ପରାଜୟ ପରେ ଏହି 3 ଜଣ ଖେଳାଳିଙ୍କୁ IPL 2023 ରେ ବାହାରର ରାସ୍ତା ଦେଖାଇବ RCB, ପଢ଼ନ୍ତୁ ରିପୋର୍ଟ

  1. Home
  2. IPL Special

ପରାଜୟ ପରେ ଏହି 3 ଜଣ ଖେଳାଳିଙ୍କୁ IPL 2023 ରେ ବାହାରର ରାସ୍ତା ଦେଖାଇବ RCB, ପଢ଼ନ୍ତୁ ରିପୋର୍ଟ

rcb


କ୍ରିକେଟ ଖବର: ନିକଟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ଶେଷ ହୋଇଛି, ଯେଉଁଥିରେ ଗୁଜୁରାଟ ଟାଇଟନ୍ସ ବିଜେତା ହୋଇଛି। ରାଜସ୍ଥାନ ଦଳକୁ ୭ ୱିକେଟ୍ ହରାଇ ଗୁଜୁରାଟ ଆଇପିଏଲ୍ ୨୦୨୨ର ଟ୍ରଫି ଜିତିଥିଲା। ୨୦୦୮ ମସିହାରେ ଚାମ୍ପିଅନ୍ ହୋଇଥିବା ରାଜସ୍ଥାନ ଚଳିତ ସିଜନରେ କ୍ୱାଲିଫାୟର୍ ୨ ମ୍ୟାଚରେ ବାଙ୍ଗାଲୋରକୁ ପରାସ୍ତ କରିବା ପରେ ଫାଇନାଲରେ ପ୍ରବେଶ କରିଥିଲା।

ଆରସିବିର ନୂତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ନେତୃତ୍ୱରେ ବାଙ୍ଗାଲୋର ଏଲିମିନେଟର ରାଉଣ୍ଡରେ ପରାସ୍ତ ହୋଇଥିଲା। ତେବେ କେତେକ ମ୍ୟାଚରେ ଏହି ଦଳ ସର୍ବୋଚ୍ଚ ଶ୍ରେଣୀ ପ୍ରଦର୍ଶନ କରିଥିଲେ, ଆଉ ଅନ୍ୟ କେତେକ ମ୍ୟାଚରେ ସେମାନେ ବିରୋଧୀ ଦଳ ଦ୍ୱାରା ସମ୍ପୂର୍ଣ୍ଣରୂପେ ହାରିଥିଲେ । ତେଣୁ, ଆସନ୍ତା ବର୍ଷର ଆଇପିଏଲ୍ ସିଜନରେ ବାଙ୍ଗାଲୋରକୁ ଆଗକୁ ବଢିବା ପାଇଁ ହେଲେ, ସେମାନଙ୍କ ମଧ୍ୟରୁ କେତେଜଣ ଖେଳାଳିଙ୍କୁ ବାଦ ଦେବାକୁ ପଡିବ। ଦଳ ଉନ୍ନତ ବିକଳ୍ପ ସହିତ ଖେଳାଳି ବଦଳାଇବାକୁ ଚାହିଁବ, ଯେଉଁମାନେ ପରବର୍ତ୍ତୀ ସିଜିନ ପାଇଁ ସେମାନଙ୍କର ରଣନୀତିକୁ ଫିଟ୍ ରହିବେ। ଏହିଭଳି ପରିସ୍ଥିତିରେ ଦଳ ଏହି ୩ ଜଣ ଖେଳାଳିଙ୍କୁ ନିଶ୍ଚିତ ପରିବର୍ତ୍ତନ କରିବ। 

୧) ଶେର୍ଫେନ୍ ରଦରଫୋର୍ଡ:

Sherfane-Rutherford

ଆଇପିଏଲ୍ ୨୦୨୨ ସିଜନରେ ଶେର୍ଫେନ୍ ରଦରଫୋର୍ଡ ୧ କୋଟି ମୂଲ୍ୟରେ ବାଙ୍ଗାଲୋର ଦଳରେ ସ୍ଥାନ ପାଇଥିଲେ। ସେ ଜଣେ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ମଧ୍ୟମ ଧରଣର ବୋଲର ଭାବରେ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ସେ ଖେଳିଥିବା ତିନୋଟି ମ୍ୟାଚରେ ଫ୍ରାଞ୍ଚାଇଜର ଆଶା ପୂରଣ କରିବାରେ ବିଫଳ ହୋଇଥିଲେ । ସେ ତିନୋଟି ମ୍ୟାଚରେ କେବଳ ୩୩ ରନ କରିବାରେ ସଫଳ ହୋଇଥିଲେ। ତେଣୁ, ଦଳ ପରିଚାଳନା ତାଙ୍କୁ ପରବର୍ତ୍ତୀ ସିଜନ ପାଇଁ ଦଳରେ ନ ରଖି, ତାଙ୍କ ବଦଳରେ ଅନ୍ୟ ଏକ ଖେଳାଳି କିଣିବ।

୨) ଡେଭିଡ ୱିଲି: 

David-Willey

ଡେଭିଡ ୱିଲି ମଧ୍ୟ ଚଳିତବର୍ଷ ଆଇପିଏଲରେ RCB ଦଳରେ ୨ କୋଟି ମୂଲ୍ୟରେ ଅଲରାଉଣ୍ଡର ଭାବରେ ସ୍ଥାନ ପାଇଥିଲେ । ସେ ବ୍ୟାଟିଂ ଆଉ ବୋଲିଂରେ ଚଳିତ ଆଇପିଏଲ୍ ସିଜନରେ ପ୍ରଭାବଶାଳୀ ନଥିଲେ । ସେ ଟୁର୍ନାମେଣ୍ଟରେ ୬୦.୦ ଷ୍ଟ୍ରାଇକ୍ ହାରରେ ୯ ରନ୍ ସଂଗ୍ରହ କରିଥିଲେ । ତେଣୁ, ବାଙ୍ଗାଲୋର ଆସନ୍ତା ଆଇପିଏଲ୍ ୨୦୨୩ରେ ଏହି ଅଲରାଉଣ୍ଡରଙ୍କୁ ଅକ୍ସନ୍ ପାଇଁ ରିଲିଜ୍  କରିପାରେ। 

୩) ସିଦ୍ଧାର୍ଥ କୌଲ୍:

siddart kaul

ବାଙ୍ଗାଲୋରର ସିଦ୍ଧାର୍ଥ କୌଲ୍ ଦଳ ପାଇଁ ଏକ ଭଲ ଭାରତୀୟ ରିପ୍ଲେସମେଣ୍ଟ ବୋଲିଂ ବିକଳ୍ପ ହେବ ବୋଲି ଆଶା କରାଯାଇଥିଲା । କିନ୍ତୁ ସେ ଦଳ ପରିଚାଳନାକୁ ନିରାଶ କରିଥିଲେ । ସିଦ୍ଧାର୍ଥ କୌଲ୍ ନିଜର ବୋଲିଂରେ କିଛି ବି ୱିକେଟ୍ ନେବାରେ ସଫଳ ହୋଇ ନ ଥିଲେ। ଯଦ୍ୱାରା ଦଳ ବର୍ତ୍ତମାନ ଚିନ୍ତା କରୁଛି ଯେ, ଏହି ଖେଳାଳିଙ୍କୁ ଆସନ୍ତା ସିଜନରେ ନିଲାମୀରେ ରିଲିଜ୍ କରିବ।