେ। ସେ ମୋଟ ଦଶଟି ବଲ ଗୋଟିଏ ଓଭରରେ ବୋଲିଂ କରିଥିଲେ। ବ୍ରାଭୋ ଏହି ଓଭରରେ ୪ ଟି ୱାଇଡ ବଲ ବୋଲିଂ କରିଥିଲେ।  ତେବେ ଏହି ଓଭରରେ ବ୍ରାଭୋ ମାତ୍ର ୬ ରନ୍ ଦେଇଥିଲେ। ( ବ୍ରାଭୋଙ୍କର ଓଭର କିଛି ଏହିପରି ଥିଲା, wd wd 0 0 1 0 1 wd wd 0)